କନକବ୍ୟୁରୋ : ରାଜ୍ୟରେ ମଧ୍ୟ ଧୁମ୍‌ଧାମରେ ପାଳନ ହେବ ସାଧାରଣତନ୍ତ୍ର ସମାରୋହ । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ହରିବାବୁ କମ୍ଭମପାଟି । ସେପଟେ କଟକରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବେ। କୋରାପୁଟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଖୋର୍ଦ୍ଧାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ ।

Advertisment

ଅଧିକ ପଢନ୍ତୁ.. ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ : ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ

ସେହିପରି ଅନ୍ୟ ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଅତିଥି ଭାବେ ସାମିଲ ହୋଇ ପତାକା ଉତ୍ତୋଳନ କରିବେ ।  ସାଧାରଣତନ୍ତ୍ର ଦିବସରେ ସୁରକ୍ଷା ଦୃଷ୍ଟିରୁ ଟ୍ୱିନ୍‌ସିଟି ସମେତ ବିଭିନ୍ନ ଜିଲ୍ଳା ମାନଙ୍କରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ଏଥିସହ ୭୭ତମ ସାଧାରଣତନ୍ତ୍ର ଦିବସ ପାଇଁ ନବବଧୂ ପରି ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ଲୋକସେବା ଭବନ, ବିଧାନସଭା, କମିଶନରେଟ ପୁଲିସ୍  କାର୍ଯ୍ୟାଳୟ ଏବଂ ରେଳ ସଦନ ଭଳି ପ୍ରମୁଖ ସରକାରୀ କୋଠାଗୁଡ଼ିକ ରଙ୍ଗୀନ ଆଲୋକମାଳାରେ ଝଲସୁଛି। ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ତ୍ରିରଙ୍ଗାର ତିନି ରଙ୍ଗରେ ସୁସଜ୍ଜିତ କରାଯାଇଛି ।