କନକ ବ୍ୟୁରୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ନିଜ ସହ ପରିବାରକୁ ରଖିବାକୁ ଭାରତୀୟ ଦଳର ଖେଳାଳିମାନେ ବିସିସିଆଇ ନିକଟରେ ଅନୁରୋଧ କରିଥିଲେ ବି ତାହାକୁ ଖାରଜ କରିଦିଆଯାଇଛି । ଏ ନେଇ ଖୁବଶୀଘ୍ର ଏକ ଔପଚାରିକ ନିର୍ଦ୍ଦେଶ ଜାରି କରାଯିବାର ସମ୍ଭାବନା ରହିଛି ।
ଏହା ବି ପଢ଼ନ୍ତୁ: ପାକିସ୍ତାନର ୟୁ-ଟର୍ଣ୍ଣକୁ ମଦନ ଲାଲଙ୍କ ସ୍ୱାଗତ
ଗତ ବର୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳ ଅଷ୍ଟ୍ରେଲିଆଠାରୁ ୩-୧ରେ ପରାସ୍ତ ହେବା ପରେ ବିସିସିଆଇ ପକ୍ଷରୁ ଏକ ସଂଶୋଧିତ ଯାତ୍ରାନୀତି ଘୋଷଣା କରାଯାଇଥିଲା । ଏହା ଅନୁସାରେ ୪୫ ଦିନରୁ ଅଧିକ ଲମ୍ବା ଗସ୍ତ ପାଇଁ ଭାରତୀୟ ଖେଳାଳିମାନଙ୍କ ସହ ସେମାନଙ୍କ ପରିବାର ସର୍ବାଧିକ ଦୁଇ ସପ୍ତାହ ରହିପାରବେ । ସେହିପରି ସ୍ବଳ୍ପ ଅବଧି ଗସ୍ତ ପାଇଁ ପରିବାରଗୁଡ଼ିକ ସର୍ବାଧିକ ୭ ଦିନ ରହିପାରିବେ । ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ବିସିସିଆଇର ଏହି ପଦକ୍ଷେପକୁ ସମର୍ଥନ କରିଥିଲେ । ସେ କହିଥିଲେ ଯେ ପରିବାରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି, କିନ୍ତୁ ଆମକୁ ଗୋଟିଏ କଥା ବୁଝିବାକୁ ହେବ ଯେ ଭାରତୀୟ ଦଳ ଏକ ଲକ୍ଷ୍ୟ ହାସଲ ପାଇଁ ଗସ୍ତ କରିଥାଏ, ଛୁଟି କଟାିବା ପାଇଁ ନୁହେଁ । ଏହି ଡ୍ରେସିଂ ରୁମରେ ରହି ଦେଶ ପାଇଁ ଗୌରବ ଅର୍ଜନ କରିବାର ସୌଭାଗ୍ୟ ଅଳ୍ପ ଲୋକଙ୍କ ଭାଗ୍ୟରେ ଜୁଟିଥାଏ । ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ନିଜର ପ୍ରଥମ ମ୍ୟାଚରେ ଆମେରିକା(ୟୁଏସଏ)କୁ ୨୯ ରନରେ ପରାସ୍ତ କରିଥିଲା । ଭାରତ ନିଜର ପରବର୍ତ୍ତି ମ୍ୟାଚ ଫେବ୍ରୁଆରି ୧୨ରେ ନାମିବ୍ୟା ବିରୋଧରେ ଖେଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/22/team-india-2025-08-22-15-31-20.jpg)