କନକବ୍ୟୁରୋ : ଚାଷୀଙ୍କ ମାସିକ ଆୟ ହେବ ୧୨ ହଜାର ଟଙ୍କା। ବିଧାନସଭାରେ ଲିଖିତ ଉତ୍ତର ଦେଲେ କୃଷି ମନ୍ତ୍ରୀ କେଭି ସିଂଦେଓ । ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅଣତାରକା ପ୍ରଶ୍ନରେ ଉତ୍ତର ରଖି ଏହି ସୂଚନା ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ସର୍ବଭାରତୀୟ ସ୍ତରରେ ଜାତୀୟ ପରିସଂଖ୍ୟନ କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ ଆମ ରାଜ୍ୟର କୃଷକ ପରିବାରର ମାସିକ ଆୟ ୨୦୧୮-୧୯ରେ ୫, ୧୧୨ ଟଙ୍କା ଥିଲା । କୃଷକ ପରିବାର ମାସିକ ଆୟକୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ବିକଶିତ ଓଡ଼ିଶା ୨୦୩୬ରେ ଲକ୍ଷ ରଖାଯାଇଛି । ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।
ଅଧିକ ପଢନ୍ତୁ... ରାସନକାର୍ଡ କୁ ନେଇ ଆସିଲା ବଡ ଖବର : ଡିସେମ୍ବର ୩୧ ପରେ କଟିବ କି ରାସନକାର୍ଡ ?
ନୂଆ ସରକାରରେ ହୋଇନି ଗୋଟିଏ ବି ଚାଷୀ ଆତ୍ମହତ୍ୟା । ବିଧାନସଭାରେ କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ଗତବର୍ଷ କେତେ ଚାଷୀଙ୍କ ମୃତ୍ୟୁ ହୋଇଛି , କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି, ରୁଣ ଭାରରେ ଚିନ୍ତାଗ୍ରସ୍ତ ହୋଇ କେତେ ଚାଷୀ ଜୀବନ ହାରିଛନ୍ତି ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ। ଯାହାର ଲିଖିତ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ୨୦୨୪-୨୫ରେ ଗୋଟିଏ ବି ଚାଷୀ ଆତ୍ମହତ୍ୟାର ସୂଚନା ନାହିଁ । ଚାଷ ଭାର ନେଇ କୌଣସି ଚାଷୀ ଆତ୍ମହତ୍ୟା କରି ନଥିବା କହିଛନ୍ତି ମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/03/kv-singh-deo-2025-12-03-13-16-33.jpg)