କନକ ବ୍ୟୁରୋ : ସ୍କୁଲ କର୍ତ୍ତୁପକ୍ଷଙ୍କ ଅବହେଳା ପାଇଁ ଚାଲିଗଲା ଛାତ୍ରଙ୍କ ଜୀବନ । ସାଂଘାତିକ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ପରିବାର ଲୋକେ । କହିଛନ୍ତି, ତଣ୍ଟିରେ କଣ୍ଟା ଲାଗିଥିବା ନେଇ ଶିକ୍ଷକଙ୍କୁ କହିଥିଲେ ମୃତ ଛାତ୍ର । କିନ୍ତୁ କୌଣସି ଶିକ୍ଷକ ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ । ତୁଷାର କଣ୍ଟା ଗିଳି ଦେଇଥିଲେ ମଧ୍ୟ ତୋର କିଛି ହେବ ନାହିଁ ପାଣି ପିଇଦେ ବୋଲି କହି ତାକୁ ଘରକୁ ଛାଡ଼ି ନଥିଲେ । ତୁରନ୍ତ ପଦକ୍ଷେପ ନେଇଥିଲେ ପୁଅ ବଞ୍ଚିଯାଇଥାନ୍ତା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ଅଧିକ ପଢ଼ନ୍ତୁ..‘ଓଡ଼ିଆ ଖାଦ୍ୟ’ ପ୍ରେମରେ ବଲିଉଡ୍ ଅଭିନେତ୍ରୀ : କହିଲେ ‘I Love Odia Food’ , ଲାଇମ୍ ଲାଇଟ୍ ନେଲା ଛେନାପୋଡ଼
ସୂଚନା ଅନୁସାରେ, ଫୁଲବାଣୀ ଉପକଣ୍ଠରେ ଧୋବାତୋଟା ଆଦର୍ଶ ବିଦ୍ୟାଳୟର ତୁଷାର ମିଶ୍ର ନାମକ ଛାତ୍ରଙ୍କ ପିନ୍ ଗିଳିଦେଇଥିଲେ । ସପ୍ତାହ ଧରି ମେଡ଼ିକାଲରେ ଚିକିତ୍ସା ହେବା ପରେ ତାଙ୍କର ମୃତ୍ୟୁ ଘଟିଛି । ତୁଷାର ନୋଟିସ୍ ବୋର୍ଡ଼ ଲାଗିଥିବା ଏକ ପିନ୍ ଅସାବଧାନତାବଶତଃ ଗିଳି ଦେଇଥିଲେ । ଏନେଇ ନିଜେ ତୁଷାର ଓ କିଛି ସାଙ୍ଗମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବଗତ କରିଥିଲେ ମଧ୍ୟ ଏହାକୁ କେହି ଗୁରୁତ୍ବ ଦେଇନଥିଲେ । ସ୍କୁଲ ଛୁଟି ପରେ ତୁଷାର ଏନେଇ ନିଜ ଅଜାଙ୍କୁ ଜଣାଇଥିବା ବେଳେ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥିତ ଶିଶୁଭବନକୁ ପଠାଯାଇଥିଲା । ୧୫ ତାରିଖରେ ଚିକିତ୍ସା କରାଯାଇ ପିନ୍ ବାହାର କରାଯାଇଥିଲେ ମଧ୍ୟ ତୁଷାର କୋମାକୁ ଚାଲିଯାଇଥିଲେ । ୨୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତୁଷାରଙ୍କ ମୃତ୍ୟୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/30/dead-child-2025-10-30-15-30-16.png)