କନକ ବ୍ୟୁରୋ: ସହରବାସୀଙ୍କ ଯାତାୟାତକୁ ସହଜ ସୁବିଧା କରାଇବାକୁ ଗତ ସରକାର ଅମଳରେ କେନ୍ଦ୍ରରୁ ଆସିଥିଲା ସିଟି ବସ୍ । ମାତ୍ର ଅଣଓସାରିଆ ରାସ୍ତାରେ ଚାଲିପାରିଲାନି ବଡ଼ ବସ୍ । ଫେରାଇନେବାକୁ କହିଥିଲେ, ମାତ୍ର ନେଲେନି । ଫଳରେ କୋଟି କୋଟି ଟଙ୍କାର ବସ୍ ପଡ଼ି ପଡ଼ି ଖତ ହୋଇଗଲାଣି ।
ଅଧିକ ପଢ଼ନ୍ତୁ--- ଜେଲ୍ ସୁରକ୍ଷାକୁ ନେଇ ସବୁଠି ଚିନ୍ତା
ବାଲେଶ୍ବର ଗାନ୍ଧୀ ସ୍ମୃତି ଭବନ ପରିସରରେ ଥିବା ସିଟି ବସ୍ଗୁଡ଼ିକ ହିଁ ବଖାଣୁଛି ବସ୍ର ସ୍ଥିତି । ପ୍ରାୟ ସାତ ଆଠ ବର୍ଷ ହେବ ଏମିତି ପଡ଼ିପଡ଼ି ନଷ୍ଟହେବାକୁ ବସିଲାଣି। ବସ୍ର ଅନେକ ଦାମୀ ସାମଗ୍ରୀ ମଧ୍ୟ ଚୋରି ହୋଇଗଲାଣି। ଏବେ ଏହାର ଭବିଷ୍ୟତ କଣ ହେବ ସେ ନେଇ ଉଠିଛି ପ୍ରଶ୍ନ ।
ପୂର୍ବ ସରକାର ଅମଳରେ ପ୍ରାୟ ୮ କୋଟି ଟଙ୍କା ବ୍ୟୟରେ ଆସିଥିଲା ୧୦ଟି ବଡ଼ ବସ୍ । ଲକ୍ଷ୍ୟ ଥିଲା ସହରବାସୀଙ୍କ ଯାତାୟାତ ସମସ୍ୟା ଦୂର କରିବା । ମାତ୍ର ଅଣଓସାରିଆ ରାସ୍ତା ଯୋଗୁଁ ବସ୍ ଗଡ଼ିବା ସମ୍ଭବ ହେଲାନି । ଅଭିଯୋଗ ପରେ ବଡ଼ ବସ୍ ଫେରାଇ ନିଆଯାଇ ଛୋଟ ବସ୍ ଆସିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ମାତ୍ର ତାହା ଏଯାଏଁ ସମ୍ଭବ ହୋଇନାହିଁ ।
ଗାନ୍ଧୀ ସ୍ମୃତି ଭବନ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଏ ବସ୍ ସବୁ ପଡ଼ିରହି ଜାଗା ମାଡ଼ି ବସିଛି । ବଣବୁଦା ସବୁ ମାଡ଼ିଯିବା ଫଳରେ ଏଠାକୁ ଆସୁଥିବା ଲୋକଙ୍କ ପାଇଁ ଏହା ବିପଦ ସୃଷ୍ଟି କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/26/government-goods-damaged-2025-10-26-19-27-33.jpg)