କନକ ବ୍ୟୁରୋ: ଭାଗ୍ୟ କେତେ ବେଳେ ଯେ ଖୋଲିବ ତାହା କହିବା ମୁସ୍କିଲ । ହଠାତ୍ ଆମେ ଭାଗ୍ୟର କଥା କାହିଁକି କହିଲୁ ସେନେଇ ଦ୍ବନ୍ଦ୍ବରେ ପଡ଼ିଗଲେ କି ? କାରଣ କେନ୍ଦୁଝର ଯୋଡ଼ା ଅଂଚଳରୁ ଯେଉଁ ଖବର ସାମ୍ନାକୁ ଆସିଛି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ଖଣିରେ ମୂଲ ଲାଗିଲେ ଘରେ ଚୁଲି ଜଳେ । ହେଲେ ଏବେ ତାଙ୍କୁ ମିଳିଛି ୩ କୋଟି ଟଙ୍କା । ଖାଲି ଟଙ୍କା ନୁହେଁ ବରଂ ଗାଡ଼ି ବି ମିଳିଛି । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।
ଖଣିରେ ମଜୁରିଆ ଥିଲେ
ସକାଳୁ ନିଦ ଭାଙ୍ଗିଲା ବେଳକୁ କୋଟିପତି
ଖେଳ ଦେଲା ୩ କୋଟି ସହିତ ମହିନ୍ଦ୍ରା ଥର୍ ଗାଡ଼ି
ଘରର ଅବସ୍ଥା ଦେଖିଲେ ସ୍ପଷ୍ଟ ଜଣାପଡିବ କି, ଆର୍ଥିକସ୍ଥିତି ଏତେଟା ଭଲ ନାହିଁ । ହେଲେ ଏବେ ସ୍ଥିତି ଏବେ ବଦଳିଯିବ…ନୂଆ ଘର ତିଆରି ହେବ । କେନ୍ଦୁଝର ଯୋଡ଼ାର ଗୁରୁଚରଣ ଜାମୁଦା । ଯାହାଙ୍କ ଭାଗ୍ୟ ବଦଳାଇ ଦେଇଛି ଖେଳ । ‘ମାଇଁ ଇଲେଭେନ୍ ସର୍କଲ ଆପ୍’ରେ ଆଇପିଏଲ୍ ମ୍ୟାଚ୍ ପାଇଁ ଟିମ୍ ଗଠନ କରି ସେ ୩ କୋଟି ଟଙ୍କା ଓ ଏକ ମହିନ୍ଦ୍ରା ଥର୍ ଜିତିଛନ୍ତି । ଖଣିରେ ଦିନମଜୁରିଆ ଭାବେ କାମ କରୁଥିବା ଗୁରୁଚରଣଙ୍କ ଭାଗ୍ୟ ବଦଳି ଯାଇଛି ଗୋଟିଏ ରାତିରେ ।
ଆଇପିଏଲ୍ରେ ଗତ ୨୫ ତାରିଖରେ ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ ସୁପର୍ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ହୋଇଥିଲା । ‘ମାଇଁ ଇଲେଭେନ୍ ସର୍କଲ ଆପ୍’ରେ ଗୁରୁଚରଣ ଏକ ଟିମ୍ ଗଠନ କରିଥିଲେ । ଏଥିପାଇଁ ସେ ମାତ୍ର ୪୯ ଟଙ୍କା ଖର୍ଚ୍ଚ କରିଥିଲେ । ତାଙ୍କ ଟିମ୍ ୱିନିଂ ଜୋନ୍ରେ ଥିବା ଦେଖି ଗୁରୁଚରଣ ଶୋଇ ପଡ଼ିଥିଲେ । ବିଳମ୍ବିତ ରାତିରେ ନିଦ ଭାଙ୍ଗିଲାବେଳକୁ ସେ ବିଜେତା ହେବା ସହ ତାଙ୍କ ୱାଲେଟ୍ରେ ତିନି କୋଟି ଟଙ୍କା ଥିଲା । ଖାଲି ଏତିକି ନୁହେଁ ବରଂ ଏକ ମହିନ୍ଦ୍ରା ଥର୍ ଜିତିଥିବା ଜାଣିବାକୁ ପାଇଥିଲେ । ପ୍ରଥମେ ସେ ଏହାକୁ ବିଶ୍ୱାସ କରିନଥିଲେ । ପରେ ପରେ ବଡ଼ଭାଇଙ୍କୁ ନିଦରୁ ଉଠାଇ ମୋବାଇଲ ଦେଖାଇଥିଲେ । ପରଦିନ ସକାଳେ ମୁମ୍ବାଇରୁ ତାଙ୍କ ପାଖକୁ ଫୋନ୍ କଲ୍ ସାଙ୍ଗକୁ ଇ-ମେଲ୍ ଆସିଥିଲା । ସେ ବିଜେତା ହୋଇଥିବା ନେଇ ଆପ୍ର ମ୍ୟାନେଜର ଫୋନ୍ କରି ଜଣାଇଥିଲେ । ଯାହା ପରେ ଘରେ ଆରମ୍ଭ ହୋଇଥିବା ଉତ୍ସବ…