ATM New Rule Photograph: (kanak News)
କନକ ବ୍ୟୁରୋ: ଏଣିକି ଆଉ ମନଇଚ୍ଛା ଏଟିଏମ୍ରୁ ଆପଣ ଉଠାଇ ପାରିବେ ନାହିଁ ଟଙ୍କା । ଅର୍ଥାତ୍ ବାରମ୍ବାର ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଫାଇନ୍ । ୧ ତାରିଖ ଅର୍ଥାତ୍ ଏପ୍ରିଲ ନୁହେଁ ବରଂ ମେ' ୧ ତାରିଖରୁ ଲାଗୁ ହେବ ନୂଆ ନିୟମ । ତେଣୁ ଆପଣ ଜାଣିବା ନିହାତି ଦରକାର କେଉଁ ନିୟମରେ ହେଲା ପରିବର୍ତ୍ତନ ।
ଗ୍ରାହକଙ୍କ ଲାଗି ବଡ଼ ଖବର
ଏଣିକି ଏଟିଏମ୍ରୁ ଟଙ୍କା ଉଠାଇଲେ ଦେବେ ଟଙ୍କା
ମନଇଚ୍ଛା ଏଟିଏମ୍ରୁ ଟଙ୍କା ଉଠାଉଛନ୍ତି କି
ସାବଧାନ ରୁହନ୍ତୁ ନହେଲେ ହଇରାଣ ହେବେ
ଆକାଉଣ୍ଟରୁ କଟିଚାଲିବ ଟଙ୍କା
ନିର୍ଦ୍ଦିଷ୍ଟ ଏଟିଏମ୍ରୁ ଅନ୍ୟ ବ୍ୟାଙ୍କର ଏଟିଏମ କାର୍ଡ ପୂରାଇ ଆମେମାନେ ଟଙ୍କା ଉଠାନ୍ତି । ହେଲେ ଏହା ଉପରେ ଶୁଳ୍କ ଲାଗିଥିଲା । ଲିମିଟ୍ ବି ନିର୍ଦ୍ଧାରଣ ହୋଇଥିଲା ମାସକୁ କେତେଥର ଆପଣ ଅନ୍ୟ ଏଟିଏମ୍ରୁ ଟଙ୍କା ଉଠାଇପାରିବେ । ହେଲେ ଏବେ ସେହି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଅର୍ଥାତ୍ ATM ଇଣ୍ଟରଚେଞ୍ଜ ଫି’ ବୃଦ୍ଧିକୁ ଅନୁମୋଦନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ନିଷ୍ପତ୍ତି ଅନୁସାରେ, ମେ’ ୧ରୁ ନିଜ ଆକାଉଣ୍ଟ ଥିବା ବ୍ୟାଙ୍କର ATM ବ୍ୟତୀତ ଅନ୍ୟ ବ୍ୟାଙ୍କର ATMରୁ ମାସକୁ ୫ ଥରର ଫ୍ରି ଉଠାଣ ସୀମା ବାଦ୍ ପ୍ରତିଥର ଟଙ୍କା ଉଠାଣ ପାଇଁ ଗ୍ରାହକଙ୍କୁ ଦେବାକୁ ପଡ଼ିବ ଅତିରିକ୍ତ ୨ ଟଙ୍କା ଅର୍ଥାତ୍ ୧୯ ଟଙ୍କା । ପୂର୍ବରୁ ଏହା ୧୭ ଟଙ୍କା ରହିଥିଲା । ତେଣୁ ଅନ୍ୟ ଏଟିଏମ୍ରୁ ଟଙ୍କା ଉଠାଇଲେ ଆପଣଙ୍କୁ ଦେବାକୁ ପଡ଼ିବ ଟଙ୍କା ।
ଏଟିଏମ୍ରେ ଟଙ୍କା ଚେକ୍ କଲେ ବି ଦେବେ ଟଙ୍କା
ଏଣିକି ପ୍ରତିଥର କଟିବ ୭ ଟଙ୍କା
ଉଦାହରଣ ଆପଣଙ୍କର ଷ୍ଟେଟ୍ ବ୍ୟାଙ୍କରେ ଆକାଉଣ୍ଟ ଅଛି । ହେଲେ ଆପଣ ରହୁଥିବା ସ୍ଥାନରେ ଅନ୍ୟ ଏକ ଘରୋଇ କମ୍ପାନୀର ବ୍ୟାଙ୍କ ରହିଛି । ଯେବେ ଦରକାର ହେଉଛି ସେଠାରୁ ଆପଣ ଟଙ୍କା ଉଠାଣ କରୁଛନ୍ତି । ହେଲେ ଏବେ ସେମିତି କଲେ ଦେବାକୁ ପଡ଼ିବ ଟଙ୍କା । ଆରବିଆର ନିଷ୍ପତ୍ତି ଅନୁସାରେ, ATM ଜରିଆରେ ବାଲାନ୍ସ ଚେକ୍ ବା ମିନି ଷ୍ଟେଟମେଣ୍ଟ ଭଳି ଅଣନଗଦ କାରବାର ପାଇଁ ପୂର୍ବରୁ ୬ ଟଙ୍କା କଟୁଥିବା ବେଳେ ଏଣିକି ୭ ଟଙ୍କା ଦେବାକୁ ପଡ଼ିବ । କଥାହେଲା, ୨୦୨୧ ଜୁନ୍ ପରଠାରୁ ATM ଇଣ୍ଟରଚେଞ୍ଜ ଫି’ ବଢ଼ିନାହିଁ । ଏପଟେ ATM ସେବା ଯୋଗାଣ ସହ ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ବି ଅନେକାଂଶରେ ବଢ଼ିଛି । ଏଣୁ ଏଟିଏମ୍ ଇଣ୍ଟରଚେଞ୍ଜ ଫି’ ବୃଦ୍ଧି ଲାଗି ବ୍ୟାଙ୍କଗୁଡ଼ିକ ଦାବି କରିଆସୁଥିଲେ । ସେମାନଙ୍କ ଦାବିକୁ ଗ୍ରହଣ କରି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ବା NPCI ଏଟିଏମ୍ ଇଣ୍ଟରଚେଞ୍ଜ ଫି’ ବଢ଼ାଇବାକୁ RBIକୁ ସୁପାରିଶ କରିଥିଲା, ଯାହାକୁ କେନ୍ଦ୍ରୀୟ ବ୍ୟାଙ୍କ ଅନୁମୋଦନ କରିଛି । ହେଲେ ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି ।
ସୂଚନା ଅନୁସାରେ, ଗ୍ରାହକମାନେ ପ୍ରତିମାସରେ ନିଜ ବ୍ୟାଙ୍କ ATM ରେ ୫ ଥର ଓ ଅନ୍ୟ ବ୍ୟାଙ୍କ ATMରେ ୫ ଥର, ଅର୍ଥାତ୍ ମୋଟ ୧୦ ଥର ମାଗଣାରେ ଆର୍ଥିକ କାରବାର କରିପାରୁଛନ୍ତି । ଏହାପରେ ସେମାନଙ୍କୁ ପ୍ରତି କାରବାର ପାଇଁ ଗଣିବାକୁ ପଡ଼ୁଛି ଅତିରିକ୍ତ ଦେୟ । ହେଲେ ଏହି ଦେୟ ବଢିବା ପରେ ପୁଣି ଚିନ୍ତାରେ ଏଟିଏମ୍ କାର୍ଡଧାରୀ ।
Follow Us