ଥମୁନି ଶୈଳବାଳା ତାତି ; ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ଜିଦ୍‌ରେ ଅଟଳ ଛାତ୍ରୀ

Advertisment

ଥମୁନି ଶୈଳବାଳା ତାତି ।  ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ଜିଦ୍‌ରେ ଅଟଳ ଛାତ୍ରୀ  ।  ଆନ୍ଦୋଳନକାରୀଙ୍କ ସହ ସ୍ବର ମିଳାଇଲେ କଟକ- ବାରବାଟୀ ବିଧାୟିକା ସୋଫିଆ ଫିରଦୋସ୍‌ । ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଲେ, ଚିନ୍ତା କରୁଛନ୍ତି ସରକାର ।

ଥମୁନି ଶୈଳବାଳା ତାତି ।  ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ଜିଦ୍‌ରେ ଅଟଳ ଛାତ୍ରୀ  ।  ଆନ୍ଦୋଳନକାରୀଙ୍କ ସହ ସ୍ବର ମିଳାଇଲେ କଟକ- ବାରବାଟୀ ବିଧାୟିକା ସୋଫିଆ ଫିରଦୋସ୍‌ । ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଲେ, ଚିନ୍ତା କରୁଛନ୍ତି ସରକାର ।

Sailabala college
କନକ ବ୍ୟୁରୋ: ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଜୋର ଧରିଛି ଦାବି। ଗତକାଲି କଲେଜ ଛାତ୍ରୀମାନେ ୧୨ଘଣ୍ଟା ଧରି ଧାରଣା ଦେଇଥିଲେ। ସକାଳେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ଗତକାଲି ଅପରାହ୍ନରେ ଛାତ୍ରୀମାନେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ସହ ରାସ୍ତା ଅବରୋଧ କରିଥିଲେ। ସେପଟେ ସରକାର ଏ ପ୍ରସଙ୍ଗରେ ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ।…
                ତେଜୁଛି ଶୈଳବାଳାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି
                  ଜିଦ୍‌ରେ ଅଟଳ ଛାତ୍ରୀ
                      
ଦୀର୍ଘ ମାସେରୁ ଅଧିକ ସମୟ ହେଲା ଶୈଳବାଳା ଛାତ୍ରୀମାନେ ଆନ୍ଦେଳନ ଚଳାଇଛନ୍ତି। ଗୋଟିଏ ଦାବି ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦିଆଯାଉ। ଗତକାଲି ଛାତ୍ରୀମାନେ ଆନ୍ଦୋଳନକୁ ବ୍ୟାପକ କରି କଲେଜ ସମ୍ମୁଖ ରାସ୍ତା ଅବରୋଧ କରିଥିଲେ। ରାତି ପ୍ରାୟ ୧୦ଟା ବେଳେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଆନ୍ଦୋଳନସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଛାତ୍ରୀମାନେ ଧାରଣା ହଟିଥିଲେ। ଅନ୍ୟପଟେ ବିଧାୟିକା କହିଛନ୍ତି ସୋମବାର ଏ ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ। ବିଧାନସଭାରେ ମଧ୍ୟ ଏ ପ୍ରସଙ୍ଗ ଉଠାଇବେ। ଯଦି ସରକାର ଦାବି ପୂରଣ ନକରନ୍ତି ତେବେ ଆମେ ସମସ୍ତେ ମିଶି ଆନ୍ଦୋଳନ କରିବୁ ବୋଲି ବିଧାୟିକା କହିଛନ୍ତି   ।
 
ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି ସରକାର ଏ ପ୍ରସ୍ତାବକୁ ଅଗ୍ରାହ୍ୟ କରିନାହାନ୍ତି। ସରକାର ଏ ସଂପର୍କରେ ଚିନ୍ତାଶୀଳ ଅଛନ୍ତି। କିଛି ପଦକ୍ଷେପ ନିଆଯିବ। ଗୋଟିଏ ଶିକ୍ଷାନୁଷ୍ଠାନକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇ ତାକୁ ପକେଇ ରଖିବା ଆମର ଉଦ୍ଦେଶ୍ୟ ନୁହେଁ। ଭିର୍ତ୍ତିଭୂମିକୁ ସୁଦୃଢ଼ କରିବା, ଶୈକ୍ଷିକ ବାତାବରଣ ଓ ପରିବେଶକୁ ସୁଦୃଢ଼ କରିବାର ମଧ୍ୟ ଆବଶ୍ୟକତା ରହିଛି। ବର୍ତମାନ ସୁଦ୍ଧା ବିଶ୍ୱବିଦ୍ୟାଳୟ ମାନଙ୍କରେ ୧୩୫୨ ପଦବି ଖାଲି ପଡ଼ିଛି। ପ୍ରତ୍ୟକ ଜିଲ୍ଲାରେ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ରହିଛି। ୪ଟି ଜିଲ୍ଲାରେ ବିଶ୍ୱବିଦ୍ୟାଳୟ କରାଯିବା ପାଇଁ କେବଳ ଘୋଷଣା କରାଯାଇଛି। ଯେଉଁ ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ନଥିଲା ସେହି ଜିଲ୍ଲାରେ ବିଶ୍ୱବିଦ୍ୟାଳୟ କରାଯିବା ପାଇଁ ଘୋଷଣା କରାଯାଇଛି । ତେବେ ସରକାର କେଉଁଦିନ ଶୈଳବାଳାକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦେଉଛନ୍ତି ତାହାକୁ ହଁ ଅପେକ୍ଷା । 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe