କନକ ବ୍ୟୁରୋ: ବଙ୍ଗୋପସାଗରରେ ଆସୁଥିବା ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ? ଓଡ଼ିଶାରେ ଏହାର ପ୍ରଭାବ କଣ ପଡିବ? କେଉଁ କେଉଁ ଜିଲ୍ଲାରେ କେତେ ବର୍ଷା ହେବ? ଏହାକୁ ନେଇ ଲୋକେ ଭୟଭୀତ ହୋଇପଡିଥିବାବେଳେ ସ୍ପଷ୍ଟ ହୋଇଛି ବାତ୍ୟାର ଗତିପଥ । ସ୍ପଷ୍ଟ ହୋଇଛି କେଉଁଠି ଛୁଇଁବ ସ୍ଥଳଭାଗ ।
ଅଧିକ ପଢ଼ନ୍ତୁ--- ନିଆଁ ଲାଗୁ ଲାଗୁ ହୋଇଯାଏ ପାଉଁଶ
ଅଶାନ୍ତ ହୋଇଛି ବଂଗୋପସାଗର। ସାମୁଦ୍ରିକ ଝଡ ସୃଷ୍ଟି ହେବା ଫଳରେ କରୁଛି ଗର୍ଜନ । ମାଡି ଆସୁଛି ବାତ୍ୟା ମୋନ୍ଥା । ଗଭୀର ଅବପାତର ରୂପ ନେଇଥିବା ସାମୁଦ୍ରିକ ଝଡ଼ ଆହୁରି ବଳ ଗୋଟାଇ ଆଗକୁ ବଢ଼ୁଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆଜି ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ସମୁଦ୍ର ଭିତରେ ଉତ୍ତର-ପଶ୍ଚିମ ଦିଗରେ କିଛି ବାଟ ଗତି କରିବା ପରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଯାଇ ୨୮ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ । ସେହି ଅବସ୍ଥାରେ ଆନ୍ଧ୍ର ପ୍ରଦେଶର କାକିନାଡ୍ଡା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ସେତେବେଳେ ପବନର ବେଗ ସର୍ବାଧିକ ୧୧୦ କିଲୋମିଟର ରହିବ ।
ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରେ ସିଧାସଳଖ ମାଡ ନହେଲେ ବି ମାଲକାନଗିରି ଦେଇ ଅତିକ୍ରମ କରିବ । ଏଥିସହ ପାଣିପାଗ ବିଭାଗ ଜାରି କରିଥିବା ବାତ୍ୟାର ଗତିପଥରୁ ଜଣାପଡୁଛି ଅଧା ଓଡ଼ିଶା ଏହାର ବଳୟ ଭିତରେ ରହିବ। ଯାହାର ପ୍ରଭାବରେ ତିନି ଦିନ ଧରି ଓଡ଼ିଶାରେ ବଡ ବର୍ଷା ହେବ । ୧୦୦ କିଲୋମିଟର ବେଗରେ ପବନ ବହିପାରେ । ସ୍ଥିତିକୁ ନଜରରେ ରଖି ସତର୍କ କରିଛି ଆଇଏମଡି ।
୨୭ରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ୨୮ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ନବରଂଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୨୯ରେ ପୂରା ଦକ୍ଷିଣ ଓଡ଼ିଶା ସମେତ ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧରେ ବର୍ଷା ଲାଗି ରହିବ । ବାତ୍ୟାର ପ୍ରକୋପ ଓଡ଼ିଶାରେ କେତେ ରହିବ, ଆସନ୍ତାକାଲିକୁ ଆହୁରି ସ୍ପଷ୍ଟ ହେବ । ତେବେ ପାଣିପାଗ ବିଭାଗର ସତର୍କ କରିବା ପରେ ସଜାଗ ହୋଇଛନ୍ତି ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/26/cyclonealert-2025-10-26-20-56-33.jpg)