ପଦାରେ ପଡ଼ିଲା ବାବୁଙ୍କ ଓଡ଼ିଆ ଜ୍ଞାନ, ମୁଖ୍ୟମନ୍ତ୍ରୀଙ୍କ ନାଁ ଠିକ୍‌ରେ ଲେଖିପାରୁନାହାନ୍ତି ବାବୁ

Advertisment

ବ୍ଲକ ସ୍ତରରେ ଅଧିକାରୀମାନେ ମୌଳିକ ଓଡ଼ିଆ ବ୍ୟାକରଣ ଭୁଲିଯିବା ଦୁର୍ଭାଗ୍ୟଜନକ । ବୋଧହୁଏ ଏହି ୩୭୪ କୋଟିରୁ କିଛି ଟଙ୍କା ଅଧିକାରୀମାନଙ୍କ ପାଇଁ 'ଛବିଳ ମଧୁବର୍ଣ୍ଣବୋଧ' କିଣିବାରେ ବିନିଯୋଗ ହେବା ଜରୁରୀ ବୋଲି ଦାବି ଉଠିଛି ।

ବ୍ଲକ ସ୍ତରରେ ଅଧିକାରୀମାନେ ମୌଳିକ ଓଡ଼ିଆ ବ୍ୟାକରଣ ଭୁଲିଯିବା ଦୁର୍ଭାଗ୍ୟଜନକ । ବୋଧହୁଏ ଏହି ୩୭୪ କୋଟିରୁ କିଛି ଟଙ୍କା ଅଧିକାରୀମାନଙ୍କ ପାଇଁ 'ଛବିଳ ମଧୁବର୍ଣ୍ଣବୋଧ' କିଣିବାରେ ବିନିଯୋଗ ହେବା ଜରୁରୀ ବୋଲି ଦାବି ଉଠିଛି ।

10 ODIA LANGUAGE RAJA

odisha Photograph: (kanak news)

କନକ ବ୍ୟୁରୋ: ଓଡ଼ିଆ ଅସ୍ମିତାକୁ ନେଇ ବଡ଼ ବଡ଼ ଭାଷଣ ଏବଂ ବଜେଟରେ ୩୭୪ କୋଟିର ବ୍ୟୟବରାଦ ଭିତରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ପ୍ରଶାସନର ମାତୃଭାଷା ପ୍ରତି ଥିବା 'ଗଭୀର ଜ୍ଞାନ' ଓ 'ଆନ୍ତରିକତା'କୁ ପଦାରେ ପକାଇଛି । ଯେଉଁ ସରକାର ଅସ୍ମିତାକୁ ନିଜର ମୁଖ୍ୟ ଆୟୁଧ କରିଛନ୍ତି, ସେହି ସରକାରଙ୍କ ପ୍ରାଶାସନିକ ଅଧିକାରୀମାନେ ଅତି ସାଧାରଣ ଓଡ଼ିଆ ଶବ୍ଦ ମଧ୍ୟ ସଠିକ୍ ଭାବେ ଲେଖିପାରୁ ନାହାନ୍ତି ।

ଆହୁରି ପଢ଼ନ୍ତୁ: ବାଲ୍ୟବିବାହକୁ ନେଇ ସାଂଘାତିକ ତଥ୍ୟ 

ସରକାରୀ ବ୍ୟାନରରେ 'ପଞ୍ଚାୟତ' ବନାନ ଭୁଲ୍ ତ କଲେ କଲେ ତା’ଠୁ ବଡ଼ ଭୁଲ୍ ସ୍ୱୟଂ ମୁଖ୍ୟମନ୍ତ୍ରୀଙ୍କ ନାଁ ଆଗରେ 'ଶ୍ରୀଯୁକ୍ତ' ବଦଳରେ 'ଶ୍ରା' ଲେଖାଯିବା କେବଳ ଏକ ବନାନ ଭୁଲ ନୁହେଁ, ବରଂ ଓଡ଼ିଆ ଭାଷା ପ୍ରତି ପ୍ରଶାସନର ଏକ ଚରମ ଅବହେଳା । ଯେତେବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭାଷାର ପ୍ରଚାର ପ୍ରସାର ପାଇଁ ଡିଣ୍ଡିମ ପିଟାଯାଉଛି, ସେତେବେଳେ ବ୍ଲକ ସ୍ତରରେ ଅଧିକାରୀମାନେ ମୌଳିକ ଓଡ଼ିଆ ବ୍ୟାକରଣ ଭୁଲିଯିବା ଦୁର୍ଭାଗ୍ୟଜନକ । ବୋଧହୁଏ ଏହି ୩୭୪ କୋଟିରୁ କିଛି ଟଙ୍କା ଅଧିକାରୀମାନଙ୍କ ପାଇଁ 'ଛବିଳ ମଧୁବର୍ଣ୍ଣବୋଧ' କିଣିବାରେ ବିନିଯୋଗ ହେବା ଜରୁରୀ ବୋଲି ଦାବି ଉଠିଛି ।

ହରଭଙ୍ଗା ବ୍ଲକରେ ବିଜେଡି ପକ୍ଷରୁ ଅଧିକାରୀଙ୍କୁ ମଧୁବର୍ଣ୍ଣବୋଧ ବହି ଉପହାର ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା କେବଳ ଏକ ଉପହାର ନୁହେଁ, ବରଂ ପ୍ରଶାସନର ଅଜ୍ଞତା ଉପରେ ଏକ ଶକ୍ତ ଚାପୁଡ଼ା । ଅଭିଯୋଗ ଶୁଣିବାକୁ ଅଧିକାରୀ ଅନୁପସ୍ଥିତ ରହିବା ଏବଂ ପରେ ଚାପରେ ପଡ଼ି ବନାନ ସଂଶୋଧନ କରିବା ପ୍ରମାଣ କରୁଛି ଯେ, ପ୍ରଶାସନ କେବଳ 'ଠେଲା' ଖାଇଲେ କାମ କରେ ।

ଓଡ଼ିଆ ଭାଷା କେବଳ ଫାଇଲ୍ ଏବଂ ବ୍ୟାନରରେ ସୀମିତ ରହିବା ଉଚିତ୍ ନୁହେଁ । ଯଦି ସରକାରୀ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ସଠିକ୍ ଭାବେ ଲେଖାଯାଇପାରୁ ନାହିଁ, ତେବେ ସାଧାରଣ ଜନତାଙ୍କ ପାଇଁ 'ଓଡ଼ିଆ ଅସ୍ମିତା'ର ଅର୍ଥ କ’ଣ? ବଜେଟର ପରିମାଣ ବଢ଼ାଇଲେ ଭାଷାର ସମ୍ମାନ ବଢ଼େନାହିଁ, ବରଂ ସଠିକ୍ ପ୍ରୟୋଗ ଓ ଆଦରରେ ହିଁ ଭାଷା ବଞ୍ଚି ରହେ । ହରଭଙ୍ଗା ବ୍ଲକର ଏହି ଘଟଣା ସାରା ଓଡ଼ିଶାର ପ୍ରଶାସନିକ ବାବୁମାନଙ୍କ ପାଇଁ ଏକ ଶିକ୍ଷା ହେବା ଉଚିତ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe