କନକବ୍ୟୁରୋ : ଶ୍ରୀଲିଙ୍ଗରାଜଙ୍କୁ ଉପାସ ରଖିବା ପରେ ଏବେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା। ମାମଲା ଯାଇ ପହଞ୍ଚିଲାଣି ଥାନାରେ । ତେବେ ଏ ବିବାଦ ଭିତରେ କାହା ବିରୋଧରେ ହେଉଛି କାର୍ଯ୍ୟାନୁଷ୍ଠାନ, ତାକୁ ଅପେକ୍ଷା । ମକର ସଂକ୍ରାନ୍ତି ଦିନ ଭୋକିଲା ରହିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ଏ ମାମଲା ଏବେ ଥାନାରେ ପହଞ୍ଚିଛି। ନୀତିକାନ୍ତି ବନ୍ଦ କରିବା ଓ ପ୍ରଭୁଙ୍କୁ ଭୋକିଲା ରଖିବା ନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ହୋଇଛି ଏତଲା। କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତିଙ୍କ ନାଁରେ ଅଭିଯୋଗ କରିଛନ୍ତି ସେବାୟତ ଅମରେନ୍ଦ୍ର ଗରାବଡୁ । କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
ଟୋଲ୍ ପ୍ଲାଜାରେ ଆଉ ଚଳିବନି ନଗଦ ଟଙ୍କା: କେବଳ FASTag ଓ UPIରେ ହେବ ପେମେଣ୍ଟ
କ୍ଷୀର ଆଉଟା ନୀତି ସମୟରେ ବିଭ୍ରାଟ ହେବ ବୋଲି ବହୁ ପୂର୍ବରୁ ଆଶଙ୍କା କରିଥିଲା ବଡୁ ନିଯୋଗ । ଆଲୋଚନା ପାଇଁ ଆଇନ ବିଭାଗ ସମେତ ଦେବୋତ୍ତର ବିଭାଗ ଓ ମନ୍ଦିର ପ୍ରଶାସନକୁ ଜଣାଇଥିଲା । ଦେବୋତ୍ତର ବିଭାଗ ଜିଲ୍ଲାପାଳଙ୍କୁ ଚିଠି ଲେଖି ଦାୟିତ୍ବ ସାରି ଦେଇଥିଲା । ସେବାୟତଙ୍କ ସହ ଆଲୋଚନା କରିବା ପାଇଁ ଆସିଲେନି କୌଣସି ପ୍ରାଶାସନିକ ଅଧିକାରୀ। ଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କର ବି ଦେଖା ମିଳିଲାନି । କ୍ଷୀର ଆଉଟା ପ୍ରସଙ୍ଗ ଏବେ ହାଇକୋର୍ଟରେ। ଏ ନୀତି ପାଇଁ ଉଭୟ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ଚାଲିଛି ତିକ୍ତତା। କିନ୍ତୁ ବାହାରି ପାରୁନାହିଁ ସମାଧାନର ବାଟ। ପ୍ରଶ୍ନ ଉଠୁଛି ପ୍ରଭୁ ଶ୍ରୀଲିଙ୍ଗରାଜ ଉପାସ ରହିଲେ ଏଥିପାଇଁ କିଏ ଦଣ୍ଡ ପାଇବେ ତ? ନା ଅନ୍ୟ ପ୍ରସଙ୍ଗ ଭଳି ଏ ପ୍ରସଙ୍ଗ ବି କିଛି ଦିନ ପରେ ଶାନ୍ତ ପଡ଼ିଯିବ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/16/screenshot-2026-01-15-122926-2026-01-16-18-59-06.png)