ପୁରୀ ଭକ୍ତନିବାସରେ ରହିବା ହେଲା ମହଙ୍ଗା ; ଭକ୍ତ ନିବାସରେ ପାର୍କିଂ ଫି ବୃଦ୍ଧି

Advertisment

ଯେଉଁ ଶ୍ରଦ୍ଧାଳୁମାନେ ଭକ୍ତ ନିବାସରେ ରହିବେ, ସେମାନଙ୍କୁ ନିଜର ଚାରିଚକିଆ ଯାନ ପାଇଁ ୨୪ ଘଣ୍ଟାକୁ ୫୦୦ ଟଙ୍କା ପାର୍କିଂ ଶୁଳ୍କ ଦେବାକୁ ପଡ଼ିବ । ଏହି ୫୦୦ ଟଙ୍କା ମଧ୍ୟରେ ୧୮ ପ୍ରତିଶତ GST ଅନ୍ତର୍ଭୁକ୍ତ କରାଯାଇଛି ।

ଯେଉଁ ଶ୍ରଦ୍ଧାଳୁମାନେ ଭକ୍ତ ନିବାସରେ ରହିବେ, ସେମାନଙ୍କୁ ନିଜର ଚାରିଚକିଆ ଯାନ ପାଇଁ ୨୪ ଘଣ୍ଟାକୁ ୫୦୦ ଟଙ୍କା ପାର୍କିଂ ଶୁଳ୍କ ଦେବାକୁ ପଡ଼ିବ । ଏହି ୫୦୦ ଟଙ୍କା ମଧ୍ୟରେ ୧୮ ପ୍ରତିଶତ GST ଅନ୍ତର୍ଭୁକ୍ତ କରାଯାଇଛି ।

Bhakta niwas parking fee

Bhakta niwas parking fee Photograph: (kanak news)

କନକ ବ୍ୟୁରୋ : ଶ୍ରୀକ୍ଷେତ୍ର ପୁରୀକୁ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏବେ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତ ନିବାସଗୁଡ଼ିକରେ ରହିବା ପୂର୍ବ ଅପେକ୍ଷା ମହଙ୍ଗା ହୋଇଛି । ପ୍ରଶାସନ ପକ୍ଷରୁ ଭକ୍ତ ନିବାସରେ ଗାଡ଼ି ପାର୍କିଂ ଶୁଳ୍କରେ ବଡ଼ ଧରଣର ବୃଦ୍ଧି କରାଯାଇଛି । ନୂତନ ନିୟମ ଅନୁଯାୟୀ, ଜାନୁଆରୀ ୭ ତାରିଖରୁ ପୁରୀର ସମସ୍ତ ଚାରୋଟି ଭକ୍ତ ନିବାସରେ ପ୍ରଥମ ଥର ପାଇଁ ଏହି ପାର୍କିଂ ଫି ଲାଗୁ ହୋଇଛି । 

ଯେଉଁ ଶ୍ରଦ୍ଧାଳୁମାନେ ଭକ୍ତ ନିବାସରେ ରହିବେ, ସେମାନଙ୍କୁ ନିଜର ଚାରିଚକିଆ ଯାନ ପାଇଁ ୨୪ ଘଣ୍ଟାକୁ ୫୦୦ ଟଙ୍କା ପାର୍କିଂ ଶୁଳ୍କ ଦେବାକୁ ପଡ଼ିବ । ଏହି ୫୦୦ ଟଙ୍କା ମଧ୍ୟରେ ୧୮ ପ୍ରତିଶତ GST ଅନ୍ତର୍ଭୁକ୍ତ କରାଯାଇଛି । ପୁରୀରେ ଥିବା ନୀଳାଚଳ ଭକ୍ତ ନିବାସ, ନୀଳାଦ୍ରି ଭକ୍ତ ନିବାସ ସମେତ ଅନ୍ୟ ସମସ୍ତ ସରକାରୀ ଭକ୍ତ ନିବାସରେ ରହୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଏହି ନିୟମ ପରିସରଭୁକ୍ତ ହେବେ । ତେବେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ--ଜିଦରେ ଅଟଳ ଡାକ୍ତରୀ ସଂଘ: ଆଜି ବି ୨ ଘଣ୍ଟିଆ ଓପିଡି ବନ୍ଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe