ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ, ଖାଦ୍ୟରେ ବିଷକ୍ରିୟା ଯୋଗୁଁ ମୃ୍ତ୍ୟୁ ନେଇ ବଣାଇ ଡିଏଫ୍‌ଓଙ୍କ ସୂଚନା

Advertisment

ସେପଟେ ବାଲିଗୁଡ଼ାରେ ଦନ୍ତାହାତୀର ମୃତଦେହ ଉଦ୍ଧାର । ମୟୂରଭଞ୍ଜ ବେତନଟୀ ଅଂଚଳରେ ଘୂରିବୁଲୁଛି ଅସୁସ୍ଥ ହାତୀ ।

ସେପଟେ ବାଲିଗୁଡ଼ାରେ ଦନ୍ତାହାତୀର ମୃତଦେହ ଉଦ୍ଧାର । ମୟୂରଭଞ୍ଜ ବେତନଟୀ ଅଂଚଳରେ ଘୂରିବୁଲୁଛି ଅସୁସ୍ଥ ହାତୀ ।

Tiger Elephant

Tiger Elephant Photograph: (KanakNews)

କନକ ବ୍ୟୁରୋ: ଦୁଇଦିନ ତଳେ ଅନୁଗୁଳରେ ଫାଶରେ ପଡ଼ି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା। ଆଜି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନଖଣ୍ଡ ତାମରା ବନାଞ୍ଚଳର ଖେସାରା ଜଙ୍ଗଲରେ ଏକ କଲରାପତରିଆର ମୃତ୍ୟୁ ହୋଇଛି । ବିଷକ୍ରିୟା ଯୋଗୁ କଲରାପତରିଆ ବାଘର ମୃତ୍ୟୁ ହେଇଥିବା କୁହାଯାଉଛି । କିଛିଦିନ ହେଲା ଏହି ବାଘୁଣୀ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା ଏବଂ ଏକ ବଳଦକୁ ମାରିଥିଲା । ଉତ୍ତ୍ୟକ୍ତ ଲୋକ ମୃତ ବଳଦ ଶରୀରରେ ବିଷ ପ୍ରୟୋଗ କରିଥିଲେ। ବାଘୁଣୀ ଏହି ବିଷାକ୍ତ ବଳଦକୁ ଖାଇବା ପରେ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବନ ବିଭାଗର ବାଘର ବ୍ୟବଛେଦ କରିବା ସହ ଅଟକ ଥିବା ନୂଆସ ଖେସକୁ କୋର୍ଟ ଚାଲାଣ କରିଛି । 

 
କନ୍ଧମାଳ ଜିଲ୍ଲା ବାଲିଗୁଡା  ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି । ବେଲଘର ରେଞ୍ଜ୍ ଝିରିପାଣି କର୍ଜଣ୍ଡି ଜଙ୍ଗଲରେ ସକାଳୁ ସକାଳୁ ସ୍ଥାନୀୟ ଲୋକମାନେ ଦନ୍ତାହାତୀର ମୃତ ଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। କିଭଳି ହାତୀର ମୃତ୍ୟୁ ହେଲା ତାହା ଜଣାପଡ଼ିନାହିଁ । ଅତ୍ୟଧିକ ଶୀତ ଯୋଗୁଁ ହାତୀଟି ପ୍ରାଣ ହରାଇଥିବା ଲେକେ କହୁଥିବାବେଳେ ବନ ବିଭାଗ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । 

ଅଧିକ ପଢନ୍ତୁ:  ଆରମ୍ଭ ହେଲା ବାଘ ଗଣନା ; ଫୋକସ୍‌ରେ ଶିମିଳିପାଳ

ସେପଟେ ମୟୂରଭଞ୍ଜ ବେଟନଟୀ ଅଞ୍ଚଳରେ ଏକ ହାତୀ ଅସୁସ୍ଥ ହୋଇ ବୁଲୁଛି। ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବାକୁ ଉଦ୍ୟମ କରୁଛି ବନ ବିଭାଗ ।  ଓଡ଼ିଶାରେ ଗତ ୧୦ ବର୍ଷ ମଧ୍ୟରେ ୫୫ ବାଘ ଶିକାର କରାଯାଇଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଡିଆ ବିଧାନସଭାରେ ସୂଚନା ଦେଇଥିଲେ । ସେହିପରି ଓଡ଼ିଶାରେ ଗତ ୧୦ ବର୍ଷରେ ୭୬୦ ହାତୀ ପ୍ରାଣ ହରାଇଛନ୍ତି। ୪୧ଟି ହାତୀଙ୍କୁ ଶିକାର କରାଯାଇଥିଲା ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe