ଓମାନକୁ ହରାଇ ଶୀର୍ଷରେ ଶ୍ରୀଲଙ୍କା

Advertisment

ବିଶ୍ବକପ୍‌ରେ ସହଆୟୋଜକ ଶ୍ରୀଲଙ୍କାର ଜୟଯାତ୍ରା ଜାରି ରହିଛି। ଗୁରୁବାର ଗ୍ରୁପ୍‌-ବି’ର ଅନ୍ୟତମ ଏକତରଫା ମୁକାବିଲାରେ ଓମାନକୁ ୧୦୫ ରନ୍‌‌ର ବଡ଼ ବ୍ୟବଧାନରେ ହରାଇ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି ସିଂହଳୀ ଦଳ।  

ବିଶ୍ବକପ୍‌ରେ ସହଆୟୋଜକ ଶ୍ରୀଲଙ୍କାର ଜୟଯାତ୍ରା ଜାରି ରହିଛି। ଗୁରୁବାର ଗ୍ରୁପ୍‌-ବି’ର ଅନ୍ୟତମ ଏକତରଫା ମୁକାବିଲାରେ ଓମାନକୁ ୧୦୫ ରନ୍‌‌ର ବଡ଼ ବ୍ୟବଧାନରେ ହରାଇ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି ସିଂହଳୀ ଦଳ।  

Srilanka Vs Oman

କନକ ବ୍ୟୁରୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସହଆୟୋଜକ ଶ୍ରୀଲଙ୍କାର ଜୟଯାତ୍ରା ଜାରି ରହିଛି । ଗୁରୁବାର ଗ୍ରୁପ୍‌-ବି’ର ଅନ୍ୟତମ ଏକତରଫା ମୁକାବିଲାରେ ଓମାନକୁ ୧୦୫ ରନ୍‌‌ର ବଡ଼ ବ୍ୟବଧାନରେ ହରାଇ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି ସିଂହଳୀ ଦଳ । ଲଗାତାର ବିଜୟ ସହ ଶ୍ରୀଲଙ୍କା ମଧ୍ୟ ଏହି ଗ୍ରୁପ୍‌ର ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରି ନେଇଛି । ଅନ୍ୟପକ୍ଷରେ ଓମାନ ଦୁଇଟି ମ୍ୟାଚ୍‌ରୁ ଦୁଇଟି ଯାକ ହାରି ସାବଶେଷ ସ୍ଥାନରେ ଅପରିବର୍ତ୍ତିତ ରହିଛି ।ଓମାନ ଆଜି ଟସ୍‌ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ୪୨ ରନ୍‌ରେ ୨ ୱିକେଟ୍‌ ନେଇ ଘରୋଇ ଦଳ ଉପରେ କିଛିଟା ଚାପ ସୃଷ୍ଟି କରିବାକୁ ବି ସକ୍ଷମ ହୋଇଥିଲା । ଏହା ପରେ କିନ୍ତୁ ମାତ୍ରାଧିକ ଆତ୍ମବିଶ୍ବାସୀ ହୋଇ ଏହି ଦଳର ଅନଭିଜ୍ଞ ବୋଲର୍‌ମାନେ ଦିଗହରା ହୋଇଥିଲେ ।

