ରତ୍ନଭଣ୍ଡାର ଗଣତି ମଣତି ପାଇଁ ଚିଠା ମାର୍ଗଦର୍ଶିକାକୁ ପରିଚାଳନା କମିଟିର ଅନୁମୋଦନ, ସରକାର ଚୂଡ଼ାନ୍ତ କରିବା ପରେ ଧାର୍ଯ୍ୟ ହେବ ତାରିଖ

Advertisment

ତିଥି ବାର ଲଗ୍ନ ଦେଖି ଖୋଲିବ ଭଣ୍ଡାର । ସେପଟେ ଭକ୍ତ ନିବାସ ପାର୍କିଂ ଫି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ୟୁଟର୍ଣ୍ଣ୍ । ୫ଶହରୁ ୨୪୦ ଟଙ୍କାକୁ ଖସିଲା ଫି

ତିଥି ବାର ଲଗ୍ନ ଦେଖି ଖୋଲିବ ଭଣ୍ଡାର । ସେପଟେ ଭକ୍ତ ନିବାସ ପାର୍କିଂ ଫି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ୟୁଟର୍ଣ୍ଣ୍ । ୫ଶହରୁ ୨୪୦ ଟଙ୍କାକୁ ଖସିଲା ଫି

Ratnabhandar

Ratnabhandar Photograph: (KanakNews)

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି ପାଇଁ ସଂଶୋଧିତ ମାର୍ଗଦର୍ଶିକାକୁ ପରିଚାଳନା କମିଟି ମୋହର ମାରିଛି। ରାଜ୍ୟ ସରକାରଙ୍କ ଅନୁମୋଦନ ଆସିବା ପରେ ଶୁଭ ବେଳାରେ ଆରମ୍ଭ ହେବ ଗଣତିମଣତି। ଅନ୍ୟପଟେ ଚାରିଆଡୁ ବିରୋଧ ଓ ସମାଲୋଚନା ପରେ ପାର୍କିଂ ଫି ପ୍ରସଙ୍ଗରେ ୟୁ- ଟର୍ଣ୍ଣ ମାରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।  
 
ରତ୍ନଭଣ୍ଡାର ଗଣତି ମଣତୀ ପାଇଁ ସଂଶୋଧିତ ମାର୍ଗଦର୍ଶିକା ଉପରେ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି । ଏବେ ରାଜ୍ୟ ସରକାରଙ୍କ ଚୁଡାନ୍ତ ଅନୁମୋଦନ ମିଳିବା ପରେ ଆରମ୍ଭ ହେବ ଗଣତି ମଣତି। ଅଳଙ୍କାରର ଗଣତି ଓ ମଣତି ପାଇଁ ୧୧ ପୃଷ୍ଠାର ଏସଓପି ପ୍ରସ୍ତୁତ ହୋଇଛି। ପ୍ରଥମେ ଦିନ, ତିଥି, ଲଗ୍ନ ଓ ବାର ସ୍ଥିର କରି ରାଜ୍ୟ ସରକାରଙ୍କୁ ଦିଆଯିବ । ସରକାରଙ୍କ ଅନୁମୋଦନ ପରେ ଖୋଲିବ ଭିତର ଓ ବାହର ରତ୍ନ ଭଣ୍ଡାର । ଗଣତି ମଣତି ପରେ ସମସ୍ତ ଅଳଙ୍କାରର ଡିଜିଟାଇେଜେସନ ହେବ। 

ଅଧିକ ପଢନ୍ତୁ:  ତିନୋଟି ପର୍ଯ୍ୟାୟରେ ହେବ ରତ୍ନଭଣ୍ଡାର ଗଣତିମଣତି, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ବିରୋଧ ଓ ସମାଲୋଚନା ପରେ ଶ୍ରୀକ୍ଷେତ୍ରର ଭକ୍ତ ନିବାସ ପାର୍କି ଫି କମିଛି । ପରିଚାଳନା କମିଟି ପରିବର୍ତ୍ତିତ ପାର୍କିଂ ଫି ପ୍ରସ୍ତାବ ଉପରେ ମୋହର ମାରିଛି । ପୂର୍ବରୁ ୪ ଟି ଭକ୍ତ ନିବାସ ପାଇଁ ୫୦୦ ଟଙ୍କା ପାର୍କିଂ ଫି ଧାର୍ଯ୍ୟ ହୋଇଥିଲା। ବିରୋଧ ପରେ ଏବେ ପାର୍କିଂ ଫି ବାବଦକୁ ୫୦୦ ଟଙ୍କା ନୁହେଁ, ୨୪୦ ଟଙ୍କା ପଡ଼ିବ। ଯାହା କାଲିଠୁ ଲାଗୁ ହେବ। ସେହିପରି ଗୁଣ୍ଡିଚା ମନ୍ଦିରକୁ ଆଉ ନିଲାମ ଦିଆଯିବ ନାହିଁ । ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରବେଶ ଫି’ ଦଶ ଟଙ୍କା ରଖାଯାଇଛି। ତେବେ ମୋବାଇଲ ଓ ଜୋତାଷ୍ଟାଣ୍ଡ ନିଃଶୁଳ୍କ ରହିବ ।  ମହାପ୍ରଭୁଙ୍କ ନୂତନ ରତ୍ନ ପଲଙ୍କ ପ୍ରସ୍ତୁତ ହୋଇଛି। ପରାମର୍ଶ ଓ ଶୁଭ ବେଳା ଦେଖି ରତ୍ନ ପଲଙ୍କ ବ୍ୟବହୃତ ହେବ। ନାଟମଣ୍ଡପରେ ଏସି ବ୍ୟବସ୍ଥା କରିବା ନେଇ ପରିଚାଳନା କମିଟି ବୈଠକରେ ନିଷ୍ପତି ନିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe