କନକ ବ୍ୟୁରୋ; ବିହାରରେ ଭୋଟର ତାଲିକା ପାଇଁ ଆଧାରକୁ ବୈଧ ପରିଚୟପତ୍ର ଭାବେ ଗ୍ରହଣ କରିବା ଲାଗି ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ପୁଣି ନିର୍ଦ୍ଦେଶ ଦେଇଛନ୍ତି । ଏବେ ୧୧ଟି ପ୍ରମାଣକୁ ଭୋଟର ତାଲିକା ପାଇଁ ଗ୍ରହଣ କରାଯାଉଛି। ଆଧାରକୁ ଅତିରିକ୍ତ ଦ୍ୱାଦଶ ପରିଚୟପତ୍ର ଭାବେ ଗ୍ରହଣ କରାଯାଇପାରିବ। ତେବେ ଆଧାରକୁ ଠିକ୍ ଭାବେ ଯାଞ୍ଚ କରାଯିବ। ଆଧାରକୁ ନାଗରିକତାର ପ୍ରମାଣ ଭାବେ ଗ୍ରହଣ କରାଯିବ ନାହିଁ। କେବଳ ଅସଲି ନାଗରିକ ଭୋଟ ଦେଇପାରିବେ। କେହି ଏଥିରେ ଜାଲିଆତି କରିଥିଲେ ସେମାନଙ୍କୁ ଗ୍ରହଣ କରାଯିବ ନାହିଁ । ବିହାରରେ ଭୋଟର ତାଲିକା ସଂଶୋଧନରେ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା ୭ କୋଟି ୯୦ ଲକ୍ଷରୁ ୭ କୋଟି ୨୪ ଲକ୍ଷକୁ ହ୍ରାସ ପାଇଛି। ୬୫ ଲକ୍ଷରୁ ଅଧିକ ଲୋକ ଭୋଟର ତାଲିକାରୁ ବାଦ ପଡ଼ିଛନ୍ତି । ଏଥିପାଇଁ ବିରୋଧୀ ତୀବ୍ର ବିରୋଧ କରୁଛନ୍ତି। ଭୋଟର ତାଲିକା ସଂଶୋଧନ ପାଇଁ ସମୟ ବଢ଼ାଯାଇଛି।
ଭୋଟ୍ ପାଇଁ ‘ଆଧାର’, ନାଗରିକତା ପାଇଁ ନୁହେଁ
ନିର୍ବାଚନ କମିସନଙ୍କୁ କହିଲେ ସୁପ୍ରିମକୋର୍ଟ
‘ଆଧାର’କୁ ଭଲ ଭାବେ ଯାଞ୍ଚ କରାଯିବ
ତେବେ ‘ଆଧାର’ ନାଗରିକତାର ପ୍ରମାଣ ନୁହେଁ
କେବଳ ଅସଲି ନାଗରିକ ଭୋଟ ଦେଇପାରିବେ
ଜାଲିଆତି କରିଥିବା ଲୋକଙ୍କୁ ଗ୍ରହଣ କରାଯିବ ନାହିଁ
ଆଧାର କାର୍ଡ ନୁହେଁ ନାଗରିକତା ପରିଚୟପତ୍ର, ମାତ୍ର ଭୋଟର ତାଲିକା ପାଇଁ ବୈଧ
ଏସଆଇଆର ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ । ପୂର୍ବରୁ ଥିଲା ୧୧, ବର୍ତ୍ତମାନ ବୈଧ ୧୨ ।
/kanak/media/media_files/2025/09/08/adhar-2025-09-08-20-45-49.jpg)