ଏହା ବି ପଢ଼ନ୍ତୁ: ଭାରତ ବିପକ୍ଷ ମ୍ୟାଚ୍‌କୁ ନେଇ ପାକିସ୍ତାନୀ ଚ୍ୟା‌ନେଲ୍‌ରେ ନୂଆ ନାଟକ

ଶ୍ରୀଲଙ୍କା ଉପରେ ଚାପ ବଜାୟ ରଖିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ । ସେମାନଙ୍କ ଲକ୍ଷ୍ୟହୀନ ବୋଲିଂରୁ ପୂରା ଫାଇଦା ଉଠାଇଥିଲା ଘରୋଇ ଦଳ । ପ୍ରାରମ୍ଭିକ ଝଟକାକୁ ସଫଳତାର ସହ ପ୍ରତିହତ କରି ତିନିଟି ଅର୍ଦ୍ଧଶତକ ବଳରେ ୨୨୫/୫ର ବଡ଼ ସ୍କୋର କରି ନେଇଥିଲା । କୁଶାଲ ମେଣ୍ଡିସ ଏହି ସଫଳ ପ୍ରତ୍ୟାବର୍ତ୍ତନର ପ୍ରମୁଖ ବିନ୍ଧାଣି ଥିଲେ । ତାଙ୍କ ସହ ଯୁବ ତାରକା ପବନ ରତ୍ନାଏକ୍‌ ଏବଂ ଅଧିନାୟକ ଦାସୁନ ସନକା ଉପଯୋଗୀ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ।  ତିନିଜଣ ଯାକ ଯଥାକ୍ରମେ ୩୯, ୨୪ ଓ ୧୯ ବଲ୍‌ରୁ ଅର୍ଦ୍ଧଶତକ ଛୁଇଁଥିଲେ । ଶେଷ ଆଡ଼କୁ କାମିନ୍ଦୁ ମେଣ୍ଡିସ୍‌ ମାତ୍ର ୭ ବଲ୍‌ରୁ ୧୯ ରନ୍‌ର ଅପରାଜିତ ପାଳି ଖେଳିଥି‌ଲେ । ପ୍ରତିପକ୍ଷ ଦଳର ଜିତେନ ରାମନନ୍ଦୀ ସର୍ବାଧିକ ୨ ୱିକେଟ୍‌ କରାୟତ୍ତ କରିଥିଲେ । ଜବାବରେ ଓମାନର ପଶ୍ଚାତଧାବନ ଥିଲା ଅତ୍ୟନ୍ତ ବିପର୍ଯ୍ୟୟ ଭରା ।

ଏହି ଦଳର ପ୍ରଥମ ତିନି ବ୍ୟାଟର୍‌ ଏକ ଅଙ୍କରେ ସୀମିତ ରହିଥିଲେ । ମ୍ୟାଚ୍‌ର  ମୋଡ଼ ବଦଳାଇବା ଭଳି ଭାଗୀଦାର ଲାଗି ଓମାନ ବ୍ୟାଟର୍‌ମାନେ ବରାବର ଯୁଝିଥିଲେ । ହେଲେ ଏଥିରେ ଟିକିଏ ହେଲେ ବି ସଫଳ ହୋଇ ନଥିଲେ । କେବଳ ମହମ୍ମଦ ନଦୀମ ଅର୍ଦ୍ଧଶତକୀୟ ପାଳି ଖେଳି କିଛିଟା ବ୍ୟକ୍ତିଗତ ଚମକ ଛାଡ଼ିଥିଲେ । ୱାସିମ ଅଲୀ ଦ୍ବିତୀୟ ସର୍ବାଧିକ ୨୭ ରନ୍‌ କରିଥିଲେ । ଅନ୍ୟମାନେ ପୂରା ନିରାଶ କରିଥିଲେ । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ଓମାନ ୯ ୱିକେଟ୍ ହରାଇ ମାତ୍ର ୧୨୦ ରନ୍‌ ହିଁ କରିପାରିଥିଲା । ଧୂଆଁଧାର ପାଳି ପାଇଁ ଉତ୍ନଏକ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । 

ସଂକ୍ଷିପ୍ତ ସ୍କୋର୍‌: ଶ୍ରୀଲଙ୍କା ୨୦ ଓଭରରେ-୨୨୫/୫ (କୁଶାଲ ମେଣ୍ଡିସ୍‌ ୬୧, ପବନ ରତ୍ନାଏକ୍‌ ୬୦, ଦାସୁନ ସନକା ୫୦, କାମିନ୍ଦୁ ମେଣ୍ଡିସ୍‌ ୧୯*,ଜିତେନ ରାମନନ୍ଦୀ ୨/୪୧, ଜୟ ଓଡେଡ୍ରା ୧/୧୪) । ଓମାନ ୨୦ ଓଭରରେ-୧୨୦/୯ (ମହମ୍ମଦ ନଦୀମ ୫୩, ୱାସିମ ଅଲୀ ୨୭, ମହୀଶ ତିକ୍ଷଣା ୨/୧୧, ଦୁଷ୍ମନ୍ତ ଚାମିରା ୨/୧୯) । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe