ଟିକେଟ କଳାବଜାରି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ: ମୋଟ ୨୧ଟି ଟିକେଟ୍ ଜବତ, ଧରାପଡ଼ିଲେ ୪ ଜଣ

Advertisment

। ୯ଟି ଟିକେଟ୍ ଜବତ ସହ ୨ ଜଣଙ୍କୁ କବଜାକୁ ନେଲା ଦରଘାବଜାର ଥାନା ପୁଲିସ୍ ।

। ୯ଟି ଟିକେଟ୍ ଜବତ ସହ ୨ ଜଣଙ୍କୁ କବଜାକୁ ନେଲା ଦରଘାବଜାର ଥାନା ପୁଲିସ୍ ।

Barabati ticket

Barabati ticket Photograph: (KanakNews)

କନକ ବ୍ୟୁରୋ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ପୂର୍ବରୁ, କମିସନରେଟ୍ ପୁଲିସ୍ ଟିକେଟ୍ କଳାବଜାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।  ବିଶେଷ ଅଭିଯାନ ସମୟରେ ବିଡ଼ାନାସୀ ଥାନା ପୁଲିସ୍ ଷ୍ଟେସନ୍ ଦୁଇଟି ମାମଲା ରୁଜୁ କରିଛି ଏବଂ ଅଧିକ ଦରରେ ବିକ୍ରି ହେଉଥିବା ୧୨ଟି ଟିକେଟ୍ ଜବତ କରିଛି । ସେହିପରି ଦରଘାବଜାର ଥାନା ପୁଲିସ୍ ଦୁଇଟି ମାମଲା ରୁଜ କରି ୯ଟି ଟିକେଟ୍ ଜବତ କରିଛି। ମୋଟ ଚାରିଜଣ ଅଭିଯୁକ୍ତଙ୍କୁ ଧରାପଡ଼ିଛନ୍ତି ।  

ଅଧିକ ପଢନ୍ତୁ:ବାରବାଟୀ ମ୍ୟାଚ୍ ପାଇଁ ସୁରକ୍ଷା କଡ଼ାକଡ଼ି ; ମୁତୟନ ହେବେ ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ

ଏପଟେ,  ବାରବାଟୀ ଟି-ଟ୍ବେଣ୍ଟି ପାଇଁ ଭୁବନେଶ୍ବରରେ ଟିମ ଇଣ୍ଡିଆ ଖେଳାଳି । ରବିବାର ରାତିରେ ବରୁଣ ଚକ୍ରବର୍ତ୍ତି, ସୂର୍ଯ୍ୟ ଯାଦବ, ଅକ୍ଷର ପଟେଲ, ଶିବମ ଦୁବେ, ଜିତେଶ ଶର୍ମା, ଅଭିଷେକ ଶର୍ମା ଓ ଅନ୍ୟ ଖେଳାଳି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଦିନିକିଆ ଶୃଙ୍ଖଳା ଦଖଲ ପରେ ଏବେ ଟିମ୍ ଇଣ୍ଡିଆର ଟାର୍ଗେଟରେ ଟି-୨୦ ସିରିଜ୍। ବାରବାଟୀରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ ଖେଳିବାକୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି । ସ୍ବତନ୍ତ୍ର ବିମାନ ଯୋଗେ ବିଶାଖାପାଟନାରୁ ଆସି ଭୁବନେଶ୍ବରରେ ପହଁଚିବା ପରେ କଡ଼ା ସୁରକ୍ଷା ବଳୟରେ ଉଭୟ ଦଳର ଖେଳାଳିଙ୍କୁ ହୋଟେଲ ମେ'ଫେୟାରକୁ ପାଛୋଟି ନିଆଯାଇଛି। ଆଜି ଖେଳାଳିମାନେ ନେଟ୍ ଅଭ୍ୟାସ୍ କରିବେ। ଭାରତୀୟ ଖେଳାଳି ମାନେ ସାଢ଼େ ୧୧ଟାରେ ଅଭ୍ୟାସ ପାଇଁ ବାରବାଟୀ ଯିବେ। ସେହିପରି ଅପରାହ୍ନ ୪ଟା ୩୦ରେ ଦକ୍ଷିଣ ଆଫ୍ରିକା ଟିମ୍‌ ଅଭ୍ୟାସ ପାଇଁ ଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe