କନକ ବ୍ୟୁରୋ: ମଣ୍ଡି ସମସ୍ୟା ଯୋଗୁଁ ଚାଷୀ ହନ୍ତସନ୍ତ ହେଉଛନ୍ତି । ଧାନ ବିକ୍ରି କରବା ପାଇଁ ଶୀତ କାକରରେ ଅଖିଆ ଅପିଆ ମଣ୍ଡିରେ ଚାଷୀ ଜଗି ବସୁଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଚିତ୍ର ଆସୁଥିବାବେଳେ ରାଜନଗରରୁ ଆସିଛି ସାଂଘାତିକ ଅଭିଯୋଗ । ମଣ୍ଡି ନିର୍ଯାତନା ସହିନପାରି ଜଣେ ଚାଷୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଆଉ ଚାଷୀ ମୃତ୍ୟୁ ପରେ ଆରମ୍ଭ ହୋଇଛି ତନାଘନା ।
ଏହା ବି ପଢ଼ନ୍ତୁ: ଧରାପଡ଼ିଲା ମଧୁକାନ୍ତ ; କୁଆଡ଼େ ଗଲା ରାଜା?
ପ୍ରାୟ ବର୍ଷକ ପରେ ପୁଣି ଫେରିଛି ଚାଷୀ ମୃତ୍ୟୁ ଅଭିଯୋଗ । ଆଖି ବୁଜିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡ଼ି ଗାଁର ଚାଷୀ ତ୍ରିଲୋଚନ ନାୟକ । କିନ୍ତୁ ତ୍ରଲୋଚନଙ୍କ ପରିବାର ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସାଂଘାତିକ । ଅଭିଯୋଗ ଅନୁସାରେ, ଜାନୁଆରି ୧୬ରେ ଧାନ ଦେବାକୁ ତ୍ରିଲୋଚନଙ୍କର ମେସେଜ୍ ଆସିଥିଲା । ସେବେଠାରୁ ଧାନ ବିକିବାକୁ ଡାଙ୍ଗମାଳ ସେବା ସମବାୟ ସମିତିକୁ ଦୌଡ଼ୁଥିଲେ । ଦୀର୍ଘ ୪୦ ଦିନ ଧରି ଦୌଡ଼ିବା ପରେ ଶେଷରେ ମଣ୍ଡି ପରିବର୍ତ୍ତେ ମିଲ୍କୁ ଧାନ ନେଇ ଯାଇଥିଲେ । ରାମଚଣ୍ଡୀ ମିଲ୍ରେ ୩ଦିନ ଅଖିଆ ଅପିଆ ଧାନକୁ ଜଗି ରହିଥିଲେ । କୁଇଣ୍ଟାଲ ପିଛା ୬କେଜି ବାଦେ ୩ କୁଇଣ୍ଟାଲ ଧାନ ଓ ୩ହଜାର ଟଙ୍କା ଅନଲୋଡ୍ ପାଇଁ ଦେବାରୁ ଧାନ ନେଇଥିଲା ମିଲ୍ । ସମୁଦାୟ ୯କୁଇଣ୍ଟାଲ ଧାନ ପାଇଁ ୧୮ହଜାର ତାଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ଯାହାକୁ ନେଇ ଋଣ ଭାରରେ ବୁଡିଥିବା ତ୍ରିଲୋଚନ ଭାଙ୍ଗିପଡିବା ସହ ମିଲରୁ ଫେରିବା କ୍ଷଣି ହୃଦଘାତରେ ପ୍ରାଣ ହରାଇଛନ୍ତି ।
ତ୍ରିଲୋଚନଙ୍କ ମୃତ୍ୟୁ ପରେ ସମବାୟ ସମ୍ପାଦକ ଓ ମିଲରଙ୍କ ପ୍ରତିକ୍ରୟା ସନ୍ଦେହକୁ ବଢ଼ାଇଛି । ସମବାୟ ସମ୍ପାଦକ କହୁଛନ୍ତି ୧୪ରୁ ଉଠିଲାଣି ଧାନ, କିନ୍ତୁ ମିଲର କହୁଛନ୍ତି ୨୫ତାରିଖରେ ତ୍ରିଲୋଚନ ଧାନ ଦେଇ ଯାଇଛନ୍ତି । ମଣ୍ଡି ନିର୍ଯାତନାରୁ ଚାଷୀ ମୃତ୍ୟୁ ଅଭିଯୋଗ ପରେ ତନାଘନା ଆରମ୍ଭ କରିଛି ପ୍ରଶାସନ । ରାଜନଗର ତହସିଲଦାର ଡାଙ୍ଗମାଳ ସେବା ସମବାୟ ସମିତିକୁ ଯାଇ ତଦନ୍ତ କରିଛନ୍ତି । ରେଜିଷ୍ଟରର ଯାଂଚ କରିବା ସହ ସମ୍ପାଦକଙ୍କୁ ପଚରଉଚୁରା କରିଛନ୍ତି । ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ । ଏବେ ପ୍ରଶ୍ନ ଉଠୁଛି, ମଣ୍ଡି ବ୍ୟବସ୍ଥାରେ ଥିବ ତ୍ରୁଟି ପଦାକୁ ଆସିବ ତ? ତ୍ରିଲୋଚନଙ୍କୁ ନ୍ୟାୟ ମିଳିବ ତ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/26/23-mandi-2026-02-26-20-03-46.jpg)