କନକ ବ୍ୟୁରୋ: କେବେ ମିଳିବ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା । ପୂର୍ବରୁ ମାସାଧିକ କାଳ ଛାତ୍ରୀଙ୍କ ଆନ୍ଦୋଳନ ଚାଲିଆସୁଥିବା ବେଳେ ଗତ ଦୁଇ ଦିନ ହେଲା ଅହୋରାତ୍ର ଧାରଣା ଦେଉଛନ୍ତି । ଅନ୍ୟପଟେ ଶୈଳବାଳାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି କଟକ ମେୟର ସୁବାସ ସିଂ ।
ଅହୋରାତ୍ର ଧାରଣାରେ ଛାତ୍ରୀ
ଗୋଟିଏ ଦାବି, ଶୈଳବାଳାକୁ ମିଳୁ ବିଶ୍ବବିଦ୍ୟାଳୟ ମାନ୍ୟତା
କଟକ ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ଦୀର୍ଘ ୩୫ ଦିନ ହେଲା ଧାରଣା ଦେଉଛନ୍ତି ଛାତ୍ରୀ । ଗତ ଦୁଇ ହେବ ଛାତ୍ରୀମାନେ ଅହୋରାତ୍ର ଧାରଣାକୁ ଓହ୍ଲାଇଛନ୍ତି । ସମର୍ଥନରେ ବାହାରିଛନ୍ତି କିଛି ପୁରାତନ ଛାତ୍ରୀ । କିନ୍ତୁ ସରକାର ସତେ ଯେମିତି ଚିରନିଦ୍ରାରେ ଶୋଇ ପଡିଛନ୍ତି । ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ହେବା ପରେ ଧାରଣା ଆହୁରି ଜୋରଦାର ହୋଇଛି । ଅନ୍ୟପଟେ ଶୈଳବାଳା ପାଇଁ ଅଣ୍ଟା ଭିଡ଼ିଛନ୍ତି କଟକ ମେୟର । ଗତକାଲି ମେୟର ସୁବାସ ସିଂ ଏ ସଂପର୍କରେ ଚିଠି ଲେଖି ରାଜ୍ୟପାଳଙ୍କୁ ଅବଗତ କରିଛନ୍ତି। ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖି ଦାବି ଜଣାଇଥିଲେ ମେୟର ।
ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟ କଟକ ତଥା ଓଡ଼ିଶାର ସର୍ବପୁରାତନ ମହିଳା କଲେଜର ଆଖ୍ୟା ପାଇଛି । ୨୦୦୬ ଏବଂ ୨୦୧୭ରେ ୟୁଜିସି ଏବଂ ନାକ୍ ଟିମ୍ ଦ୍ୱାରା କଲେଜକୁ ଏ ଗ୍ରେଡ୍ ପ୍ରଦାନ କରାଯାଇଥିଲା । ତେବେ କେବେ ମିଳିବ ବିଶ୍ବବିଦ୍ୟାଳୟ ମାନ୍ୟତା ତାକୁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/26/sailabala-college-2026-02-26-20-10-45.jpg)