କନକ ବ୍ୟୁରୋ : ୨ ଦିନର ସଂଘର୍ଷ ପରେ ଆଖିବୁଜିଲେ ରାଜଗାଙ୍ଗପୁରର ଛାତ୍ରୀ । ନିର୍ଯାତନା ସହିନପାରି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁକ୍ତ ୩ ଛାତ୍ରୀ ଆଜି ରାଉରକେଲା ହସପିଟାଲରେ ପ୍ରାଣ ହରାଇଛନ୍ତି । ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡିଯାଇଥିଲା । ଛାତ୍ରୀ ମୃତ୍ୟୁ ଅନେକ ପ୍ରଶ୍ନ ଛାଡ଼ିଯାଇଛି ।

Advertisment

ଦୁଇଦିନ ଧରି ଜୀବନ ସହ ସଂଗ୍ରାମ କରି ଆଖି ବୁଜିଲେ କଲେଜ ଛାତ୍ରୀ । ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ଗାଁର ଛାତ୍ରୀ ୨ ଦିନ ତଳେ ଜଣେ ବ୍ୟକ୍ତିଙ୍କ ମାନସିକ ନିର୍ଯାତନା ସହିନପାରି ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବତୀ । ଗୁରୁତର  ଅବସ୍ଥାରେ ତାଙ୍କୁ  ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲର ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରାଯାଇଥିଲା । କ୍ଷତିପୂରଣ ଦାବିରେ ରାଉରକେଲା ହସ୍ପିଟାଲ ଆଗରେ ଆଜି କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା ପରେ ହଟିଛି ଧାରଣା ।

ଅଧିକ ପଢ଼ନ୍ତୁ : ଶୂନ୍ୟକାଳରେ ଉଠିଲା ମାଲକାନଗିରିରେ ବଙ୍ଗାଳି-ଆଦିବାସୀ ମୁହାଁମୁହିଁ ପ୍ରସଙ୍ଗ; ବିଜେଡି ବିଧାୟକ କହିଲେ, ସରକାର ଶୋଇଛନ୍ତି

ପ୍ରାଣ ହରାଇଥିବା ଯୁକ୍ତ ୩ ଛାତ୍ରୀ ରାଜଗାଙ୍ଗପୁରର ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ପଢୁଥିଲେ । ସବୁଦିନେ ବସରେ ଯିବା ଆସିବା କରୁଥିଲେ । ଏହି ସମୟରେ ଅଭିଯୁକ୍ତ ନିଲେଶ ସାହୁଙ୍କ ସହ ତାଙ୍କର ଦେଖା ହୋଇଥିଲା । ଅଭିଯୁକ୍ତ ନିଲେଶ ସଂପୃକ୍ତ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଆଉ ନିର୍ଯାତନା ସହିନପାରି ସଂପୃକ୍ତ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଷ୍ଟମର୍ଟମ ପରେ ସଂପୃକ୍ତ ଛାତ୍ରୀଙ୍କୁ ତାଙ୍କ ଗାଁରେ କବର ଦିଆଯାଇଛି ।

ସୁନ୍ଦରଗଡରେ ଛାତ୍ରୀ ମୃତ୍ୟୁ ନେଇ ଅନେକ ପ୍ରଶ୍ନ ଉଠିଛି । ପ୍ରଶ୍ନ ହେଲା,  ଅଭିଯୁକ୍ତ-ଛାତ୍ରୀଙ୍କ ମଧ୍ୟରେ କ’ଣ ଘଟିଥିଲା ? ଆତ୍ମହତ୍ୟା ଉଦ୍ୟମ ଯାଏଁ କଥା ଗଲା କାହିଁକି ? ବିବାଦ ପରେ କାଉନସେଲିଂ ଉଦ୍ୟମ ହୋଇନଥିଲା କି ?