କନକ ବ୍ୟୁରୋ : ବିଧାନସଭାରୁ ଆସିଲା ବାଲ୍ୟ ବିବାହର ସାଂଘାତିକ ତଥ୍ୟ। ରାଜ୍ୟର ୧୨ଜିଲ୍ଲାରେ ବାଲ୍ୟ ବିବାହ ଜାତୀୟ ହାର ତୁଳନାରେ ଅଧିକ । ବିଧାନସଭାରେ ବିଧାୟକ ଅମର ନାୟକଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ତଥ୍ୟ ଚିନ୍ତା ବଢ଼ାଇ ଦେଇଛି । ରାଜ୍ୟର ୧୨ ଜିଲ୍ଲା ବାଲ୍ୟ ବିବାହ ହାରରେ ଦେଶକୁ ପଛରେ ପକାଇଛନ୍ତି ।
ନବରଙ୍ଗପୁରରେ ସର୍ବାଧିକ ୩୯.୪%, ନୟାଗଡରେ ୩୫.୭%, କୋରାପୁଟରେ ୩୫.୫%, ରାୟଗଡାରେ ୩୩.୨%, ମାଲକାନଗିରିରେ ୩୨.୪%, ମୟୁରଭଞ୍ଜରେ ୩୧.୩%, କେନ୍ଦୁଝରରେ ୨୯%, ଗଜପତିରେ ୨୮.୧%, ବାଲେଶ୍ୱରରେ ୨୬.୪%, ବୌଦ୍ଧରେ ୨୫.୩%, ଅନୁଗୁଳରେ ୨୫% ହାରରେ ବାଲ୍ୟ ବିବାହ ରେକର୍ଡ କରାଯାଇଛି। ତେବେ ଜାତୀୟ ହାର ୨୩.୩% ରହିଥିବାବେଳେ ଓଡ଼ିଶାରେ ୨୦.୫% ରହିଛି ।
ଅଧିକ ପଢ଼ନ୍ତୁ---ଶୈଳବାଳା ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି , କାହିଁକି କରାଯାଉଛି ଅଣଦେଖା ? ଉଠିଲା ପ୍ରଶ୍ନ
ଯଦିଓ ଦେଶର ମୋଟ ହାରରେ ଓଡ଼ିଶା କିଛି ମାତ୍ରାରେ କମ୍ କିନ୍ତୁ କିଛି ଜିଲ୍ଲାରେ ସ୍ଥିତି ଅନେକ କଥା କହୁଛି। ତେବେ ଲିଖିତ ଉତ୍ତରରେ ବାଲ୍ୟ ବିବାହର ୫ଟି କାରଣ ଦର୍ଶାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସମାଜିକ ପ୍ରଥା ଓ ପାରମ୍ପରିକ ଧାରଣା, ଲିଙ୍ଗଭିତ୍ତିକ ବିଷମତା, ଦାରିଦ୍ୟ, ସାମାଜିକ ଅସୁରକ୍ଷା ଏବଂ କିଶୋରୀମାନଙ୍କ ଶିକ୍ଷାର ଅଭାବ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/21/pravati-parida-2026-02-21-13-42-18.jpg)