ସପ୍ତାହକୁ ୨ଥର ପିଅନ୍ତୁ ପାଳଙ୍ଗ ଜୁସ୍‌ ; ମିଳିବ ଅନେକ ଚମତ୍କାରୀ ଫାଇଦା

ସପ୍ତାହକୁ ମାତ୍ର ଦୁଇ ଦିନ ପାଳଙ୍ଗ ଜୁସ୍‌ ପିଇବା ଦ୍ୱାରା ଆପଣଙ୍କୁ ମିଳିବ ଅନେକ ଚମତ୍କାରୀ ଫାଇଦା । ସ୍ୱାସ୍ଥ୍ୟରେ ଆସିବ ଅନେକ ସକରାତ୍ମକ ପରିବର୍ତ୍ତନ, ଯାହା କି ଆପଣ କଳ୍ପନା କରିନଥିବେ । ତେବେ ଜାଣନ୍ତୁ ପାଳଙ୍ଗ ଜୁସ୍‌ର ପିଇବାର ଫାଇଦା ।

Palak juice

Palak juice Photograph: (kanak news)

କନକ ବ୍ୟୁରୋ : ପାଳଙ୍ଗ ଶାଗ...ଯାହାକୁ ଆମେ ସାଧାରଣତଃ ଖାଦ୍ୟରେ ବ୍ୟବହାର କରିଥାଉ, ତାହା କେବଳ ଏକ ସାଧାରଣ ଶାଗ ନୁହେଁ, ବରଂ ଏହା ଏକ ପ୍ରାକୃତିକ ଔଷଧ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥାଏ । ଖାଦ୍ୟରେ ପାଳଙ୍ଗ ଶାଗ ଖାଇବା ତ ବହୁତ ଭଲ କିନ୍ତୁ ସପ୍ତାହକୁ ମାତ୍ର ଦୁଇ ଦିନ ପାଳଙ୍ଗ ଜୁସ୍‌ ପିଇବା ଦ୍ୱାରା ଆପଣଙ୍କୁ ମିଳିବ ଅନେକ ଚମତ୍କାରୀ ଫାଇଦା । ସ୍ୱାସ୍ଥ୍ୟରେ ଆସିବ ଅନେକ ସକରାତ୍ମକ ପରିବର୍ତ୍ତନ, ଯାହା କି ଆପଣ କଳ୍ପନା କରିନଥିବେ । ତେବେ ଜାଣନ୍ତୁ ପାଳଙ୍ଗ ଜୁସ୍‌ର ପିଇବାର ଫାଇଦା ।

ହିମୋଗ୍ଲୋବିନ୍ ବଢ଼ାଏ

ପାଳଙ୍ଗ ଜୁସ୍‌ ଆମ ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରେ । ଏଥିରେ ଥିବା ଆଇରନ୍ ଶରୀରରେ ରକ୍ତହୀନତାକୁ ଦୂର କରି ହିମୋଗ୍ଲୋବିନ୍ ସ୍ତର ବୃଦ୍ଧି କରିଥାଏ । ଫଳରେ, ଆପଣ ଅଧିକ ସତେଜ ଏବଂ ଶକ୍ତିଶାଳୀ ଅନୁଭବ କରିବେ । ଥକ୍କାପଣ ଏବଂ ଦୁର୍ବଳତା ଦୂର କରିବା ପାଇଁ ଏହା ଏକ ଉତ୍କୃଷ୍ଟ ପ୍ରାକୃତିକ ଉପାୟ ବା ରାମବାଣ କହିଲେ ଅତ୍ୟୁକ୍ତି ହେବନାହିଁ ।

