ଛେଳି ଚୋରି ଅଭିଯୋଗରେ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ପିଟି ମାରିଦେଲେ ଗ୍ରାମବାସୀ

Advertisment

ଛେଳି ଚୋରି ଅଭିଯୋଗରେ ଛାତ୍ରଙ୍କୁ ପିଟି ପିଟି ମାରିଦେଲେ । ଜଣେ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ନିସ୍ତୁକ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ମାଟ୍ରିକ୍‌ ପରୀକ୍ଷାର୍ଥୀ ଗୁରୁତର ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଇନ୍ଦଖଳି ଗାଁ ହେରୋଗଡ଼ା ସାହିରୁ ଆସିଛି ଏଭଳି ଅମାନବୀୟ କାଣ୍ଡ ।

ଛେଳି ଚୋରି ଅଭିଯୋଗରେ ଛାତ୍ରଙ୍କୁ ପିଟି ପିଟି ମାରିଦେଲେ । ଜଣେ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ନିସ୍ତୁକ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ମାଟ୍ରିକ୍‌ ପରୀକ୍ଷାର୍ଥୀ ଗୁରୁତର ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଇନ୍ଦଖଳି ଗାଁ ହେରୋଗଡ଼ା ସାହିରୁ ଆସିଛି ଏଭଳି ଅମାନବୀୟ କାଣ୍ଡ ।

Goat News

Goat News Photograph: (Kanak News)

କନକ ବ୍ୟୁରୋ : ଛେଳି ଚୋରି ଅଭିଯୋଗରେ ଛାତ୍ରଙ୍କୁ ପିଟି ପିଟି ମାରିଦେଲେ । ଜଣେ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ନିସ୍ତୁକ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ମାଟ୍ରିକ୍‌ ପରୀକ୍ଷାର୍ଥୀ ଗୁରୁତର ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଇନ୍ଦଖଳି ଗାଁ ହେରୋଗଡ଼ା ସାହିରୁ ଆସିଛି ଏଭଳି ଅମାନବୀୟ କାଣ୍ଡ । ସୂଚନା ଅନୁସାରେ, ହେରୋଗଡ଼ା ସାହିରେ ୪ ଜଣ ଛେଳି ଚୋରି କରିଥିଲେ। ଏହି ସମୟରେ ଗ୍ରାମବାସୀ ସେମାନଙ୍କୁ ଧରିବା ପାଇଁ ଗୋଡ଼ାଇଥିଲେ । 

ତେବେ ୨ ଜଣ ଖସିଯାଇଥିବା ବେଳେ ଅନ୍ୟ ଦୁଇଜଣ ମାଟ୍ରିକ୍‌ ପରୀକ୍ଷାର୍ଥୀ ଧରାପଡ଼ିଥିଲେ । ଏହାପରେ ଗ୍ରାମବାସୀମାନେ ଦୁଇ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ବାନ୍ଧି ମାଡ଼ ମାରିଥିଲେ । ସେମାନଙ୍କୁ ରାତି ପ୍ରାୟ ୧୧ଟା ବେଳେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି । ଅନ୍ୟଜଣଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକା‌ଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି ।

ଅଧିକ ପଢନ୍ତୁ : ଥମୁନି ହାତୀ-ମଣିଷ ଲଢେଇ , ୨୨ ଦିନରେ ୬ ମୃତ୍ୟୁ

 ମୃତ ଓ ଗୁରୁତର ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପରିବାର ଲୋକ ଚୋରି ଘଟଣାକୁ ଅସ୍ବୀକାର କରିଛନ୍ତି । ମାଟ୍ରିକ ପରୀକ୍ଷା ସରିଥିବା ବେଳେ ଏପରି ଏକ ଘଟଣା ସାରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଏନେଇ ଝରାଡ଼ିହି, ତିରିଂ, ବହଳଦା ଓ ରାଇରଙ୍ଗପୁର ଟାଉନ୍‌ ଥାନା ପୁଲିସ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe