କନକ ବ୍ୟୁରୋ : ଷ୍ଟିଲ ସିଟି ରାଉରକେଲା ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟି । ସ୍ମାର୍ଟ ସିଟି ପାଣ୍ଠିରୁ ସହରର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମାତ୍ର ସହରର ବାସ୍ତବ ଚିତ୍ର ଦେଖିଲେ ବିକାଶ ଯେ କେତେ ପଛରେ ପଡ଼ିଛି ତାହା ଜଳ ଜଳ ଦେଖାଯାଉଛି । ରାଜ୍ୟର ପ୍ରଥମ ସ୍ମାର୍ଟ ସିଟି ଭୁବନେଶ୍ୱର ଶିକ୍ଷା, ସ୍ଵାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ବଢ଼ିଚାଲିଛି । ରାଉରକେଲା କିନ୍ତୁ ସେମିତି ଆଣ୍ଠେଇଛି ।
ରାଉରକେଲା ସରକାରୀ ଡାକ୍ତରଖାନା ସମ୍ପ୍ରସାରଣ ପାଇଁ ୬୬୦ କୋଟି ଟଙ୍କା ମଞ୍ଜୁର ହୋଇ ପଡ଼ିରହିଛି । ଏପରିକି ଆଇସିୟୁ ଓ ସେଣ୍ଟ୍ରାଲ ଲାବ୍ରେ ତାଲା ଝୁଲୁଛି । ସେହିପରି ସେକ୍ଟର ୧୩ରେ ଓମଫେଡ କାରଖାନା ନିକଟରେ ହେବାକୁ ଥିବା ଜିଲ୍ଲାର ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର ନିର୍ମାଣ ଆରମ୍ଭରୁ ଅଟକିଯାଇଛି । ଏପଟେ ରାଜ୍ୟ ବଜେଟ୍ରେ ୬ଟି ବିଶ୍ବବିଦ୍ୟାଳୟ ନେଇ ସରକାର ଘୋଷଣା କରିଥିବା ବେଳେ ରାଉରକେଲା ସରକାରୀ ସ୍ୱୟଂଶାସିତ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିକୁ ଭୁଲିଗଲେ । ଏପରିକ ବାଲୁଘାଟରେ ଗତ ୧୨ ବର୍ଷ ଧରି ହୋଲସେଲ୍ ମାର୍କେଟ ନିର୍ମାଣ ଅଧାପନ୍ତରିଆ ହୋଇ ପଡ଼ିରହିଛି । ରାଉରକେଲା ଏୟାର ପୋର୍ଟ, ଇଏସଆଇସି ମେଡିକାଲ କଲେଜ୍ ଓ ହସ୍ପିଟାଲ୍, କୁଆଁରମୁଣ୍ଡାରେ ଆଇଜର କ୍ୟାମ୍ପସ ଭଳି ଅନେକ ପ୍ରକଳ୍ପ ଏବେ ପୂର୍ଣ୍ଣାଙ୍ଗ ରୂପ ନେଇପାରିନି ।
ଅଧିକ ପଢ଼ନ୍ତୁ : ଅଙ୍ଗନବାଡ଼ି ସହାୟିକାଙ୍କୁ ଜାତିଆଣ ଭେଦଭାବ ! ପିଲାଙ୍କ ପାଇଁ ରୋଷେଇ କରିବା ମନା
ଖାଲି ସେତିକି ନୁହେଁ, କେଇ ଟଙ୍କାର ରାଜସ୍ୱ ପାଇଁ ସ୍ମାର୍ଟ ସିଟି ପାଣ୍ଠିରେ ନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମକୁ ଶାଗ ମାଛ ଦରରେ ଘରୋଇ ସଂସ୍ଥାକୁ ଟେକି ଦେଇଛି ପ୍ରଶାସନ । କେବଳ ସ୍ମାର୍ଟ ସିଟି ଟଙ୍କା ନୁହେଁ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ସରକାରଙ୍କ ବିଭିନ୍ନ ପାଣ୍ଠିରୁ କୋଟି କୋଟି ଟଙ୍କା ମଞ୍ଜୁର ପରେ ବି କାମ ହେଉନି । ତେବେ ଆଗକୁ ଏନେଇ ବିରାଟ ଜନ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ବୁଦ୍ଧିଜୀବୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/23/rourkela-smart-city-2026-02-23-21-37-50.jpg)