କନକ ବ୍ୟୁରୋ: ଗଜପତିର ସ୍ୱାସ୍ଥ୍ୟ ରୁଗ୍ଣ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର । ଗଜପତିକୁ ଘନଘନ ଗସ୍ତ ହେଉଛି, ବେକାର କୋମାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ହିଁ ଶ୍ରେଷ୍ଠ ସମ୍ପଦ । ଏକଥାକୁ ପ୍ରତିଟି ମଣିଷ ବୁଝିଛି, ସରକାର ମଧ୍ୟ ବୁଝୁଛନ୍ତି, ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ରାଜ୍ୟର ଅନେକ ଜିଲ୍ଲା ଏବେ ବି ରୋଗୀଣା । ଜିଲ୍ଲାରେ ମିଳୁନି ଉତ୍ତମ ସ୍ୱାସ୍ଥ୍ୟସେବା ।
ଏହା ବି ପଢ଼ନ୍ତୁ: ଟେନସନ୍ ଦୂର କରିବ କି ମହାନଦୀ ଟ୍ରିବ୍ୟୁନାଲ? ଦିନକ ବୁଲାରେ ସମାଧାନର ବାଟ ବାହାରିବ ?
- କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଲା ଗଜପତିରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା
- ରେଫରାଲ୍ ସେଣ୍ଟର ପାଲଟିଯାଇଛି ମୁଖ୍ୟ ଚିକିତ୍ସାଳୟ
- ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ପ୍ରତି ଅଣଦେଖା ଅଭିଯୋଗ
ରାଜ୍ୟରେ ସରକାର ବଦଳିବା ପରେ ଦୁଇ ଦୁଇ ଥର ସ୍ୱାସ୍ଥ୍ୟମନ୍ତ୍ରୀ ଜିଲ୍ଲାକୁ ଗସ୍ତ କରିଛନ୍ତି। ଡାକ୍ତରଙ୍କ ନିଯୁକ୍ତି ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବାରେ ଉନ୍ନତ ଆଣିବାକୁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ନୂତନ ଡାକ୍ତର ନିଯୁକ୍ତି ତ ଦୂରର କଥା କାର୍ଯ୍ୟରତ ୬ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରେ ବିଶେଷଜ୍ଞ ଡାକ୍ତର ସାଙ୍ଗକୁ ଆବଶ୍ୟକ ଅନୁସାରେ ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ରହିଛି । ଜିଲ୍ଲାରେ ଜଣେ ବି ଶିଶୁ ରୋଗ ବିଶେଷଜ୍ଞ ନାହାନ୍ତି। ଫଳରେ ନିରୀହ ଗରିବ ଆଦିବାସୀ ରୋଗୀଟିଏ ସ୍ୱାସ୍ଥ୍ୟ ସେବା ନପାଇ ମୃତ୍ୟୁ ମୁହଁରେ ପଡ଼ୁଛନ୍ତି। ଆନ୍ଧ୍ର କିମ୍ବା ବ୍ରହ୍ମପୁର ଏମ୍କେସିଜିକୁ ରେଫର ହେଉଛନ୍ତି।
- ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ ୧୨୬ ଡାକ୍ତର ଆବଶ୍ୟକ, ଅଛନ୍ତି ମାତ୍ର ୩୬ ଜଣ
- ଜିଲ୍ଲାରେ ମୋଟ ୩୨୩ ଡାକ୍ତର ଆବଶ୍ୟକ, ଅଛନ୍ତି ମାତ୍ର ୧୨୦ ଜଣ
- ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀରୋଗ ବିଶେଷଜ୍ଞ ଓ ଶିଶୁ ବିଶେଷଜ୍ଞ ଆବଶ୍ୟକ
- ଗୋଟିଏ ବି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ବି ଶିଶୁ କିମ୍ବା ସ୍ତ୍ରୀ ରୋଗ ବିଶେଷଜ୍ଞ ନାହାନ୍ତି
ସେପଟେ ଜଣେ ମାତ୍ର ଅସ୍ଥି ଶଲ୍ୟ ଡାକ୍ତର ମେଡିକାଲ ସୁପରିଟେଣ୍ଡେଟ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦାୟିତ୍ବ ତୁଲାଉଛନ୍ତି । ଡାକ୍ତର ଅଭାବ କଥା ତ ରାଜ୍ୟର ଅନ୍ୟକ ଜିଲ୍ଲାରେ ରହିଛି, ଏଠାରେ କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଅକର୍ମଣ୍ୟ ହୋଇପଡ଼ିଛି ଆଇସୁୟୁ। ସମସ୍ତ ଉପକରଣ ଥାଇ ମଧ୍ୟ ଆଇସିୟୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ । କରୋନା କାଳରେ ଆସିଥିବା ସମସ୍ତ ସାରଞ୍ଜାମ ଡାକ୍ତରଖାନା ପରିସରରେ ପଡ଼ିପଡ଼ି ନଷ୍ଟ ହେଉଛି । ଆଇସିୟୁ ବାବଦରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସାନ୍ତୁନୁ କୁମାର ପାଢୀ କହିଛନ୍ତି, କ୍ରିଟିକାଲ୍ କେୟାର ୟୁନିଟ୍ କାର୍ଯ୍ୟକ୍ଷମ ଅଛି, ବର୍ତ୍ତମାନ ଆଇସିୟୁ କାର୍ଯ୍ୟକ୍ଷମ କରିବା ସମ୍ଭବପର ନୁହେଁ । ସରକାରଙ୍କ ଆକାଂକ୍ଷା ମାନ୍ୟତା ପାଇଥିବା ପଛୁଆ ଜିଲ୍ଲା ଗଜପତିରେ ସ୍ବାସ୍ଥ୍ୟ ସେବାରେ ବର୍ତ୍ତମାନ ପରବର୍ତ୍ତନ ନିହାତି ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/26/gajapati-medical-2026-02-26-21-32-40.png)