କୋରାପୁଟ ଚିରୁପାଲିରେ ରେଳ ଲାଇନ ଉପରେ ଖସିପଡ଼ିଲା ପଥର, ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ

ଏହି ରୁଟ୍ ଦେଇ ଯିବାକୁ ଥିବା କିରନଦୁଲ-ବିଶାଖାପାଟଣା ଏକ୍ସପ୍ରେସ ବାତିଲ

ରେଳ ଲାଇନ ଉପରେ ଖସିପଡ଼ିଲା ପଥର

ରେଳ ଲାଇନ ଉପରେ ଖସିପଡ଼ିଲା ପଥର Photograph: (KanaKnews)

କନକ ବ୍ୟୁରୋ:  ଭୁସ୍ଖଳନ ଯୋଗୁ ଟ୍ରେନ ଲାଇନ ଉପରେ ପଡ଼ିଲା ପଥର । ରେଳ ଚଳାଚଳା ବାଧାପ୍ରାପ୍ତ । ରବିବାର ଭୋର ସମୟରେ ଏଭଳି ଅଘଟଣ ଘଟିଥିବା ବେଳେ ଅଳ୍ପକେ ବର୍ତ୍ତଯାଇଛି ମାଲବାହୀ ଟ୍ରେନ । ଘଟଣା ଘଟିଛି ତୟଡା ଚିରୁପାଲି  ନିକଟରେ ।

ବେଇମାନ୍‌ ପାକିସ୍ତାନ ; ଯୁଦ୍ଧବିରତି ଘୋଷଣା ପରେ ବି ଆଫଗାନିସ୍ତାନ ଉପରେ କଲା ଏୟାର ଷ୍ଟ୍ରାଇକ

ଏଇ ରୁଟ ଦେଇ ଯିବାକୁ ଥିବା କିରନଦୂଲ୍-ବିଶାଖାପାଟଣା ଟ୍ରେନକୁ ବାତିଲ କରାଯାଇଛି । ରେଳ ବିଭାଗ ପକ୍ଷରୁ ରେଳପଥ ସ୍ଵାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି । ମଧ୍ୟାହ୍ନ ସୁଦ୍ଧା ରେଳ ଚଳାଚଳ କରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe