କନକ ବ୍ୟୁରୋ;  ୬ ଦିନ ପରେ ଶିଖରଚଣ୍ଡୀରୁ ଫେରିଲେ ଦୁଇଟିଯାକ ଦନ୍ତା ହାତୀ । ହାତ ଘଉଡାଇବା ପାଇଁ ନାଇଟ ଅପରେସନ ଚଳାଇଥିଲା ବନ ବିଭାଗ । ଗତକାଲି ରାତିରେ ଶିଖରଚଣ୍ଡୀରୁ ବାହାରିଥିଲେ ହାତୀ । ପଥରଗାଡ଼ିଆ, ଶ୍ରୀବିହାର, ଗଣେଶ ବିହାର ଦେଇ ଭରତପୁର ଜଙ୍ଗଲକୁ ଫେରିଛନ୍ତି ହାତୀ । ବନ ବିଭାଗ ପକ୍ଷରୁ ସ୍ପେଶାଲ ନାଇଟ ଟ୍ରାକିଂ ଟିମ ହାତୀକୁ ଘଉଡାବାରେ ଲାଗିଥିଲେ ।

Advertisment

ଅଧିକ ପଢନ୍ତୁ;ଶିଖରଚଣ୍ଡୀ ପାହଡ଼ରେ ଜଙ୍ଗଲି ହାତୀ ଆତଙ୍କ : ହାତୀ ଘଉଡେଇବାକୁ ବନ କର୍ମଚାରୀଙ୍କ ଉଦ୍ୟମ

ଫେରିବା ସମୟରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ରଚିଥିଲେ ହାତୀ ଦୁଇଟି । ଗଛ ଭାଙ୍ଗିବା ସହ ନିର୍ମାଣଧୀନ ଘରର ପାଚେରୀ ଭାଙ୍ଗିଛନ୍ତି।  ହାତୀ ଯାଇଥିବା ରାସ୍ତାରେ ଏବେ ବି ସେମାନଙ୍କ ପାଦଚିନ୍ହ ରହିଛି। ଭୋରରୁ ହାତୀଦ୍ବୟ ଭରତପୁର ଜଙ୍ଗଲରେ ପ୍ରବେଶ କରିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେପଟେ ହାତୀ ଫେରିବା ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିଖରଚଣ୍ଡୀ । ପର୍ଯ୍ୟଟନ ଋତୁ ପାଇଁ ଏବେ ଶିଖରଚଣ୍ଡୀରେ ଲୋକଙ୍କ ଭିଡ଼ ଜମୁଥିଲା। କିନ୍ତୁ ହାତୀ ଭୟରେ କୌଣସି ଏଘଟଣ ଏଡ଼ାଇବା ପାଇଁ ଶିଖରଚଣ୍ଡୀ ବନ୍ଦ କରାଯାଇଥିଲା ।

ଭଣଭୋଜି ହେଉ କି ଜନ୍ମଦିନ ପାଳନ ହେଉ ଏଠାରେ ଲୋକେ ଖୁବ୍‌ ପ୍ରାକୃତିକ ପରିବେଶକୁ  ଉପଭୋଗ କରିବା ସହ ମଜାମସ୍ତି କରିଥାନ୍ତି । ଆଉ ନୂଆବର୍ଷରେ ତ ଶିଖରଚଣ୍ଡୀରେ ପର୍ଯ୍ୟଟକଙ୍କ ଗହଳି ଲାଗିଥାଏ ।  କିନ୍ତୁ  ଏଥର ହାତୀ ଡରରେ  ଶିଖରଚଣ୍ଡୀରେ ନୂଆବର୍ଷ ପାଳନ କରିପାରିବେନି  ବୋଲି ସୂଚନା ଦିଆଯାଇଥିଲା ।