କନକ ବ୍ୟୁରୋ :୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ହେବ । ଏଥିପାଇଁ ୩୬ଟି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇ ରହିଛି । ୨୦୩୬ ସୁଦ୍ଧା ସମାଜର ଶେଷ ସ୍ତରରେ ଥିବା ଲୋକମାନେ ଯେପରି ସବୁ ପ୍ରକାରର ମୌଳିକ ସୁବିଧା ପାଇପାରିବେ, ସେଥିପାଇଁ ପଦକ୍ଷେପ ନିଆଯିବ । ବିକଶିତ ଭାରତ ୨୦୪୭ ଏବଂ ବିକଶିତ ଓଡିଶା ୨୦୩୬ ଓଡିଶା ଭିଜନ ଡକ୍ୟୁମେଣ୍ଟ ରାଜ୍ୟ ସ୍ତରୀୟ ପରାମର୍ଶ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ୨୦୩୬ ଓଡିଶା ଭିଜନ ଡକ୍ୟୁମେଣ୍ଟ କଥା କହିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ କହିବା କଥା ହେଲା

Advertisment

୨୦୪୭ ବେଳକୁ ଓଡ଼ିଶାର ଅର୍ଥନୀତି ୧.୫ ଟ୍ରିଲିଅନ ହେବ
୨୦୩୬ ବେଳକୁ ୧ କୋଟି ପାର ହୋଇଥିବ ନିଯୁକ୍ତି ସୁଯୋଗ  
୨୦୩୬ ପାଇଁ ୩୬ ଟି ସର୍ବୋଚ୍ଚ ପ୍ରାଥମିକ ପଦକ୍ଷେପ
୩ଲକ୍ଷ ୨୦ ହଜାର ଲୋକଙ୍କ ମତାମତକୁ  ଭିତ୍ତି କରି ତିଆରି ହେଉଛି ଭିଜନ ଡକ୍ୟୁମେଣ୍ଟ୍ । ଏଥିପାଇଁ ଏଆଇର ସହାୟତା ନିଆଯାଉଛି । ବଡ ଉପଲବ୍ଧି ପାଇଁ ବଡ ଚିନ୍ତାଧାରା ଆବଶ୍ୟକ । ଭିଜନ ଡକ୍ୟୁମେଣ୍ଟ ଜରିଆରେ ରୋଡ ମ୍ୟାପ ପ୍ରସ୍ତୁତ ହେବ । ଡବଲ ଇଞ୍ଜିନ ସରକାର ସୁଯୋଗ ଆଣି ଦେଇଛି 

ଭିଜନ ଡକ୍ୟୁମେଣ୍ଟର ଡ୍ରାଫ୍ଟ ପ୍ରସ୍ତୁତ
ଭିଜନ ଡକ୍ୟୁମେଣ୍ଟର ଇକୋ ଟୁରିଜିମ, ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପ୍ରସ୍ତୁତ ଉପରେ ଗୁରୁତ୍ବ ଦିଆଯାଇଛି । 
୨୦୩୬ ବେଳକୁ ୭୦% ମହିଳାଙ୍କୁ କର୍ମଜୀବୀ କରିବାକୁ ଟାର୍ଗେଟ 
କର୍ପୋରେଟ ସେକ୍ଟରରେ ୧୦୦ ଲକ୍ଷ କୋଟି ଟଙ୍କା  ନିବେଶ ହେବ
୫ ଲକ୍ଷ ନିଯୁକ୍ତି ଟାର୍ଗେଟ 
ସାରା ରାଜ୍ୟରେ ସମାନ ଆଞ୍ଚଳିକ ବିକାଶକୁ ଗୁରୁତ୍ୱ
ମୁଣ୍ଡପିଚ୍ଛା ଆୟ ୧.୬ ଲକ୍ଷରୁ ୩୨ଲକ୍ଷକୁ ବୃଦ୍ଧି 
 କଟକ-ଭୁବନେଶ୍ୱର-ପୁରୀ, ଝାରସୁଗୁଡ଼ା -ବରଗଡ଼-ସମ୍ବଲପୁରକୁ ନେଇ ସହରାଞ୍ଚଳର ପରିକଳ୍ପନା 
ଜଳସେଚନ ୫୦% ରୁ ୮୦% ପ୍ରତିଶତ କରିବାକୁ ଲକ୍ଷ୍ୟ
ଭୁବନେଶ୍ବର ଓ ସମ୍ବଲପୁରରେ ଶିକ୍ଷା ନଗର ପ୍ରତିଷ୍ଠା
୨୦୩୬ରେ ଓଡିଶା ଗଠନର ଶହେ ବର୍ଷ ପୂର୍ତ୍ତି ହେବ । ତେଣୁ ସରକାର କିଛି ଅଲଗା କରିବାକୁ ଭିଜିନ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରିଛନ୍ତି ।