ଶୈଳବାଳା କଲେଜକୁ କେବେ ମିଳିବ ୟୁନିଭର୍ସିଟି ମାନ୍ୟତା ; ଜିଦରେ ଅଟଳ ଛାତ୍ରୀ

Advertisment

କେବେ ମିଳିବ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ମିଳିବ ବିଶ୍ବବିଦ୍ୟାଳୟ ମାନ୍ୟତା  ।  ଦୁଇ ଦିନ ହେଲା ଅହୋରାତ୍ର ଧାରଣାରେ ଛାତ୍ରୀ । ଦାବି ସପକ୍ଷରେ ଅଣ୍ଟା ଭିଡ଼ିଲେ ମେୟର । ମୁଖ୍ୟମନ୍ତ୍ରୀଙ୍କ ପରେ ରାଜ୍ୟପାଳଙ୍କୁ ଲେଖିଲେ ଚିଠି ।

କେବେ ମିଳିବ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ମିଳିବ ବିଶ୍ବବିଦ୍ୟାଳୟ ମାନ୍ୟତା  ।  ଦୁଇ ଦିନ ହେଲା ଅହୋରାତ୍ର ଧାରଣାରେ ଛାତ୍ରୀ । ଦାବି ସପକ୍ଷରେ ଅଣ୍ଟା ଭିଡ଼ିଲେ ମେୟର । ମୁଖ୍ୟମନ୍ତ୍ରୀଙ୍କ ପରେ ରାଜ୍ୟପାଳଙ୍କୁ ଲେଖିଲେ ଚିଠି ।

sailabala college
କନକ ବ୍ୟୁରୋ: କେବେ ମିଳିବ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା । ପୂର୍ବରୁ ମାସାଧିକ କାଳ ଛାତ୍ରୀଙ୍କ ଆନ୍ଦୋଳନ ଚାଲିଆସୁଥିବା ବେଳେ ଗତ ଦୁଇ ଦିନ ହେଲା ଅହୋରାତ୍ର ଧାରଣା ଦେଉଛନ୍ତି । ଅନ୍ୟପଟେ ଶୈଳବାଳାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି କଟକ ମେୟର ସୁବାସ ସିଂ ।
         ଅହୋରାତ୍ର ଧାରଣାରେ ଛାତ୍ରୀ
         ଗୋଟିଏ ଦାବି, ଶୈଳବାଳାକୁ ମିଳୁ ବିଶ୍ବବିଦ୍ୟାଳୟ ମାନ୍ୟତା
କଟକ ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ଦୀର୍ଘ ୩୫ ଦିନ ହେଲା ଧାରଣା ଦେଉଛନ୍ତି ଛାତ୍ରୀ । ଗତ ଦୁଇ ହେବ ଛାତ୍ରୀମାନେ ଅହୋରାତ୍ର ଧାରଣାକୁ ଓହ୍ଲାଇଛନ୍ତି । ସମର୍ଥନରେ ବାହାରିଛନ୍ତି କିଛି ପୁରାତନ ଛାତ୍ରୀ । କିନ୍ତୁ ସରକାର ସତେ ଯେମିତି ଚିରନିଦ୍ରାରେ ଶୋଇ ପଡିଛନ୍ତି । ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ହେବା ପରେ ଧାରଣା ଆହୁରି ଜୋରଦାର ହୋଇଛି । ଅନ୍ୟପଟେ ଶୈଳବାଳା ପାଇଁ ଅଣ୍ଟା ଭିଡ଼ିଛନ୍ତି କଟକ ମେୟର । ଗତକାଲି ମେୟର ସୁବାସ ସିଂ ଏ ସଂପର୍କରେ ଚିଠି ଲେଖି ରାଜ୍ୟପାଳଙ୍କୁ ଅବଗତ କରିଛନ୍ତି। ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖି ଦାବି ଜଣାଇଥିଲେ ମେୟର । 
ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟ କଟକ ତଥା ଓଡ଼ିଶାର ସର୍ବପୁରାତନ ମହିଳା କଲେଜର ଆଖ୍ୟା ପାଇଛି । ୨୦୦୬ ଏବଂ ୨୦୧୭ରେ ୟୁଜିସି ଏବଂ ନାକ୍ ଟିମ୍‌ ଦ୍ୱାରା କଲେଜକୁ ଏ ଗ୍ରେଡ୍‌ ପ୍ରଦାନ କରାଯାଇଥିଲା । ତେବେ କେବେ ମିଳିବ ବିଶ୍ବବିଦ୍ୟାଳୟ ମାନ୍ୟତା ତାକୁ ଅପେକ୍ଷା । 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe