କନକ ବ୍ୟୁରୋ:  ଓଡ଼ିଶାର ଅର୍ଥନୀତିରେ ବଡ଼ ଉନ୍ନତି । ୨୦୨୫-୨୬ ଆର୍ଥିକ ବର୍ଷରେ ୭.୯ ପ୍ରତିଶତ ଅଭିବୃଦ୍ଧି ଆକଳନ କରାଯାଉଛି । ଓଡ଼ିଶାର ଅର୍ଥନୀତି ଆଗାମୀ ବର୍ଷରେ ଏକ ନୂଆ ଶିଖର ଛୁଇଁବାକୁ ଯାଉଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ଆର୍ଥିକ ସର୍ଭେକ୍ଷେଣ ରିପୋର୍ଟ ଅନୁଯାୟୀ, ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ରହିବ ବୋଲି ଆଶା କରାଯାଉଛି ।

Advertisment

ଅଧିକ ପଢନ୍ତୁ: ୨୦୩୬ ପାଇଁ ସରକାରଙ୍କ ୩୬ଟି କାର୍ଯ୍ୟକ୍ରମ, ‘୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି’

ଓଡ଼ିଶାର ଜିଡିପି ୨୦୨୫-୨୬ ବର୍ଷରେ ପ୍ରାୟ ୯.୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ରାଜ୍ୟର ପ୍ରକୃତ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି, ଯାହା ଭାରତର ହାରାହାରି ଅଭିବୃଦ୍ଧି ହାର ୭.୪ ପ୍ରତିଶତ ଠାରୁ ଅଧିକ। ରାଜ୍ୟର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧ ଲକ୍ଷ ୮୬ ହଜାର ୭୬୧ ଟଙ୍କାରେ ପହଞ୍ଚିଛି।