ଗୋଠଛଡା ହାତୀଙ୍କ ଉପଦ୍ରବ : ଜଣେ ମୃତ

ବ୍ୟକ୍ତିଙ୍କୁ ଦଳିଦେଲା ଗୋଠଛଡ଼ା ହାତୀ । ମୃତକ ହେଉଛନ୍ତି କୁଆଁରମୁଣ୍ଡା ବ୍ଲକ କର୍ମାବାହାଲ କେଦାର ରାଉତ ।  ଶୌଚ ପାଇଁ ବାହାରକୁ ଯାଇଥିବାବେଳେ ହାତୀ କଚାଡ଼ିଦେଇଥିଲା । 

33

Photograph: (kanaknews)

କନକବ୍ୟୁରୋ : ବ୍ୟକ୍ତିଙ୍କୁ  ଦଳିଦେଲା ଗୋଠଛଡ଼ା ହାତୀ । ମୃତକ ହେଉଛନ୍ତି କୁଆଁରମୁଣ୍ଡା ବ୍ଲକ କର୍ମାବାହାଲ କେଦାର ରାଉତ(୫୩) ।  ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ହାତୀ କଚାଡ଼ିଦେଇଥିଲା ।  ପରେ ତାଙ୍କୁ ଗ୍ରାମବାସୀ ଉଦ୍ଧାରକରି ହସ୍ପିଟାଲକୁ ନେଇଥିଲେ ।  ତେବେ ଡାକ୍ତର ସେଠାରେ କେଦାର ରାଉତଙ୍କୁ ମୃତ ଘୋଷଣା କରିଥିଲେ  । ଉଲ୍ଲେଖଯୋଗ୍ୟ, ଦୀର୍ଘଦିନ ହେଲେ ଅଂଚଳରେ ୨୭ ଟିକିଆ ହାତୀପଲ ଉପଦ୍ରବ ଜାରି ରଖିଛନ୍ତି  ।    ବହୁ ପରିମାଣର ଫସଲ, ଚଢା ଜମି ନଷ୍ଟ କରିସାରିଲେଣି । ରାୟଗଡ଼ା ଜିଲ୍ଲା  କଲ୍ୟାଣସିଂହପୁର ବ୍ଲକ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି I    ଗୁରୁତର ଆହତ ଜଣଙ୍କ ହେଲେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ପାର୍ଶIଲି ପଞ୍ଚାୟତ ବୁଡ଼ୁନି ଗ୍ରାମର ଵାଲା ଶିକକା  

ଅଧିକ ପଢନ୍ତୁ.... ଚାଷୀଙ୍କୁ ନେଇ ବଡ କଥା : ୧୨ହଜାର ହେବ ଚାଷୀଙ୍କ ଆୟ , ବିଧାନସଭାରେ ଲିଖିତ ଉତ୍ତର ଦେଲେ କୃଷି ମନ୍ତ୍ରୀ କେଭି ସିଂଦେଓ

ଗତକାଲି  ରାତିରେ ଵାଲା ନିୟମଗିରି ପାହାଡ଼ରେ ଥିବା  ନିଜର ଝୁଡୁଙ୍ଗ ଫସଲ ସୁରକ୍ଷା ଦେବାକୁ ଯାଇ ଆଜି ଭୋରରେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ I  ଦନ୍ତା ହାତୀ ଆକ୍ରମଣ ପରେ ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ପାଇଁ ଆଣିଥିଲେ  I କିନ୍ତୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା I 

କିଛି ଦିନ ହେଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ରେ ୨ଟି ହାତୀ ଧାନ ଫସଲ  ନଷ୍ଟ କରିବା ସହିତ ଘର ଭାଙ୍ଗି ଧନଜୀବନ ହାନୀ ଘଟାଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି I ଜଣେ ବାଳକକୁ ଦଳି ଦେଇଥିଲା ହାତୀ  , କିଛି ଦିନ ତଳେ କଲ୍ୟାଣସିଂହପୁର ସୀମାବର୍ତ୍ତୀ ଅଞ୍ଚଳରେ ଜଣେ ବାଳକକୁ ହାତୀ ଦଳି ଦେଇଥିଲା I ଏହି ୨ଟି ହାତୀକୁ ବନ ବିଭାଗ ଲାଞ୍ଜିଗଡ଼ ଅଞ୍ଚଳକୁ ଘଉଡ଼ାଇ ଦେଇଥିଲା   କିନ୍ତୁ ୨ଟି ହାତୀ ପୁନର୍ବାର କଲ୍ୟାଣସିଂହପୁର ଫେରି ଏହି କାଣ୍ଡ ଘଟାଇଛନ୍ତି  I ବନ ବିଭାଗ ପକ୍ଷରୁ ହାତୀ ଗତିବିଧି ସମ୍ପର୍କରେ ଲୋକଙ୍କୁ ସୂଚନା ଦେବାକୁ ରେଞ୍ଜର ଚନ୍ଦନ ଗମାଙ୍ଗ ଅନୁରୋଧ କରିବା ସହ ହାତୀକୁ ଉତ୍ତେଜିତ ନ କରିବାକୁ କହିଛନ୍ତି  I 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe