କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍ ଚାଲିଥିବାବେଳେ ଭାରତୀୟ ବ୍ୟାଟର୍ମାନଙ୍କ ବିରୋଧରେ ଏକ ଅଜବ ଅଭିଯୋଗ ଆଣିଛନ୍ତି ଶ୍ରୀଲଙ୍କା ବ୍ୟାଟର୍ ଭାନୁକା ରାଜପକ୍ଷେ । ସେ କହିଛନ୍ତି ଯେ ଭାରତୀୟ ବ୍ୟାଟରମାନେ ଅତି ଉତ୍କୃଷ୍ଟ ଧରଣର ବ୍ୟାଟ୍ ବ୍ୟବହାର କରୁଛନ୍ତି । ସେ ଦାବି କରିଛନ୍ତି କ୍ରିକେଟ୍ ଜଗତରେ କାହାକୁ ଅଛପା ନାହିଁ ଯେ ଅନ୍ୟ ଦଳର ବ୍ୟାଟରମାନେ ଏପରି ବ୍ୟାଟ୍ ଚାହିଁଲେ ମଧ୍ୟ ପାଇପାରୁନାହାନ୍ତି । ସେ ଆହୁରି ପାଦେ ଆଗକୁ ଯାଇ କହିଛନ୍ତି ଯେ ଭାରତୀୟ ବ୍ୟାଟ୍ଗୁଡ଼ିକ ଅତିରିକ୍ତ ଶକ୍ତି ଉତ୍ପନ୍ନ କରୁଛି । ଯେପରିକି ବ୍ୟାଟଗୁଡ଼ିକରେ ରବର ଲାଗିଛି ।
ଏହା ବି ପଢ଼ନ୍ତୁ: ଭାରତୀୟ ଦଳ ସହ ଯାତ୍ରା କରିପାରିବେନି ପରିବାର
ଭାନୁକା ରାଜପକ୍ଷେ ଅଭିଯୋଗ କରିଛନ୍ତି ଭାରତୀୟ ବ୍ୟାଟର୍ମାନେ ଏପରି ବ୍ୟାଟ୍ ବ୍ୟବହାର କରୁଥିବାବେଳେ ଆଇସିସି ପକ୍ଷରୁ ଆବଶ୍ୟକ ଯାଞ୍ଚ କରାଯାଉନାହିଁ । ଆଇସିସି ନିୟମ ଅନୁସାରେ ବ୍ୟାଟ୍ଗୁଡ଼ିକ ସଂପୂର୍ଣ୍ଣଭାବେ କାଠେର ନିର୍ମିତ ହେବା ଆବଶ୍ୟକ । ଏଥିପାଇଁ ଆଇସିସି ପକ୍ଷରୁ ନିୟମିତଭାବେ ଯାଞ୍ଚ କରାଯାଏ । ରାଜପକ୍ଷେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳୁଥିବା ଶ୍ରୀଲଙ୍କା ଦଳରେ ସାମିଲ ହୋଇନାହାନ୍ତି । ତେବେ ରାଜପକ୍ଷେଙ୍କ ଏହି ଅଭିଯୋଗ ବାବଦରେ ଆଇସିସି ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଆହୁରି ମଧ୍ୟ ଏ ନେଇ ଭାରତ ବିରୋଧରେ ଆଇସିସିରେ କୌଣସି ଔପଚାରିକ ଅଭିଯୋଗ ଦାଖଲ ହୋଇନାହିଁ ।
କୌଣସି ପ୍ରମୁଖ ଆଇସିସି ପ୍ରତିଯୋଗିତା ଚାଲିଥିବାବେଳେ ଭାରତୀୟ ଦଳ ବିରୋଧରେ ଆସିଥିବା ଏହା ପ୍ରଥମ ଅଭିଯୋଗ ନୁହେଁ । ୨୦୨୩ ଦିନିକିଆ ବିଶ୍ବକପ୍ ସମୟରେ ପାକିସ୍ତାନର କେତେକ ପୂର୍ବତନ ଖେଳା​ଳି ଅଭିଯୋଗ କରିଥିଲେ ଯେ ଭାରତକୁ ଆଇସିସି ଓ ବିସିସିଆଇ ପକ୍ଷରୁ ସ୍ବତନ୍ତ୍ର ପ୍ରକାରର ବଲ୍ ଯୋଗାଇ ଦିଆଯାଉଛି, ଯାହାକି ଅଧିକ ସ୍ବିଙ୍ଗ୍ ହୋଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/10/bhanuka-2026-02-10-21-38-30.jpg)