କନକ ବ୍ୟୁରୋ : ତିନି ବର୍ଷ ପରେ ଗାଁକୁ ଫେରିଲେ ନିଖୋଜ ଦାଦନ ଶ୍ରମିକ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଧନସୁଲି ଗ୍ରାମପଞ୍ଚାୟତର କେନ୍ଦୁଗୁଡ଼ା ଗାଁକୁ ଫେରିଛନ୍ତି ନିଖୋଜ ଦାଦନ ଶ୍ରମିକ ଭୋଳା ମାଝୀ । ସୂଚନା ମୁତାବକ ତିନି ବର୍ଷ ତଳେ ସୁଦୂର କେରଳକୁ ଭୋଳା ଦାଦନ ଖଟିବା ପାଇଁ ଯାଇଥିଲେ । ସେଠାରେ କିଛି ମାସ କାମ କରି ଘରକୁ ଫେରିବା ବାଟରେ ନିଖୋଜ ହୋଇ ଯାଇଥିଲେ । ଏ ନେଇ ଜୟପାଟଣା ଥାନାରେ ନିଖୋଜ ରିପୋର୍ଟ ମଧ୍ୟ ପରିବାର ପକ୍ଷରୁ କରାଯାଇଥିଲା । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା ।
ଶେଷରେ ଘର ଲୋକେ ତାଙ୍କ ମୃତ୍ୟୁ ହୋଇଯାଇଥିବ ଭାବି ପାଶୋରି ଦେଇଥିଲେ । ହେଲେ ଗତ ଅକ୍ଟୋବର ମାସ ୧୧ ତାରିଖରେ ସ୍ଥାନୀୟ ସରପଞ୍ଚ କୈଳାସ ସାହୁଙ୍କୁ ରାୟପୁରର ଆମ ସେବା ଆଶ୍ରମରୁ ଏକ ଫୋନ କଲ ଆସିଥିଲା । ତାଙ୍କୁ ଭିଡିଓ କଲ ମାଧ୍ୟମରେ ନିଖୋଜ ଥିବା ଭୋଳାକୁ ଦେଖାଯାଇଥିଲା । ସରପଞ୍ଚ ଭୋଳାଙ୍କୁ ଚିହ୍ନିବା ସହ ତାଙ୍କ ଘର ଲୋକଙ୍କ ସହ ଯୋଗାଯୋଗ କରିଥିଲେ । ପରେ ନିଜସ୍ୱ ଖର୍ଚ୍ଚରେ ରାୟପୁର ଯାଇ ଭୋଳାକୁ ଗାଁକୁ ଆଣି ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି ।
ଅଧିକ ପଢ଼ନ୍ତୁ : ଗର୍ଭଗୃହ ପଲଙ୍କ ବିଜେ ପରେ ବାହାର କାଠ ଡେଇଁ ଜୟବିଜୟ ଦ୍ୱାର ଯାଏଁ ପଶିଗଲେ ଭକ୍ତ, ଶ୍ରୀମନ୍ଦ ସୁରକ୍ଷାକୁ ନେଇ ଉଠିଲା ବଡ଼ ପ୍ରଶ୍ନ
ଏଭଳି ଘଟଣା ଯାହା କି ପରିବାର ପାଇଁ ଏକ ଖୁସିର ଲହରୀ ଆଣିଥାଏ । କିନ୍ତୁ ପରିବାରରେ ଖୁସି ହେବାକୁ କିଏ ନାହିଁ । ଭଉଣୀ ଘରେ ଭୋଳା ଆଶ୍ରୟ ନେଇଛନ୍ତି । ସେ ମଧ୍ୟ ମାନସିକ ଅବସାଦରେ ଗତି କରୁଛନ୍ତି । ତାଙ୍କ ଭଉଣୀ ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ଆଗରୁ ମା’ଙ୍କର ଯତ୍ନ ନେଉଥିଲେ । ବର୍ତ୍ତମାନ ଭୋଳାଙ୍କ କଥା ବୁଝିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି । ଏଭଳି ସ୍ଥିତିରେ ଉକ୍ତ ପରିବାରକୁ ସରକାରୀ ସହାୟତା ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/13/bhola-returns-home-2025-11-13-11-02-11.jpg)