କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସ୍ଆଇଆର୍ ସମୟରେ ସମସ୍ତଙ୍କୁ ଚମକାଇ ଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ୧ କୋଟି ୬୮ ଲକ୍ଷରୁ ଅଧିକ ଭୋଟରଙ୍କ ନାଁ ଓ ବୟସ ସମ୍ପର୍କିତ ରେକର୍ଡରେ ସାମ୍ନାକୁ ଆସିଛି ଭୁଲ୍ ତଥ୍ୟ। ୧୩ ଲକ୍ଷ ୫ ହଜାରରୁ ଅଧିକ ଭୋଟରଙ୍କ ବାପା ଓ ମାଆଙ୍କ ନାଁ ଏକା ଦର୍ଶାଯାଇଛି। ଭୋଟରଙ୍କ ମଧ୍ୟରୁ କିଏ ୧୫ ବର୍ଷ ବୟସରେ ବାପା ହୋଇଛନ୍ତି ତ, କିଏ ୪୦ ବର୍ଷ ବୟସରେ ଜେଜେ ହୋଇଯାଇଛନ୍ତି।
ଏହା ମଧ୍ୟରେ ନିର୍ବାଚନ କମିସନଙ୍କ ପକ୍ଷରୁ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏଥିରେ ୫୮ ଲକ୍ଷ ଲୋକ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନମଣ୍ଡଳୀ ଭବାନୀପୁରରେ ୪୪ ଲକ୍ଷରୁ ଅଧିକ ଭୋଟରଙ୍କୁ ତାଲିକାରୁ ବାଦ ଦିଆଯାଇଛି। ଶୀଘ୍ର ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଣି ଆରମ୍ଭ ହେବ। ଭୋଟର ତାଲିକା ନେଇ ଶୁଣାଣି ଓ ସଂଶୋଧନ ବେଳେ ବେଶ୍ ସଚେତନ ଓ ନିରପେକ୍ଷତା ଅବଲମ୍ବନ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି।
- ପଶ୍ଚିମବଙ୍ଗ ପୁରୁଣା ଭୋଟର୍ ତାଲିକାରେ ଚାଞ୍ଚଲ୍ୟକର ତଥ୍ୟ
- ସ୍ବତନ୍ତ୍ର ସଂଶୋଧନ ବେଳେ ସାମ୍ନାକୁ ଆସିଲା ତଥ୍ୟ
- ୧. ୬୮ କୋଟିରୁ ଅଧିକ ଭୋଟରଙ୍କ ନାଁ ଓ ବୟସ ରେକର୍ଡ ଭୁଲ୍
- ୧୩. ୫ ଲକ୍ଷରୁ ଅଧିକ ଭୋଟରଙ୍କ ବାପା ଓ ମାଆଙ୍କ ନାଁ ଏକା
- କିଏ ୧୫ ବର୍ଷ ବୟସରେ ବାପା ତ କିଏ ୪୦ ବର୍ଷରେ ଜେଜେ
- ଏସ୍ଆଇଆର୍ ପାଇଁ ଚିଠା ଭୋଟର ତାଲିକା ପ୍ରକାଶିତ
- ୫୮ ଲକ୍ଷ ଭୋଟର୍ ତାଲିକାରୁ ବାଦ୍ ପଡ଼ିଛନ୍ତି
- ମୁଖ୍ୟମନ୍ତ୍ରୀ ମମତାଙ୍କ ନିର୍ବାଚନମଣ୍ଡଳୀରେ ୪୪ ଲକ୍ଷ ବାଦ୍
- ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଣି ଆରମ୍ଭ ହେବ
- ସଚେତନ ଓ ନିରପେକ୍ଷତା ପାଇଁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/14/west-bengal-sir-2025-12-14-14-24-21.jpg)