କନକବ୍ୟୁରୋ :  ଜାନୁଆରି ୧୮ ତାରିଖ ନୁହେଁ ୨୨ରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତାଙ୍କ କହିବା ମୁତାବକ, ଏଯାବତ ସୁଭଦ୍ରା ଯୋଜନାରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ଜଣ ମହିଳା ସାମିଲ ହୋଇସାରିଛନ୍ତି ।  ସେମାନଙ୍କ ମଧ୍ୟରେ ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳାଙ୍କୁ ସାମିଲ କରାଯାଇଛି ।  ଯେଉଁମାନେ କି ପ୍ରଥମ ଥର ପାଇଁ ସୁଭଦ୍ରା କିସ୍ତି ପାଇବେ । ତେବେ ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ଏଥର ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି ।

Advertisment

କଟକ ତ୍ରିଶୁଳିଆ ନିକଟରେ ଗୁଳିକାଣ୍ଡ, ରାସ୍ତା ପାଇଁ ଦୁଇ ବିଲଡର ସଂସ୍ଥାର କଳିରୁ ଫୁଟିଲା ଗୁଳି

ସେମାନେ ଏଥର ଏକାବେଳକେ ଦୁଇଟି କିସ୍ତିର ଟଙ୍କା ପାଇବେ ।  ମିଳିଥିବା ସୂଚନା ଅନୁସାରେ, ଅଭିଯୋଗ ଶୁଣାଣି ପରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଥିବା ନେଇ ସୂଚନା ଦେଇଥିଲେ ଉପ-ମୁଖ୍ୟମନ୍ତ୍ରୀ ।  ତେବ ଆଜି ଟ୍ୱିଟ୍‌ କରି ପରବର୍ତ୍ତୀ କିସ୍ତି ୨୨ ତାରିଖରେ ମିଳିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।  ଏକ୍ସ ହ୍ୟାଣ୍ଡେଲ୍‌ରେ ଟ୍ୱଟ୍‌ କରି ସୂଚନା ଦେଇଛନ୍ତି ଯେ, ସୁଭଦ୍ରା ଯୋଜନାରେ ନୂତନ ଭାବେ ଯୋଡ଼ି ହୋଇଥିବା ହିତାଧିକାରୀମାନଙ୍କୁ ଜାନୁଆରି ୧୮ ତାରିଖ ବଦଳରେ ଜାନୁଆରୀ ୨୨ ତାରିଖରେ ସୁଭଦ୍ରା ସହାୟତା ଅର୍ଥ ରାଶି ପ୍ରଦାନ କରାଯିବ ।  ଗତ ମାସ ଅକ୍ଟୋବର ମାସରେ ପୁଣି ଥରେ ଖୋଲିଥିଲା ସୁଭଦ୍ରା ପୋର୍ଟାଲ । ଏଥର ସରକାର କିଛି ନିୟମ ମଧ୍ୟ ପରିବର୍ତ୍ତନ କରିଛନ୍ତି  । ଏଥର ସୁଭଦ୍ରା ଯୋଜନାରେ ସମାନେ ହିଁ ସାମିଲ ହୋଇପାରିବେ ଯେଉଁମାନଙ୍କୁ ମାର୍ଚ୍ଚ ୩୧ ସୁଦ୍ଧା ୨୧ ବର୍ଷ ହୋଇଥିବ  । ଆଉ ସେମାନେ ସୁଭଦ୍ରା ଟଙ୍କା ପାଇବାର ସମସ୍ତ କ୍ରାଇଟେରିଆ ପାଳନ କରୁଥିବା ନିତାନ୍ତ ଆବଶ୍ୟକ ।  ବଡ଼କଥା ହେଲା ଯେଉଁମାନେ ପୂର୍ବରୁ ଆବେଦନ କରିପାରିନଥିଲେ କିମ୍ବା କୌଣସି କାରଣରୁ ବାଦ୍ ପଡ଼ିଥିଲେ ସେମାନେ ଏଥର ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ । 
ଏପଟେ ପୂର୍ବରୁ ୧୮ ହଜାର ଟଙ୍କା ବୃତ୍ତି ପାଉଥିଲେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହେବେ ବୋଲି ଘୋଷଣା କରିଥିଲେ ସରକାର । କୌଣସି ଛାତ୍ରୀଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ ୧୮ ହଜାର କିମ୍ବା ଏହାଠାରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ମିଳୁଥିଲେ  ବା ଏପରି ସରକାରୀ ସହାୟତା ପାଉଥିବେ ତେବେ ସୁଭଦ୍ରା ଯୋଜନାରୁ ବାଦ ପଡ଼ିବେ ।