କନକ ବ୍ୟୁରୋ : ଥମୁନି ହାତୀ-ମଣିଷ ଲଢେଇ । ଅକାଳରେ ଯାଉଛି ଅନେକ ଜୀବନ । ଢେଙ୍କାନାଳ ଜିଲ୍ଲା ତମଣ୍ଡା ଗାଁରେ ଜଣେ ମହିଳାଙ୍କୁ ଦଳି ଦେଇଛି ଦନ୍ତା ହାତୀ । ଆଜି ଭୋର ୬ଟାରେ ସ୍ବାମୀ, ସ୍ତ୍ରୀ ଓ ୭ ବର୍ଷର ଝିଅ ଚାଲି ଚାଲି ଗାଁକୁ ଯାଉଥିବା ବେଳେ ଗୋଟିଏ ଦନ୍ତା ତଡ଼ିଥିଲା । ସ୍ତ୍ରୀ ସୁଷମା ପ୍ରଧାନଙ୍କୁ ଶୁଣ୍ଢରେ ଟାଣି ଦଳିଦେଇଥିଲା । ସେହିଠାରେ ହିଁ ସୁଷମାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ସ୍ଵାମୀ ଗୁରୁବାରି ପ୍ରଧାନ ଓ ୭ ବର୍ଷର ଝିଅ ଗଛରେ ଚଢ଼ି ଜୀବନ ବଞ୍ଚାଇଥିଲେ । ଘଟଣାସ୍ଥଳରେ ଭାପୁର ଫାଣ୍ଡି ପୁଲିସ୍ ଓ ବନ କର୍ମଚାରୀ ପହଞ୍ଚିଛନ୍ତି ।
ଅଧିକ ପଢନ୍ତୁ : କନ୍ଧମାଳ ହାତୀ ମୃତ୍ୟୁ ଘଟଣା : ପଳାତକ ଡେପୁଟି ରେଞ୍ଜରଙ୍କ କୋର୍ଟରେ ଆତ୍ମସମର୍ପଣ
୨୨ ଦିନରେ ୬ ଟି ମୁଣ୍ଡ ଗଲାଣି । ସେପଟେ ମୟୂରଭଞ୍ଜ ମଧ୍ୟ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ ଅସ୍ତିଆ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ଜଣଙ୍କ ହେଲେ ବଂଶୀଧର ଗିରି । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ କୁଳିଅଣା ଠାରେ ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/03/elephant-attack-2026-03-03-11-16-25.jpeg)