ତାଇୱାନରେ ଭୟଙ୍କର ଭୂକମ୍ପ, ସାମ୍ନାକୁ ଆସିଲା ଘର ଗୁଡିକ ଦୋହଲୁଥିବାର ଚିତ୍ର

Advertisment

ତାଇପେଇରେ ଥରିଲା ଘର । ଶନିବାର ତାଇୱାନର ଉତ୍ତର-ପୂର୍ବ ଉପକୂଳ ନିକଟରେ ଯିଲାନ୍ ସହର ନିକଟରେ ପ୍ରାୟ ୩୨ କିଲୋମିଟର ଦୂରରେ ୭.୦ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପ ଗଭୀରତାରେ ୭୩ କିଲୋମିଟର ପର୍ଯ୍ୟନ୍ତ ରହିଥିଲା ।

ତାଇପେଇରେ ଥରିଲା ଘର । ଶନିବାର ତାଇୱାନର ଉତ୍ତର-ପୂର୍ବ ଉପକୂଳ ନିକଟରେ ଯିଲାନ୍ ସହର ନିକଟରେ ପ୍ରାୟ ୩୨ କିଲୋମିଟର ଦୂରରେ ୭.୦ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପ ଗଭୀରତାରେ ୭୩ କିଲୋମିଟର ପର୍ଯ୍ୟନ୍ତ ରହିଥିଲା ।

2

Earthquake Photograph: (Kanak News)

କନକ ବ୍ୟୁରୋ: ତାଇୱାନରେ ଭୟଙ୍କର ଭୂକମ୍ପ । ତାଇପେଇରେ ଥରିଲା ଘର । ଶନିବାର ତାଇୱାନର ଉତ୍ତର-ପୂର୍ବ ଉପକୂଳ ନିକଟରେ ଯିଲାନ୍ ସହର ନିକଟରେ ପ୍ରାୟ ୩୨ କିଲୋମିଟର ଦୂରରେ ୭.୦ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପ ଗଭୀରତାରେ ୭୩ କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ସମଗ୍ର ତାଇୱାନରେ ଭୁକମ୍ପର ଅନୁଭବ ଦେଖିବାକୁ ମିଳିଛି । ଭୁକମ୍ପ ଝଟକାରେ ରାଜଧାନୀ ତାଇପେଇରେ ଘର ଗୁଡିକୁ ହଲାଇ ଦେଇଥିଲା । 

ତିନୋଟି ପର୍ଯ୍ୟାୟରେ ହେବ ରତ୍ନଭଣ୍ଡାର ଗଣତିମଣତି, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ତେବେ ତାଇପେଇ ସହର ସରକାର କହିଛନ୍ତି ଯେ କୌଣସି ଗମ୍ଭୀର କ୍ଷତି ରିପୋର୍ଟ ହୋଇନାହିଁ । ଯଦିଓ ଗ୍ୟାସ୍ ଓ ପାଣି ଲିକେଜ୍ ଦେଖିବାକୁ ମିଳିଛି । ଯିଲାନ୍‌ରେ ତାଇୱାନ ପାୱାର କମ୍ପାନୀ ଅନୁଯାୟୀ  ୩,୦୦୦ ଘରେ ଅଳ୍ପ ସମୟ ପାଇଁ ବିଦ୍ୟୁତ୍ କଟାଯାଇଥିଲା ।  ତାଇୱାନ ରାଷ୍ଟ୍ରପତି କହିଛନ୍ତି, କର୍ତ୍ତୃପକ୍ଷମାନେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଛନ୍ତି ଏବଂ ଜନସାଧାରଣଙ୍କୁ ପରବର୍ତ୍ତି ଝକଟା ପାଇଁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe