କନକ ବ୍ୟୁରୋ : ବିଏମସି କର୍ପୋରେସନ୍ ବୈଠକ ବେଳେ ବିକ୍ଷୋଭ । ବିଏମସି ଅଫିସ ଭିତରେ ପଶିଲେ, ନାରାବାଜି କଲେ । ୪୪ ନମ୍ବର ୱାର୍ଡ କର୍ପୋରେଟର ଅଜିତ ବେହେରାଙ୍କ ଗିରଫ ଦାବିରେ ବିଏମସି କାର୍ଯ୍ୟାଳୟ ଘେରାଉ କଲେ ୨୯ ନମ୍ବର ୱାର୍ଡ ବାସିନ୍ଦ । ୨୯ ନମ୍ବର ୱାର୍ଡର କର୍ପୋରେଟର ଜୀବନ ରାଉତଙ୍କୁ ମେୟର ଭୁଲ ମାଗନ୍ତୁ ବୋଲି ଦାବି କରିଥିଲେ ପ୍ରତିବାଦକାରୀ। ବିଜେପି ନେତା ଜଗା ପ୍ରଧାନ ଧାରଣାସ୍ଥଳରେ ପହଁଚି ବିକ୍ଷୋଭକାରୀଙ୍କୁ ବୁଝା ସୁଝା କରିବା ପରେ ଧାରଣା ହଟିଥିଲା
ବୈଠକରେ ଉଠିଥିଲା ଜୀବନ ଝଡ଼ । ୪୪ନମ୍ବର ୱାର୍ଡର କର୍ପୋରପୋରେଟର ପୂର୍ବତନ ସେନା କର୍ମଚାରୀ ତଥା ଏନଫୋର୍ସମେଣ୍ଟ ସ୍କ୍ୱାଡ୍ଙ୍କୁ ମାଡ ମାରିଥିଲେ । ଘଟଣାରେ ମେୟର ଘଣ୍ଟ ଘୋଡାଇଥିବା ଅଭିଯୋଗ ଆଣି ପ୍ରବଳ ହଟ୍ଟଗୋଳ କରିଥିଲେ ବିଜେପି କର୍ପୋରେଟର । ପରେ ବୈଠକ ସ୍ୱାଭାବିକ ହେବା ସହ ଡେଙ୍ଗୁ ମୁକାବିଲା, ସହରର ଜଳବନ୍ଦୀ ଓ ଡ୍ରେନଜ୍ ସମସ୍ୟାର ସମାଧାନ ନେଇ ଆଲୋଚନା ହୋଇଥିଲା ।
ହଟ୍ଟଗୋଳ, ହଙ୍ଗାମା ଭିତରେ ସରିଲା ବୈଠକ। ଆଗାମୀ ପାର୍ବଣ ଋତୁ ପୂର୍ବରୁ ସହରର ବିକାଶ ନେଇ କର୍ପୋରେଟର ମାନେ ବୈଠକରେ ବିଭିନ୍ନ ପ୍ରସ୍ତାବ ରଖିଥିଲେ ।
ସମାନ ଘଟଣା ଘଟିଛି ସିଏମସି ସାଧାରଣ ବୈଠକରେ । ସିଏମ୍ସି ସାଧାରଣ ଅଧିବେଶନ ଆରମ୍ଭରୁ ହୋହଲ୍ଲା । ମେୟରଙ୍କୁ ଘେରିଲେ କଂଗ୍ରେସ କର୍ପୋରେଟର୍ । ଅସନ୍ତୋଷ ଝାଡ଼ିଲେ, ଧାରଣାରେ ବସିଲେ । ୱାର୍ଡରେ ଉନ୍ନୟନ ମୂଳକ କାର୍ଯ୍ୟ ହେଉନାହିଁ, ସରକାରୀ କାର୍ଯ୍ୟକ୍ରମରେ କଂଗ୍ରେସ କର୍ପୋରେଟରଙ୍କୁ ଡକା ଯାଉନଥିବା ଅଭିଯୋଗରେ ମେୟରଙ୍କୁ ଘେରିଥିଲେ । ପରେ ମେୟର ବୁଝାସୁଝା କରିବାରୁ ଧାରଣାରୁ ଉଠିଥିଲେ ।
ଦୁର୍ନୀତି ପ୍ରସଙ୍ଗରେ ମେୟରଙ୍କୁ ଘେରିଥିଲେ ବିଜେପି କର୍ପୋରେଟର୍ । ପୂର୍ବତନ କମିସନର ଚାକିରି ଶେଷ ଦିନରେ ୫୦୦ କୋଟି ଟଙ୍କା ଫାଇଲରେ ଦସ୍ତଖତ ମାରି ଦୁର୍ନୀତି କରିଥିବା ଅଭିଯୋଗ ଆଣିଛନ୍ତି ବିଜେପି କର୍ପୋରେଟର୍ । ସବୁ ଫାଇଲକୁ ଆଉ ଥରେ ଦେଖାଯାଉ ବୋଲି ଦାବି କରିଥିଲେ ବିଜେପି କର୍ପୋରେଟର୍।
ମେୟର ବୁଝାସୁଝା କରିବା ପରେ ବୈଠକ ସ୍ୱାଭାବିକ ହୋଇଥିଲା । ଏ ଘଟଣା ନୂଆ ନୁହେଁ । ପ୍ରତିଥର ମହାନଗର ନିଗମ ବୈଠକରେ ଏଭଳି ହୋହଲ୍ଲା ଦେଖିବାକୁ ମିଳୁଛି ।