pakistan Photograph: (kanak news)
କନକ ବ୍ୟୁରୋ: ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବା ପାଇଁ ବର୍ତ୍ତମାନ ପାକିସ୍ତାନରେ ଅଛି ଶ୍ରୀଲଙ୍କା ଟିମ୍ । ହେଲେ ସୁରକ୍ଷା ଦୃଷ୍ଟିରୁ କିନ୍ତୁ ଏବେ ସିରିଜ୍ ମଝିରେ ଶ୍ରୀଲଙ୍କା ଟିମ୍ ପାକିସ୍ତାନରୁ ଫେରିବାକୁ ଚାହୁଁଛି । ପାକିସ୍ତାନର ରାଜଧାନୀ ଇସାଲାମାବାଦରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ପରେ, ଶ୍ରୀଲଙ୍କା ଟିମର ଅଧାରୁ ଅଧିକ ଖେଳାଳି ବର୍ତମାନ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି । ଯାହାକି ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ।
ପାକିସ୍ତାନ ଆଉ ଶ୍ରୀଲଙ୍କା ଭିତରେ ପ୍ରଥମ ଦିନିକିଆ ଖେଳାଯାଇ ସରିଛି । ଆଉ ଦ୍ୱିତୀୟ ଦିନିକିଆ ଗୁରୁବାର ଖେଳାଯିବାକୁ ଥିଲା, ହେଲେ ବର୍ତ୍ତମାନ ସମୟରେ ସୁରକ୍ଷାକୁ ଦେଖି ଏହି ମ୍ୟାଚକୁ ଶୁକ୍ରବାରକୁ ଘୁଞ୍ଚାଇ ଦିଆଯାଇଛି । ସେହିପରି ତୃତୀୟ ମ୍ୟାଚକୁ ମଧ୍ୟ ନଭେମ୍ବର ୧୫ ବଦଳରେ ନଭେମ୍ବର ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଶ୍ରୀଲଙ୍କାର ୧୬ ଜଣିଆ ଟିମ୍ ଭିତରୁ ୮ ଜଣରୁ ଅଧିକ ଖେଳାଳି ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି । ପାକିସ୍ତାନରେ ବିସ୍ଫୋରଣ ପରେ ଏହି ଖେଳାଳିମାନେ ଭୟଭୀତ ଅଛନ୍ତି । ଆଉ ନିଜ ଦେଶକୁ ଫେରିବାକୁ ଇଚ୍ଛା ଜାହିର କରିଛନ୍ତି ।
ଆହୁରି ପଢ଼ନ୍ତୁ : ୩ ବର୍ଷ ପରେ ଘରକୁ ଫେରିଲେ ‘ଭୋଳା’; କେରଳ ଦାଦନ ଖଟିବାକୁ ଯାଇ ହୋଇଥିଲେ ନିଖୋଜ
ଏପଟେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ମଧ୍ୟ ଖେଳାଳିଙ୍କୁ ସୁରକ୍ଷାକୁ ଦେଖି ଯେଉଁ ଖେଳାଳିମାନେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି, ସେମାନ ଦାବିକୁ ଗ୍ରହଣ କରିନେଇଛି । ଶ୍ରୀଲଙ୍କା ବୋର୍ଡ ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଯଦି କୌଣସି ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ୍ ସିରିଜ୍ ମଝିରୁ ପାକିସ୍ତାନରୁ ଫେରି ଆସନ୍ତି, ତେବେ ତାଙ୍କ ବଦଳ ଖେଳାଳି ଭାବେ ଅନ୍ୟ ଖେଳାଳିଙ୍କୁ ପାକିସ୍ତାନ ପଠାଯିବ । ସିରିଜ୍ କଦାପି ଅଧାରୁ ବନ୍ଦ ରହିବନି ବୋଲି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସ୍ପଷ୍ଟ କରିଛି । ସେହିପରି ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମୋହସିନ୍ ନକବୀ ଦାବି କରିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ-ଶ୍ରୀଲଙ୍କା ଦିନିକିଆ ସିରିଜ୍ ଅଧାରୁ ବନ୍ଦ ହେବନି, ବାସ୍ ବର୍ତ୍ତମାନ ସମୟରେ ସିରିଜର ମ୍ୟାଚକୁ କେବଳ ଘୁଞ୍ଚାଇ ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ, ସିରିଜ୍ ମଝିରୁ ଅଧାରୁ ଅଧିକ ଖେଳାଳି ପାକିସ୍ତାନରୁ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି । ହେଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ କିନ୍ତୁ ଯେନତେନ ପ୍ରକାରେ ସିରିଜ୍ ଜାରି ରଖିବାକୁ ଚେଷ୍ଟା ଜାରି ରଖିଛି । ଖାସ୍ କରି ପାକିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ ମୋହସିନ ନକବୀ ଏହି ସିରିଜକୁ ଜାରି ରଖିବାକୁ ସବୁ ରଣନୀତି ଆପଣାଇ ସାରିଛନ୍ତି । ହେଲେ ତା ସତ୍ତ୍ୱେ ବି ଯଦି କିଛି ଖେଳାଳି ପାକିସ୍ତାନରୁ ଫେରିଆସନ୍ତି, ତେବେ ତାଙ୍କ ବଦଳ ଖେଳାଳି ଭାବେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଆଉ କିଛି ଖେଳାଳିଙ୍କୁ ପାକିସ୍ତାନ ପଠାଇବ ବୋଲି କହୁଛି । ହେଲେ ଏ ସବୁ ଭିତରେ କିନ୍ତୁ ପାକିସ୍ତାନ-ଶ୍ରୀଲଙ୍କା ଦିନିକିଆ ସିରିଜ୍ ଏବେ ସୁରକ୍ଷା ଦୃଷ୍ଟିରୁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ।
ଆହୁରି ପଢ଼ନ୍ତୁ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍; ଖୁବଶୀଘ୍ର ଓଡ଼ିଶା ଆସିବ NIA ଟିମ୍
ପାକିସ୍ତାନର ରାଜଧାନୀ ଇସାଲାମାବାଦରେ ଗୋଟିଏ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ କି ୧୨ରୁ ଅଧିକ ଲୋକ ଆଖି ବୁଜିଛନ୍ତି । ଏହି ଘଟଣା ପାକିସ୍ତାନର ରାଓ୍ୱଲପିଣ୍ଡି ସହରରେ ଭୟର ବାତାବରଣ ଖେଳାଇ ଦେଇଛି । ଆଉ ତାହାରି ଭିତରେ ଶ୍ରୀଲଙ୍କା କ୍ରିକେଟ୍ ଟିମର କିଛି ଖେଳାଳି ମଧ୍ୟ ପାକିସ୍ତାନ ଛାଡ଼ି ଶ୍ରୀଲଙ୍କା ପଳାଇ ଆସିବାକୁ ନିଜ ବୋର୍ଡକୁ କହିଛନ୍ତି ।
Follow Us