BMC Photograph: (KanakNews)
କନକ ବ୍ୟୁରୋ: ବିମାନ ଚଳାଚଳ ସୁରକ୍ଷା ପାଇଁ ଆମିଷ ବର୍ଜ୍ୟ ପରିଚାଳନାକୁ କଡାକଡି କଲା ବିଏମସି । ଫେବୃୟାରୀ ୧ରୁ ଏହି ନିୟମ କଡାକଡି ଲାଗୁ କରାଯିବ। ସମସ୍ତ ମାଛ, ମାଂସ ଏବଂ କୁକୁଡା ଦୋକାନୀ, ବିକ୍ରେତା, କଂସାଇଖାନା ୟୁନିଟ୍ ନିର୍ଦ୍ଦେଶାବଳୀ ପାଳନ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।
ଅଧିକ ପଢନ୍ତୁ : ୪୪ ନମ୍ବର ୱାର୍ଡର କର୍ପୋରେଟରଙ୍କ ଗିରଫ ଦାବିରେ ବିଏମସି ଅଫିସ ଭିତରେ ବିକ୍ଷୋଭ, ସିଏମସି ବୈଠକରେ ମେୟରଙ୍କୁ ଘେରିଲେ କର୍ପୋରେଟର
ଏସବୁ ଦୋକାନରୁ ବାହାରୁଥିବା ଆମିଷ ବର୍ଜ୍ୟ କେବଳ ସର୍ବନିମ୍ନ ୧୨୦ ମାଇକ୍ରୋନ ବ୍ୟାଗରେ ସଂରକ୍ଷଣ କରାଯିବ । ବର୍ଜ୍ୟବସ୍ତୁ ସଂରକ୍ଷଣ କିମ୍ବା ନିଷ୍କାସନ ପାଇଁ ପତଳା ପ୍ଲାଷ୍ଟିକ୍ କ୍ୟାରି ବ୍ୟାଗ ସଂପୂର୍ଣ୍ଣ ନିଷେଧ ରହିବ। ପ୍ରତ୍ୟେକ ପ୍ରତିଷ୍ଠାନ ଦୋକାନ ପରିସରରେ ବର୍ଜ୍ୟର ସଂରକ୍ଷଣ କରିବା ବାଧ୍ୟତାମୂଳକ । ବର୍ଜ୍ୟଗୁଡିକୁ ଖୋଲା ପାତ୍ର, ବାସ୍କେଟ କିମ୍ବା ଅନାବୃତ ପାତ୍ରରେ କୌଣସି ପରିସ୍ଥିତିରେ ବି ରଖାଯିବ ନାହିଁ। ରାସ୍ତା, ଡ୍ରେନ, ଜଳାଶୟ, ଖୋଲା ସ୍ଥାନ କିମ୍ବା ସର୍ବସାଧାରଣ ସ୍ଥାନରେ ଆବର୍ଜନା ପକାଇବା ନିଷେଧ କରାଯାଇଛି ।
Follow Us