କନକ ବ୍ୟୁରୋ : ଷ୍ଟିଲ ସିଟି ରାଉରକେଲାର ଜନ୍ମ ଦିନ। ସହରରେ ଧୁମଧାମରେ ପାଳନ କରାଯାଉଛି ରାଉରକେଲା ଦିବସ। ଏହି ସହର ଏବେ ଭବିଷ୍ୟତର ନୂଆ ଉଚ୍ଚତାକୁ ଛୁଇଁବାକୁ ଯାଉଛି। ହେଲେ କେତେ ବଡ଼ ହୋଇଛି ରାଉରକେଲା? ରାଜ୍ୟର ଦ୍ବିତୀୟ ସ୍ମାର୍ଟ ସିଟି ରାଉରକେଲାର ସେତିକି ବକାଶ ହୋଇଛି ତ? 

Advertisment

୧୯୫୪ ମାର୍ଚ୍ଚ ୩ରେ ଆଧୁନିକ ଶିଳ୍ପ ନଗରୀ ଭବେ ପରିଚିତ ହୋଇଥଲା ରାଉରକେଲା। ଯେତେବେଳେ ଗଢ଼ି ଉଠିଥିଲା ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ସେତେବେଳେ କେହି ଭାବିନଥିଲେ ଏହି ମାଟି ଦିନେ ଦେଶର ଗୌରବ ହେବ କ୍ଷ ଅଜି ସେହି ସ୍ବପ୍ନକୁ ସାକାର କରିଛି ରାଉରକେଲା। ବେଦବ୍ୟାସର ପବିତ୍ର ପରିସରରୁ ଆରମ୍ଭ କରି ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ବିଶାଳ ହନୁମାନ ବାଟିକା, ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍, ଏନଆଇଟି ଆଦି ପ୍ରତ୍ୟେକ ହୃଦୟରେ ଆଜି ଉତ୍ସବର ତରଙ୍ଗ ସୃଷ୍ଟି କରିଛି। 

ଅଧିକ ପଢ଼ନ୍ତୁ : ବିକାଶରେ ପଛୁଆ ସ୍ମାର୍ଟ ସିଟି ରାଉରକେଲା ! କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ବଦଳୁନି ସହରର ଚିତ୍ର

ଏହାରି ଭିତରେ ଅନେକ କିଛି ବଦଳିଛି। ଷ୍ଟିଲ ସିଟି ସ୍ମାର୍ଟ ସିଟିର ମାନ୍ୟତା କେବେଠୁ ପାଇଁ ସାରିଲାଣି। ଶିଳ୍ପ କାରଖାନା, ରାସ୍ତା, ମଲ୍‌, ଶିକ୍ଷାସଂସ୍ଥା, ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ଅୟୋଜନ ସବୁକିଛିରେ ନାଁ କରିଛି କ୍ଷ ହେଲେ ଯାହା ପାଇଁ ଏ ସହରର ପରିଚୟ ତାର କିନ୍ତୁ ଏ ଯାଏ ଉନ୍ନତି ହୋଇ ପାରିଲାନି। ୪.୫ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ଥିବା ରାଉଲକେଲା ଷ୍ଟିଲ ପ୍ଲାଣ୍ଟର ଉତ୍ପାଦନ କ୍ଷମତା କିନ୍ତୁ ଏ ଯାଏ ବଢ଼ି ପାରିନି। ଜବର ଦଖଲ ସମସ୍ୟା ଯୋଗୁଁ ସମ୍ପ୍ରସାରଣ କାମ କେବଳ ଅଟକି ରହିଛି। ସେହିପରି ସ୍ବାସ୍ଥ୍ୟସେବାକୁ ନେଇ ବହୁ ପଛରେ ପଡ଼ିଯାଇଛି ଏ ସହର। ଏପରିକି ରୋଜଗାରକୁ ନେଇ ମଧ୍ୟ ଏଠି ଅନେକ ଯୁବକ ଯୁବତୀଙ୍କୁ ସଂଘର୍ଷ କରିବାକୁ ପଡ଼େ।