କନକ ବ୍ୟୁରୋ: ରାସ୍ତା ପାଇଁ ଦୁଇ ବିଲଡର ସଂସ୍ଥାଙ୍କ କଳିରୁ ଫୁଟିଲା ଗୁଳି । ଅପରାହ୍ଣରେ ଚନ୍ଦକା ନିକଟ ତ୍ରିଶୁଳିଆରେ ହୋଇଛି ଗୁଳିକାଣ୍ଡ । ରାସ୍ତା ଛାଡ଼ିବାକୁ ବନ୍ଧୁକଧାରି ଗୁଣ୍ଡା ଦଳ ପହଞ୍ଚି ଧମକ ଚମକ ଦେଉଥିଲେ। ଏହି ଖବର ପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଆସିବା ଦେଖି ଫାଙ୍କା ଗୁଳି ଚାଳନା କରି ଦୁର୍ବୃତ୍ତମାନେ ଚ଼ମ୍ପଟ ମାରିବାକୁ ଉଦ୍ୟମ କରିଥିଲେ । ଘଟଣାସ୍ଥଳରୁ ଖସିଯିବା ବେଳେ ଜଣକୁ ପୁଲିସ୍ ମାଡିବସି ଥାନାକୁ ଉଠାଇ ଆଣିଥିଲା । ତାକୁ ପଚରାଉଚରା କରି ଘଟଣାରେ ସଂପୃକ୍ତ ସ୍ଥାନୀୟ ୩ ଜଣ ଯୁବକ ଓ କଟକ ସିଡିଏ ଅଞ୍ଚଳର ଯୁବକଙ୍କୁ ମିଶାଇ ମୋଟ ୭ଜଣ ଦୁର୍ବୃତ୍ତଙ୍କୁ ପୁଲିସ ଉଠାଇ ଆଣି ପଚରା ଉଚରା କରୁଛି ।
ଆହୁରି ପଢ଼ନ୍ତୁ... ମେରୀ କମ୍ ବିବାଦ : ଭାଇରାଲ୍ ହେଉଛନ୍ତି ସମୟ ରୈନା
ଧରାପଡ଼ିଥିବା ୭ ବଦମାସ ମଧ୍ୟରେ କଟକରେ ଏକଦା ହଇଚଇ ସୃଷ୍ଟି କରିଥିବା ଡିବ୍ରଦର୍ସ ଗ୍ୟାଙ୍ଗର ଜଣେ ସଦସ୍ୟ ଥିବା ଜଣାପଡିଛି । ସୂଚନା ଅନୁସାରେ କୁହ୍ନେଇପଡ଼ା ମୌଜାରେ ଥିବା ଦୁଇଟି ବିଲଡ଼ର ସଂସ୍ଥା ମଧ୍ୟରେ ରାସ୍ତାକୁ ନେଇ ବିବାଦ ଉପୁଜି ଥିଲା। ଗୋଟିଏ ବିଲଡର ସଂସ୍ଥା ଅନ୍ୟ ବିଲଡରକୁ ବନ୍ଧୁକଧାରି ଗୁଣ୍ଡା ଦଳର ସହଯୋଗରେ ଧମକ ଦେଇଥିଲା। ସୂଚନା ପାଇ ବାରଙ୍ଗ ଥାନା ପୁଲିସ୍ ଆଇ.ଆଇ.ସି ଦେବେନ୍ଦ୍ର କୁମାର ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚିବା ବେଳେ ପୁଲିକ ଉପରକୁ ଗୁଳି କରି ଖସିଯିବାକୁ ଉଦ୍ୟମ କରି ଧରାପଡ଼ିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2026/01/18/firing-2026-01-18-17-39-35.jpg)