ଇଥାନଲ କମ୍ପାନିକୁ ସମ୍ବଲପୁର ଦେଓଗାଁରେ ପ୍ରବଳ ବିରୋଧ, ନିର୍ମାଣ ବନ୍ଦ କରିବା ଦାବିରେ ତାତିଲେ ଲୋକେ

ଘଣ୍ଟ ବାଜିଲେ ପ୍ରତି ଘରୁ ପ୍ରତି ଗଳିରୁ ଲୋକ ବାହାରି ଗାଁ ଦାଣ୍ଡରେ ଏକାଠି ହେଉଛନ୍ତି । ଯେମିତି ଘଣ୍ଟ ନୁହେଁ ରଣଭେରୀ ବାଜୁଛି ।  ଇଥାନଲ ପ୍ଲାଣ୍ଟ ବିରୋଧରେ ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକର ଦେଓଗାଁବାସୀଙ୍କ ପ୍ରତିବାଦ । କେବେ ଆରଡିସିଙ୍କ  କାର୍ଯ୍ୟାଳୟ ଘେରୁଛନ୍ତି ପୁଣି କେବେ ଗାଁ ଦାଣ୍ଡରେ କମ୍ପାନି ବନ୍ଦ ହେଉ ବୋଲି ନାରାବାଜି କରୁଛନ୍ତି ।

sambalpur

କନକ ବ୍ୟୁରୋ : ଇଥାନଲ କମ୍ପାନିକୁ ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ। ସମ୍ୱଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଦେଓଗାଁ ଠାରେ ଚାଲିଥିବା ଇଥାନଲ  କମ୍ପାନି  ନିର୍ମାଣ କାମକୁ ବନ୍ଦ କରିବାକୁ ସ୍ଥାନୀୟ ଲୋକ ଦାବି କରୁଛନ୍ତି । ସେପଟେ ଗାଁ ଲୋକ ଓ ପ୍ରଶାସନକୁ ଅନ୍ଧାରରେ ରଖି କମ୍ପାନି ମହାନଦୀ ପାଣି ଆଣିବାକୁ ପାଇପ ବିଛାଇ ସାରିଲାଣି । ତୁରନ୍ତ କମ୍ପାନି କାମ ବନ୍ଦ ନହେଲେ ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।  

ବର୍ଷ ଶେଷରେ ସରିବ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ, ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବଢ଼ିବ ନା ଆଉ କାହାକୁ ମିଳିବ ଦାୟିତ୍ୱ ?

ଘଣ୍ଟ ବାଜିଲେ ପ୍ରତି ଘରୁ ପ୍ରତି ଗଳିରୁ ଲୋକ ବାହାରି ଗାଁ ଦାଣ୍ଡରେ ଏକାଠି ହେଉଛନ୍ତି । ଯେମିତି ଘଣ୍ଟ ନୁହେଁ ରଣଭେରୀ ବାଜୁଛି ।  ଇଥାନଲ ପ୍ଲାଣ୍ଟ ବିରୋଧରେ ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକର ଦେଓଗାଁବାସୀଙ୍କ ପ୍ରତିବାଦ । କେବେ ଆରଡିସିଙ୍କ  କାର୍ଯ୍ୟାଳୟ ଘେରୁଛନ୍ତି ପୁଣି କେବେ ଗାଁ ଦାଣ୍ଡରେ କମ୍ପାନି ବନ୍ଦ ହେଉ ବୋଲି ନାରାବାଜି କରୁଛନ୍ତି । ଦେଓଗାଁଠୁ ମାତ୍ର ୨କିମି ଦୂରରେ ପ୍ରିମିୟର୍ ଗ୍ରୀ୍ନ ଇନୋଭେସନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ନିର୍ମାଣଧୀନ ଇଥାନଲ୍ ପ୍ଲାଣ୍ଟକୁ ଜୋରଦାର ବିରୋଧ କରୁଛନ୍ତି ଦେଓଗାଁ ଓ ଆଖପାଖ ପଞ୍ଚାୟତର ଲୋକ । ଲୋକଙ୍କ ଅଭିଯୋଗ ଇଥାନଲ୍ ପ୍ଲାଣ୍ଟ ହେଲେ 

  • ବିଷାକ୍ତ ହେବ ମହାନଦୀ
  • ପ୍ରଦୂଷିତ ପାଣିରେ ମାଛ ମଡକ ହେବ
  • ଉଜୁଡ଼ିଯିବ ମତ୍ସଜୀବୀଙ୍କ ପରିବାର 
  • ନଦୀ ଥାଇ ଶୁଖିଲା ପଡ଼ିବ ଚାଷ ଜମି
  • ମହାନଦୀକୁ ଶୋଷିନେବ ଘରୋଇ କମ୍ପାନି
  • ଯଥାଶୀଘ୍ର କମ୍ପାନୀର ନିର୍ମାଣ କାମକୁ ରୋକିବାକୁ ଚେତାବାନୀ ଦେଇଛନ୍ତି ଆନ୍ଦୋଳନକାରୀ 

ସେଲ୍, ରାଉରକେଲା ଇସ୍ପାତ କାରଖାନାକୁ ଡ଼ିଆରଡ଼ିଓ ଠାରୁ ପ୍ରତିରକ୍ଷା-ଗ୍ରେଡ୍ ଡ଼ିଏମଆର-୨୪୯ ଏ ଇସ୍ପାତ ପାଇଁ ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର ପ୍ରମାଣପତ୍ର ହସ୍ତାନ୍ତର

ଅନ୍ୟପଟେ ପ୍ରଶାସନର କମ୍ପାନି ପ୍ରୀତି ପଦାରେ ପଡ଼ିଛି । କମ୍ପାନି ମହାନଦୀରୁ ପାଣି ନେବାକୁ ପାଇପଲାଇନ୍ ବିଛାଇବ । ତେଣୁ ୧୫ ଦିନ ଭିତରେ ଅଭିଯୋଗ କରିବାକୁ ଗତ ୧୦ ତାରିଖରେ ନୋଟିସ କରିଛନ୍ତି ମାନେଶ୍ବର ତହସିଲଦାର । ଅର୍ଥାତ ଆସନ୍ତା ୨୫ ତାରିଖ ପରେ ହିଁ କମ୍ପାନି ପାଇପ୍ ବିଛାଇପାରିବ । କିନ୍ତୁ ଏପଟେ ଗ୍ରାଉଣ୍ଡ ଜିରୋରେ ଚିତ୍ର ଅଲଗା । କମ୍ପାନି ତହସିଲଦାରଙ୍କ ନୋଟିସ ପୂର୍ବରୁ ହିଁ ପାଇପ ବିଛାଇ ସାରିଛି । ଏନେଇ ତହସିଲଦାର କିଛି ଜାଣିନଥିବା କହିଛନ୍ତି ଓ ଏମିତି ହୋଇଥିଲେ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯିବ ବୋଲି କହିଛନ୍ତି। ଏପଟେ ନଦୀ ପାଖରେ ଥିବା ଜୋରକୁ ପୋତି ଦେଇଛି କମ୍ପାନି ଏହାସହ ବିନା ଅନୁମତିରେ ମହାନଦୀରୁ ପାଣି ନେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe