ind-pak Photograph: (Kanak News)
କନକ ବ୍ୟୁରୋ: ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପରେ ପାକିସ୍ତାନର ଅଂଶଗ୍ରହଣକୁ ନେଇ ସନ୍ଦେହ ଧୀରେ ଧୀରେ ଦୂର ହେଉଥିବାବେଳେ ଏବେ ସମସ୍ତଙ୍କ ଲକ୍ଷ୍ୟ ଭାରତ-ପାକିସ୍ତାନ ମ୍ୟାଚ ଉପରେ ରହିଛି । ପାକିସ୍ତାନ ଏହି ମ୍ୟାଚକୁ ବର୍ଜନ କରିବ ବୋଲି ଧମକ ଦେଉଥିବା ସତ୍ତ୍ବେ ଶ୍ରୀଲଙ୍କା ପକ୍ଷରୁ ଏହି ମ୍ୟାଚର ସୁଚାରୁ ଆୟୋଜନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଉଛି ।
ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ସୁନୀଲ କୁମାର ଗମାଗେ କହିଛନ୍ତି ଯେ ବିଶ୍ବକପର ସମସ୍ତ ମ୍ୟାଚର ସୁଚାରୁ ଆୟୋଜନ ଉପରେ ଗୁରୁତ୍ବ ରହିଛି । ବିଶେଷକରି ଭାରତ-ପାକିସ୍ତାନ ମଧ୍ୟ ଉପରେ ସର୍ବାଧିକ ଗୁରୁତ୍ବ ରହିଛି । ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର କମାଣ୍ଡୋ ବାହିନୀ ମୁତୟନ କରାଯିବ । ସାଧାରଣତଃ କୌଣସି ରାଷ୍ଟ୍ରମୁଖ୍ୟ ଶ୍ରୀଲଙ୍କା ଆସିଲେ ଯେପରି ସୁରକ୍ଷା ଦିଆଯାଏ ସେହିପରି ସୁରକ୍ଷା ଭାରତ ଓ ପାକିସ୍ତାନ ଖେଳାଳିମାନଙ୍କୁ ଦିଆଯିବ । ଖେଳାଳିମାନେ ଏୟାରପୋର୍ଟରୁ ଓହ୍ଲାଇବା ପରେ ମ୍ୟାଚ୍ ଖେଳି ପୁଣି ବିମାନରେ ଚଢିବା ପର୍ଯ୍ୟନ୍ତ ଏହି ସୁରକ୍ଷା ଦିଆଯିବ ।
ଆହୁରି ପଢ଼ନ୍ତୁ... ଆଇସିସି-ବାଂଲାଦେଶ ବିବାଦ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲା ଶ୍ରୀଲଙ୍କା
ଆଗାମୀ ବିଶ୍ବକପକୁ ଭାରତ ଓ ଶ୍ରୀଲଙ୍କା ମିଳିତଭାବେ ଆୟୋଜନ କରୁଥିବାବେଳେ ମୋଟ ୫୫ଟି ମ୍ୟାଚରୁ ୨୦ଟି ଶ୍ରୀଲଙ୍କାରେ ଖେଳାଯିବ। ଏହା ମଧ୍ୟରୁ ୬ଟି ସୁପର-୮ ମ୍ୟାଚ୍ ଅନ୍ତର୍ଭୁକ୍ତ। ପାକିସ୍ତାନ ନିଜର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିବ। ପାକିସ୍ତାନ ଯଦି ଫାଇନାଲକୁ ଯାଏ ତେବେ ଫାଇନାଲ ସେଠାରେ ଅନୁଷ୍ଠିତ ହେବ। ତେବେ ବିଶ୍ବକପର ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମ୍ୟାଚ୍ ଫେବ୍ରୁଆରି ୧୫ରେ କଲମ୍ବୋର ଆର୍.ପ୍ରେମଦାସା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। କିନ୍ତୁ ବାଂଲାଦେଶକୁ ସମର୍ଥନ ଜଣାଇବାକୁ ଯାଇ ଏହି ମ୍ୟାଚକୁ ବର୍ଜନ କରିବାକୁ ପାକିସ୍ତାନ ବାରମ୍ବାର ଧମକ ଦେଇଚାଲିଛି।
Follow Us