କନକବ୍ୟୁରୋ : ଷ୍ଟାର୍ଟଅପ୍ ଇଣ୍ଡିଆକୁ ଆଜି ଏକ ଦଶନ୍ଧି ପୂରଣ ହୋଇଛି । ୨୦୧୬ ଜାନୁଆରି ୧୬ରେ ଏହା ଆରମ୍ଭ ହୋଇଥିଲା । ଏହି ଅବସରରେ ଭାରତ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ କହିଛନ୍ତି ଭାରତର ଯୁବପିଢ଼ି ଦେଶର ବାସ୍ତବ ସମସ୍ୟାର ସମାଧାନ କରୁଛନ୍ତି । ସେମାନଙ୍କର ସାହସ, ଆତ୍ମବିଶ୍ବାସ ଏବଂ ନବସୃଜନ ଦେଶର ଭବିଷ୍ୟତକୁ ଗଢ଼ୁଛି । ୧୦ ବର୍ଷ ପୂର୍ବେ ଯାହା ଏକ ସରକାରୀ କାର୍ଯ୍ୟକ୍ରମ ଭାବେ ଆରମ୍ଭ ହୋଇଥିଲା ତାହା ଦେଶବ୍ୟାପୀ ଏକ ଆନ୍ଦୋଳନରେ ପରିଣତ ହୋଇଛି । ମାତ୍ର ୧୦ ବର୍ଷରେ ଷ୍ଟାର୍ଟଅପ୍ ଇଣ୍ଡିଆ ମିସନ ଏକ ବିପ୍ଳବରେ ପରିଣତ ହୋଇଛି । ଭାରତରେ ବିଶ୍ବର ତୃତୀୟ ବୃହତ୍ ଷ୍ଟାର୍ଟଅପ୍ ପରିସଂସ୍ଥାନ ସୃଷ୍ଟି ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଥାନାରେ ପହଞ୍ଚିଲା ଲିଙ୍ଗରାଜ ମନ୍ଦିର ବିବାଦ : ପ୍ରଶାସନ ଉପରେ ଦୋଷ ଲଦିଲେ ସେବାୟତ
ଏକ ଦଶନ୍ଧି ପୂର୍ବେ ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା ୫୦୦ରୁ କମ୍ ରହିଥିଲା। କିନ୍ତୁ ଆଜି ଏହା ୨ ଲକ୍ଷରୁ ଅଧିକ ହୋଇଛି । ୨୦୧୪ରେ ଭାରତରେ କେବଳ ୪ଟି ୟୁନିକର୍ଣ୍ଣ ଥିଲା। କିନ୍ତୁ ସଂପ୍ରତି ପ୍ରାୟ ୧୨୫ଟି ସକ୍ରିୟ ୟୁନିକର୍ଣ୍ଣ ରହିଛି । କେବଳ ୨୦୨୫ରେ ପାଖାପାଖି ୪୪ ହଜାର ନୂଆ ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଛି । ଭାରତରେ ଷ୍ଟାର୍ଟଅପ୍ ଇଣ୍ଡିଆ ଆରମ୍ଭ ହେବାଦିନଠାରୁ ଯେକୌଣସି ବର୍ଷରେ ଏହା ସର୍ବାଧିକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଅତୀତରେ ରିସ୍କ ନେବାକୁ ନିରୁତ୍ସାହିତ କରାଯାଉଥିଲା । କିନ୍ତୁ ସଂପ୍ରତି ରିସ୍କ ନେବା ମୁଖ୍ୟସ୍ରୋତର ବିଷୟ ପାଲଟିଯାଇଛି । ଆଜି ଯେଉଁମାନେ ମାସିକ ଦରମା ବାଦ୍ ଚିନ୍ତା କରିପାରୁଛନ୍ତି ସେମାନଙ୍କୁ ଗ୍ରହଣ କରାଯାଉଛି ଏବଂ ସମ୍ମାନ ଦିଆଯାଉଛି । ଟିୟର-୨, ଟିୟର-୩ ସହର ଏବଂ ଏପରିକି ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନେ ତୃଣମୂଳ ସ୍ତରର ସମସ୍ୟା ସମାଧାନ କରିବା ପାଇଁ ଷ୍ଟାର୍ଟଅପ୍ ଆରମ୍ଭ କରୁଛନ୍ତି।
ଅର୍ଥାତ ଔଦ୍ୟୋଗିତା ଏବେ ସମାବେଶୀ ହୋଇପାରିଛି । ସ୍ବୀକୃତିପ୍ରାପ୍ତ ୪୫ ପ୍ରତିଶତ ଷ୍ଟାର୍ଟଅପ୍ରେ ଅତିକମ୍ରେ ଜଣେ ନିର୍ଦ୍ଦେଶକ କିମ୍ବା ସହ ପ୍ରତିଷ୍ଠାତା ମହିଳା ରହିଛନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସେମିକଣ୍ଡକ୍ଟର, ଗ୍ରିନ୍ ହାଇଡ୍ରୋଜେନ୍ ଏବଂ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଷ୍ଟାର୍ଟଅପ୍ଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆସନ୍ତା ଫେବ୍ରୁଆରିରେ ଭାରତରେ ଏଆଇ ଇମ୍ପାକ୍ଟ ସମ୍ମିଳନୀ ହେବ । ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/16/narendra-modi-1-2026-01-16-19-31-24.jpg)