କନକ ବ୍ୟୁରୋ : ଗତ କିଛିବର୍ଷ ହେବ ସରକାର ରେଳ ବିଭାଗକୁ ଆଧୁନିକୀକରଣ କରି ଅଧିକ ରୋଜଗାର କରିବାକୁ ଅନେକ ନୂଆ ପଦକ୍ଷେପ ନେବାରେ ଲାଗିଛନ୍ତି । ଏହି ପଦକ୍ଷେପ ମଧ୍ୟରେ ମୁଖ୍ୟତ ନୂଆ ରେଳ ଚଳାଚଳ, ରେଳଷ୍ଟେସନର ଆଧୁନିକରଣ ଓ ମାଲଗାଡିରେ ଆସୁଥିବା ମାଲଗୁଡିକ ଷ୍ଟୋର କରିବାକୁ ସ୍ପେଶାଲ କରିଡର ନିର୍ମାଣ କରାଯାଉଛି । ଏଭଳି କିଛି କରି ସରକାର ରେଳ ବିଭାଗର ରୋଜଗାର ବଢାଇବାରେ ଲାଗିଛନ୍ତି ।
ହେଲେ ଆପଣ ଜାଣିଛନ୍ତି କି ଭାରତୀୟ ରେଳ ବିଭାଗ ଦୈନିକ କେତେ ଟଙ୍କା ଲାଭ କରିଥାଏ ? ଭାରତୀୟ ରେଳ ବିଭାଗ ଦୈନିକ ପାଖାପାଖି ୪୦୦ କୋଟି ଟଙ୍କା ଆମଦାନୀ କରୁଛି । ଏହି ରୋଜଗାରର ସବୁଠାରୁ ଅଧିକ ଯୋଗଦାନ ମାଲଗାଡିରୁ ଆସିଥାଏ । ଗୋଟିଏ ମାସରେ ରେଳ ବିଭାଗ ପାଖାପାଖି ୧୨ ହଜାର କୋଟି ଟଙ୍କା ରୋଜଗାର କରୁଛି । ମାଲଗାଡି ଓ ଯାତ୍ରୀବାହୀ ଗାଡିକୁ ଛାଡିଦେଲେ ରେଳ ବିଭାଗର ଅନ୍ୟ କିଛି ସୋର୍ସରୁ ରୋଜଗାର ହୋଇଥାଏ । ଯାହା ମଧ୍ୟରେ ରହିଛି ସ୍କ୍ରାପ ବିକ୍ରି । ପିଆଇବିର ରିପୋର୍ଟ ମୁତାବକ ଭାରତୀୟ ରେଳ ବିଭାଗ ୨୦୨୨-୨୩ ଆର୍ଥିକ ବର୍ଷରେ ୧,୬୦,୧୫୮.୪୮ କୋଟି ଟଙ୍କା ରୋଜଗାର କରିଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ମୁତାବକ ୨୦୧୯-୨୦ ରେ ଟିକେଟ କ୍ୟାନସଲ ବାବଦରେ ଭାରତୀୟ ରେଳ ବିଭାଗ ୧୭୨୪.୪୪ କୋଟି ଟଙ୍କା ରୋଜଗାର କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/28/kb3aIXhq9PDXE5UCF18A.jpg)