କନକ ବ୍ୟୁରୋ: ଦୋଳପୂର୍ଣ୍ଣିମାରେ ହେବ ମହାପ୍ରଭୁଙ୍କ ସୁନାବେଶ । ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଜିଲ୍ଲାପାଳଙ୍କ ସହ ଏସପି, ଛତିଶା ନିଯୋଗର ସେବାୟତ ପ୍ରତିନିଧି ମାନେ ଉପସ୍ଥିତି ଥିଲେ। ଆସନ୍ତା ମାର୍ଚ୍ଚ ୩ ତାରିଖରେ ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବ। ତେବେ ଦୋଳପୂର୍ଣ୍ଣିମା ରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଏଥିପାଇଁ ଚୁଡାନ୍ତ ହୋଇଥିବା ନୀତିକାନ୍ତିକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଜିଲ୍ଲାପାଳ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ସୂଚନା ।
ଅଧିକ ପଢ଼ନ୍ତୁ : କେବେ ମମତା ପାଇଁ ଖେଳନାକୁ କରିଥିଲା ମା’ , ଏବେ କୋଟି କୋଟି ଟଙ୍କାରେ କିଣାହେବ ପଞ୍ଚ୍
ଦୋଳରେ ହେବ ସୁନାବେଶ
- ମାର୍ଚ୍ଚ ୩ରେ ଦୋଳପୂର୍ଣ୍ଣିମା ଅବସରରେ ସୁନାବେଶ
- ୨ ତାରିଖ ରାତି ୧ଟାରେ ହେବ ଦ୍ବାରଫିଟା ନୀତି
- ଏହା ପରେ ମହାପ୍ରଭୁଙ୍କ ବିଭନ୍ନ ନୀତିକାନ୍ତି କରାଯିବ
- ନୀତିକାନ୍ତି ସଅଳ ହେଲେ ସକାଳୁ ଦୋଳବେଦୀରେ ବିଜେ ହେବେ ମହାପ୍ରଭୁ
- ଦୋଳବେଦୀରେ ବିଜେ କରାଯିବା ପାଇଁ ସମସ୍ତଙ୍କର ପ୍ରୟାସ ରହିବ
- ସଅଳ ନୀତିକାନ୍ତି ହୋଇ ନପାରିଲେ ଗ୍ରହଣ ସର୍ବମୋକ୍ଷ ପରେ ବିଜେ ହେବେ
- ୨ ତାରିଖରେ ମେଣ୍ଢାପୋଡ଼ି ନୀତି ଥିବାରୁ ରାତି ୧ଟାରୁ ଦ୍ୱାରଫିଟା ନୀତି
- ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବାକୁ ଛତିଶା ନିଯୋଗ ବୈଠକରେ ଗୁରୁତ୍ୱ
- ଆସନ୍ତା ୧ ଓ ୨ ତାରିଖରେ ଶ୍ରୀମନ୍ଦିରରେ ଭିତର କାଠ ଦର୍ଶନ ବନ୍ଦ ରହିବ
Follow Us