ଦୃଷ୍ଟିଶକ୍ତି ବଢ଼ାଏ

ଦୃଷ୍ଟିଶକ୍ତି ଠିକ୍‌ ରଖିବା ପାଇଁ ପାଳଙ୍ଗ ଅତ୍ୟନ୍ତ ଲାଭଦାୟକ । ଏଥିରେ ଥିବା ଲୁଟିନ୍ ଏବଂ ଜିଆକ୍ସାନ୍ଥିନ୍ ପରି କାରୋଟିନଏଡ୍ ଆଖିକୁ ଅଲ୍ଟ୍ରାଭାଓଲେଟ୍ ରଶ୍ମିରୁ ରକ୍ଷା କରେ । ଏହା ମୋତିଆବିନ୍ଦୁ ଏବଂ ମକ୍ୟୁଲାର ଡିଜେନେରେସନ୍ (macular degeneration) ଭଳି ଆଖି ରୋଗକୁ ରୋକିବାରେ ସାହାଯ୍ୟ କରେ । ନିୟମିତ ବ୍ୟବଧାନରେ ପାଳଙ୍ଗ ଜୁସ୍‌ ସେବନ କରିବା ଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ ।

ସ୍କିନ୍‌ ଏବଂ କେଶକୁ ସୁସ୍ଥ ରଖେ

ଏହି ଜୁସ୍‌ ସ୍କିନ୍ ଏବଂ କେଶ ପାଇଁ ମଧ୍ୟ ବେଶ୍ ଉପକାରୀ । ଏଥିରେ ଥିବା ଭିଟାମିନ୍ A ଏବଂ C ଚର୍ମକୁ ଉଜ୍ୱଳ ଏବଂ ସୁସ୍ଥ ରଖେ । ଏହା ସହ କେଶକୁ ମୂଳରୁ ମଜବୁତ କରିଥାଏ, କେଶ ଝଡ଼ିବା କମ୍‌ କରିବା ସହ ଚମକଦାର ମଧ୍ୟ କରିଥାଏ ।

ଆହୁରି ପଢ଼ନ୍ତୁ...ଯେବେ ଡେବ୍ୟୁ କରିଥିଲେ ମାଷ୍ଟରବ୍ଲାଷ୍ଟର, ପାକିସ୍ତାନ ବିପକ୍ଷରେ ଆରମ୍ଭ ହୋଇଥିଲା ସଚିନ୍ ଯୁଗ

ହଜମ ପ୍ରକ୍ରିୟା ଠିକ୍ ରୁହେ

ପାଳଙ୍ଗ ଜୁସ୍‌ ହଜମ ପ୍ରକ୍ରିୟାକୁ ସୁଧାରିବାରେ ସାହାଯ୍ୟ କରେ। ପାଳଙ୍ଗରେ ଥିବା ଫାଇବର କୋଷ୍ଠକାଠିନ୍ୟ ଦୂର କରିବାରେ ସହାୟକ ହୁଏ ଏବଂ ପାଚନତନ୍ତ୍ରକୁ ସୁସ୍ଥ ରଖେ । ଯାହା ଦ୍ୱାରା ଗ୍ୟାସ୍‌ ଏବଂ ବଦହଜମି ଭଳି ସମସ୍ୟା ଦୂର ହୁଏ ।

ହାଡ଼କୁ ମଜବୁତ ରଖେ

ପାଳଙ୍ଗରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ K ହାଡ଼କୁ ମଜବୁତ କରିଥାଏ । ଏହା ଓଷ୍ଟିଓପୋରୋସିସ୍ (osteoporosis) ଭଳି ହାଡ଼ ରୋଗରୁ ରକ୍ଷା କରିଥାଏ । ଏହାଛଡ଼ା, ପାଳଙ୍ଗ ଜୁସ୍‌ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ହୃଦରୋଗର ଆଶଙ୍କା କମାଇଥାଏ ।

ତେବେ ସପ୍ତାହକୁ ଦୁଇ ଦିନ ପାଳଙ୍ଗ ଜୁସ୍‌ ପିଇବା ଦ୍ୱାରା ଆପଣଙ୍କ ଶରୀର ଭିତରୁ ଏବଂ ବାହାରୁ ସୁସ୍ଥ ରହିବ । ଏହି ସରଳ କିନ୍ତୁ ପ୍ରଭାବଶାଳୀ ଉପାୟଟିକୁ ଆପଣାଇ ଆପଣ ଏକ ସୁସ୍ଥ ଜୀବନଯାପନ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe