ଶ୍ମଶାନ ପାଲଟିଛି ବାସସ୍ଥଳୀ, ଜରିପାଲ ତଳେ ବିତୁଛି ଜୀବନ

Advertisment

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୌରାଞ୍ଚଳର ୧୩ ନମ୍ବର ୱାର୍ଡ ଶ୍ମଶାନ କାନ୍ଥରେ ଜରିପାଲ ଟାଣି ବର୍ଷ ବର୍ଷ ଧରି ଏମିତି ରହୁଛନ୍ତି ମାଗି ନାହାକଙ୍କ ପରିବାର । କେଇଖଣ୍ଡ ଭଙ୍ଗା ଟିଣ ଚଦର ହିଁ ମାଗିଙ୍କ ପରିବାର ଲାଗି ସବୁକିଛି ।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୌରାଞ୍ଚଳର ୧୩ ନମ୍ବର ୱାର୍ଡ ଶ୍ମଶାନ କାନ୍ଥରେ ଜରିପାଲ ଟାଣି ବର୍ଷ ବର୍ଷ ଧରି ଏମିତି ରହୁଛନ୍ତି ମାଗି ନାହାକଙ୍କ ପରିବାର । କେଇଖଣ୍ଡ ଭଙ୍ଗା ଟିଣ ଚଦର ହିଁ ମାଗିଙ୍କ ପରିବାର ଲାଗି ସବୁକିଛି ।

kabisurya nagar

କନକ ବ୍ୟୁରୋ : ଗରିବଙ୍କ ଲାଗି ସରକାରଙ୍କ ଶହ ଶହ ଯୋଜନା। ହେଲେ ଏବେ ବି ଅନେକ ଲୋକ ଏ ଯୋଜନା ବାବଦରେ ଜାଣନ୍ତି ନାହିଁ । ମୁଣ୍ଡ ଗୁଞ୍ଜିବାକୁ କାହାକୁ ମଶାଣିରେ ବି ରହିବାକୁ ପଡ଼େ ।  

ଏହା ବି ପଢ଼ନ୍ତୁ: ଗଜପତିରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ଜଣେ ବି ଶିଶୁ ରୋଗ ବିଶେଷଜ୍ଞ ନାହାନ୍ତି

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୌରାଞ୍ଚଳର ୧୩ ନମ୍ବର ୱାର୍ଡ ଶ୍ମଶାନ କାନ୍ଥରେ ଜରିପାଲ ଟାଣି ବର୍ଷ ବର୍ଷ ଧରି ଏମିତି ରହୁଛନ୍ତି ମାଗି ନାହାକଙ୍କ ପରିବାର । କେଇଖଣ୍ଡ ଭଙ୍ଗା ଟିଣ ଚଦର ହିଁ ମାଗିଙ୍କ ପରିବାର ଲାଗି ସବୁକିଛି । ଏହାରି ଭିତରେ ପରିବାର ୧୦ ଜଣ ଜାକିଜୁକି ହୋଇ ରହୁଛନ୍ତି। ବାରମ୍ବାର ସମସ୍ତଙ୍କୁ ଜଣାଇବା ପରେ ବି କେହି କିଛି ଶୁଣିଲେନି। ମଶାଣି ଦେଖିଲେ କାହାକୁ ସିନା ଡର ଲାଗେ, ହେଲେ ମାଗିଙ୍କ ପରିବାର ଲାଗି ମଶାଣି ମାଟି ପାଲଟିଛି ଜୀବନ ଜିଇଁବାର ସାହାରା । ସେଇଠି ଦିନରେ ଖରା, ରାତିରେ ତାରା ଦେଖିବା ଛଡ଼ା ସେମାନଙ୍କ ପାଖେ ଉପାୟ ନାହିଁ । 

ମାଗିଙ୍କ ପାଖେ ବି ବଖରାଏ ଘର ଥିଲା । ଧୀରେଧୀରେ  ସେ ଘର ମାଟିରେ ମିଶିଗଲା । ସେବେଠାରୁ ଏଇ ମଶାଣିରେ ମୁଣ୍ଡ ଗୁଞ୍ଜିଛନ୍ତି । ମୂଲ ମଜୁରି ଲାଗିଲେ ପରିବାର ଚଳିବ । ସବୁଦିନ କାମ ମିଳିବା ବି କଷ୍ଟକର । ସେଥିରେ ଆଉ ଘର ତୋଳିବାକୁ ଯୁ’ନାହିଁ । ପିଲାଙ୍କ ମୁହଁରେ ୨ ଓଳି ୨ ମୁଠା ଦାନା ଦେବାକୁ ଯେଉଁଠି ନିଇତି ସଂଘର୍ଷ, ସେଠାରେ ଘର ତୋଳିବାକୁ ସମ୍ବଳ ଆସିବ କୁଆଡ଼ୁ? ତେବେ ତୁରନ୍ତ ଏହି ଅସହାୟ ପରିବାରକୁ ପ୍ରଶାସନ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଆଗକୁ କବିସୂର୍ଯ୍ୟନଗର ପୌର ପରିଷଦରେ ନିର୍ବାଚନ ହେବ। ଭୋଟରଙ୍କୁ ପ୍ରତିଶ୍ରୁତିରେ ପୋତିବେ ନେତାଏ । ହେଲେ ମାଗିଙ୍କ ଭଳି ଅନେକ ଲୋକ ଏବେ ବି ସରକାରୀ ଯୋଜନାରୁ ମାଇଲ୍‌ ମାଇଲ୍‌ ଦୂରରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe