କନକ ବ୍ୟୁରୋ: ବିଶ୍ୱକପ୍ ପୂର୍ବରୁ ମ୍ୟାଚ୍ ଫିକ୍ସିଂ ଆକ୍ସନ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଆମେରିକାରେ ୨୦୨୪ ଟି-୨୦ ବିଶ୍ୱକପରେ ସାମିଲ ଥିବା ଖେଳାଳି ଆରନ୍ ଜୋନ୍ସଙ୍କୁ ମ୍ୟାଚ୍ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ କରିଛି। ICC ଏବଂ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ (CWI) ମିଳିତ ଭାବରେ ଜୋନ୍ସଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ସଂହିତାର ପାଞ୍ଚଟି ନିୟମ ଉଲ୍ଲଂଘନ ଅଭିଯୋଗ ଆଣିଥିଲେ, ଯାହା ପରେ ତାଙ୍କୁ ତୁରନ୍ତ ସମସ୍ତ କ୍ରିକେଟ କାର୍ଯ୍ୟକଳାପରୁ ଅସ୍ଥାୟୀ ଭାବରେ ନିଲମ୍ବିତ କରାଯାଇଥିଲା।
୩୧ ବର୍ଷୀୟ ଜୋନ୍ସ ତାଙ୍କର ଛଅ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ଆମେରିକା ପାଇଁ ୧୦୦ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ୫୨ଟି ଦିନିକିଆ ଏବଂ ୪୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ସାମିଲ ଅଛି। ସେ ମେଜର ଲିଗ୍ କ୍ରିକେଟରେ ସିଆଟେଲ୍ ଅର୍କାସ୍ ଏବଂ କାରିବିଆନ୍ ପ୍ରିମିୟର ଲିଗ୍ରେ ସେଣ୍ଟ ଲୁସିଆ କିଙ୍ଗସ୍ର ପ୍ରତିନିଧିତ୍ୱ ମଧ୍ୟ କରିଛନ୍ତି।
ଅଭିଯୋଗଗୁଡ଼ିକ ମଧ୍ୟରୁ ତିନୋଟି ୨୦୨୩-୨୪ ବାରବାଡୋସ୍ ବିମ୍ ୧୦ ଟୁର୍ନାମେଣ୍ଟ ସହିତ ଜଡିତ, ଯାହା CWIର ଦୁର୍ନୀତି ନିବାରଣ ୟୁନିଟ୍ (ACU) ଅଧୀନରେ ଆସେ। ICC ଅନ୍ତର୍ଜାତୀୟ ମ୍ୟାଚ୍ ସହିତ ଜଡିତ ଦୁଇଟି ଅଭିଯୋଗ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜୋନ୍ସଙ୍କ ବିରୁଦ୍ଧରେ ମ୍ୟାଚ୍ ଫିକ୍ସିଂ, ମ୍ୟାଚ୍ ଫିକ୍ସିଂ ଚେଷ୍ଟା, ସନ୍ଦିଗ୍ଧ ସମ୍ପର୍କ ବିଷୟରେ ସୂଚନା ଲୁଚାଇବା ଏବଂ ଦୁର୍ନୀତି ବିରୋଧୀ ତଦନ୍ତରେ ସହଯୋଗ କରିବାରେ ବିଫଳ ହେବା ଅଭିଯୋଗ ହୋଇଛି। ICC ଅନୁଯାୟୀ, ସେ ତଦନ୍ତ ସମୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଲୁଚାଇଥିଲେ ଏବଂ ପ୍ରମାଣ ସହିତ ବିଭ୍ରାନ୍ତ ମଧ୍ୟ କରିଥିଲେ। ଆଇସିସି ଏହାର ବିବୃତ୍ତିରେ କହିଛି ଯେ ଏହି ମାମଲା ଏକ ବ୍ୟାପକ ତଦନ୍ତର ଅଂଶ ଏବଂ ଭବିଷ୍ୟତରେ ଅନ୍ୟ ଖେଳାଳିମାନଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ ଆସିପାରେ।
ଆହୁରି ପଢ଼ନ୍ତୁ : ଆଖି ବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା; ହୃଦଘାତରେ ହେଲା ଦେହାନ୍ତ
ଜାନୁଆରୀ ୨୮ ତାରିଖରୁ ୧୪ ଦିନ ମଧ୍ୟରେ ଜୋନ୍ସଙ୍କୁ ଏହି ଅଭିଯୋଗଗୁଡ଼ିକର ଜବାବ ଦେବାକୁ ପଡିବ। ସେ ୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ଆମେରିକାର ପ୍ରସ୍ତୁତି ଦଳର ଅଂଶ ଥିଲେ, କିନ୍ତୁ ନିଲମ୍ବନ ଯୋଗୁଁ ବର୍ତ୍ତମାନ ସେ କୌଣସି ଚୟନ ପାଇଁ ଅଯୋଗ୍ୟ।
ଆରୋନ୍ ଜୋନ୍ସ କିଏ?
୩୧ ବର୍ଷୀୟ ଆରୋନ୍ ୨୦୧୯ ମସିହାରେ ତାଙ୍କର ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେ ୨୦୨୪ ମସିହାରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍ରେ କାନାଡା ବିପକ୍ଷରେ ୪୦ ବଲ୍ରେ ୯୪ ରନ୍ କରିଥିଲେ। ସେହି ବିଶ୍ୱକପ୍ରେ ପାକିସ୍ତାନ ବିପକ୍ଷରେ ୨୬ ବଲ୍ରେ ଅପରାଜିତ ୩୬ ରନ୍ ମଧ୍ୟ କରିଥିଲେ । ଜୋନ୍ସ ସିପିଏଲ୍, ଏମଏଲସି ଏବଂ ବିପିଏଲ୍ ଭଳି ଟି-୨୦ ଫ୍ରାଞ୍ଚାଇଜ୍ ଲିଗ୍ରେ ମଧ୍ୟ ଖେଳିଛନ୍ତି। ସେ ଏପ୍ରିଲ୍ ୨୦୨୫ ପରଠାରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2026/01/29/icc-action-2026-01-29-09-55-36.webp)