କନକ ବ୍ୟୁରୋ : ରାଜ୍ୟର ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ବର୍ଷ ଶେଷରେ ପୁରସ୍କାର । ବରିଷ୍ଠ ଆଇପିଏସଙ୍କୁ ପଦୋନ୍ନତି ଦେଇ ପୁରସ୍କୃତ କରିଛନ୍ତି ରାଜ୍ୟ ସରକାର । ଆଇଜି ଏସ୍ ସାଇନିଙ୍କୁ ଅତିରିକ୍ତ ଡିଜି ପାହ୍ୟା, ଆଇପିଏସ୍ ମଡକର ସନ୍ଦୀପ ସମ୍ପତଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇପିଏସ୍ ସୁଧାଂଶୁ ଶେଖର ମିଶ୍ରଙ୍କୁ ମଧ୍ୟ ଡିଆଇଜି ପାହ୍ୟାକୁ ପଦୋନ୍ନତି କରାଯାଇଛି । ସେହିପରି ସତ୍ୟଜିତ ନାୟକ, ଉମାଶଙ୍କର ଦାସଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । କେନ୍ଦ୍ର ଡେପୁଟେସନରେ ଯାଇଥିବା ଶ୍ରୀପ୍ରକାଶ ଆରଙ୍କୁ, ଅନୁପମା ଜେମସ, ଏଲ ଦିବ୍ୟା ଭିଙ୍କୁ ଆଇଜି ପାହ୍ୟା ଦେଇଛନ୍ତି ରାଜ୍ୟ ସରକାର ।
ବରିଷ୍ଠ ଆଇପିଏସଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
ଆଇଜି ଏସ୍ ସାଇନିଙ୍କୁ ଅତିରିକ୍ତ ଡିଜି ପାହ୍ୟା, ଆଇପିଏସ୍ ମଡକର ସନ୍ଦୀପ ସମ୍ପତଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇପିଏସ୍ ସୁଧାଂଶୁ ଶେଖର ମିଶ୍ରଙ୍କୁ ମଧ୍ୟ ଡିଆଇଜି ପାହ୍ୟାକୁ ପଦୋନ୍ନତି କରାଯାଇଛି ।
/kanak/media/media_files/2025/12/30/ips-2025-12-30-21-30-44.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)